କୋଭିଡ-୧୯ରୁ ବଞ୍ଚିବାର ଅଛି ତ ଆପଣାନ୍ତୁ ଏହି ୫ ଟି ଉପାୟ, ଇମ୍ୟୁନିଟି ହେବ ଷ୍ଟ୍ରଙ୍ଗ, କରୋନା ରୁ ରହିବେ ଦୂରରେ

ଚୀନର ଊହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସର ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ ଦ୍ଵାରା ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ଯାକୁ ଦେଖି ସାରା ଦୁନିଆ ଆତଙ୍କିତ ଅବସ୍ଥାରେ ଅଛି । ଏମିତିରେ ଏହି ଭାଇରସରୁ ବଞ୍ଚିବା ପାଇଁ ସରକାର ଲୋକମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଉପଦେଶ ଦେଉଛନ୍ତି । ଡାକ୍ତରଙ୍କ ଅନୁସାରେ ଏହି ରୋଗରୁ ବଞ୍ଚିବା ପାଇଁ ବ୍ଯକ୍ତିର ଇମ୍ୟୁନିଟିର ମୁଖ୍ୟ ଭୂମିକା ରହିଛି । କରୋନା ମାମଲାରେ ଦେଖା ଯାଉଛି କି ବୃଦ୍ଧ ଓ କମ୍ଜୋର ଇମ୍ୟୁନିଟି ର ଲୋକଙ୍କୁ ଏହି ଭାଇରସ ନିଜର ଶିକାର ବନାଉଛି । ଏମିତିରେ ଆସନ୍ତୁ ଜାଣିବା ସେହି ୫ ଟି ଜିନିଷ ବିଷୟରେ ଯାହା ଆପଣଙ୍କର ଇମ୍ୟୁନିଟି ପାୱାରକୁ ବଢାଇ ଆପଣଙ୍କୁ ରୋଗରୁ ରକ୍ଷା କରି ପାରିବ ।

୧. ନିୟମିତ ବ୍ୟାୟାମ

ନିୟମିତ ବ୍ୟାୟାମ କରିବା ଦ୍ଵାରା ହାର୍ଟ ଠିକ ରହିବା ସହିତ ରକ୍ତଚାପ ଓ ବ୍ଯକ୍ତିର ଓଜନ ବି ନିୟନ୍ତ୍ରିତ ରହିଥାଏ । ଏତିକି ନୁହେଁ ନିୟମିତ ବ୍ୟାୟାମ କରିବା ଦ୍ଵାରା ବ୍ଯକ୍ତିର ଇମ୍ୟୁନିଟି ବି ବୃଦ୍ଧି ହୋଇଥାଏ ।

୨. ସଠିକ ଆହାର

ଇମ୍ୟୁନିଟି ବଢାଉ ଥିବା ଆହାର ମଧ୍ୟରେ ଅଦା, ହଳଦୀ, ଖଟା ଫଳ ଯେପରି କମଳା, ଲେମ୍ବୁ ଇତ୍ୟାଦି ସାମିଲ ଅଟେ । ଖଟା ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ମିଳିଥାଏ । ଯେଉଁ କାରଣରୁ ବ୍ଯକ୍ତିର ଶରୀରରେ WBC ର ଉତ୍ପାଦନ ବଢିବା ସହିତ ତାହାର ଇମ୍ୟୁନିଟି ସିଷ୍ଟମ ବି ଷ୍ଟ୍ରଙ୍ଗ ହୋଇଥାଏ ।

୩. ଭଲ ନିଦ

ରିସର୍ଚ ରୁ ଜଣା ପଡିଛି କି ଭଲ ନିଦ ନ ନେବା କାରଣରୁ ବ୍ଯକ୍ତିର ଇମ୍ୟୁନିଟି ପ୍ରଭାବିତ ହୋଇଥାଏ । ଜର୍ମାନୀରେ ୟୁନିଭର୍ସିଟି ଅଫ ଟ୍ଯୁବିଂଗନ ର ଏକ ଟୀମ ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନରେ ଜଣା ପଡିଛି କି ରାତିରେ ଭଲ ନିଦ ନେବା ଦ୍ଵାରା ବ୍ଯକ୍ତିର ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ।

୪. ଷ୍ଟ୍ରେସ କମ ନେବା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଧିକ ଷ୍ଟ୍ରେସ ନେଉଥିବା ଲୋକଙ୍କର ଇମ୍ୟୁନିଟି ପ୍ରଭାବିତ ହୋଇଥାଏ । ଆଜ୍ଞା ହଁ, ଷ୍ଟ୍ରେସ ଦ୍ଵାରା ଇମ୍ୟୁନିଟି ସିଷ୍ଟମରେ ବାଧା ଆସିଥାଏ, ଯାହା ଦ୍ଵାରା ଶ୍ଵାସ ସମ୍ବନ୍ଧୀୟ ରୋଗର ସମ୍ଭାବନା ବଢି ଯାଇଥାଏ । ରିସର୍ଚରୁ ଜଣା ପଡିଛି କି ଯେଉଁ ଲୋକମାନେ ଅଧିକ ଷ୍ଟ୍ରେସ ନେଇଥାନ୍ତି ସେମାନଙ୍କୁ ଥଣ୍ଡା ଜ୍ଵର ହେବାର ଅଧିକ ସମ୍ଭାବନା ରହିଥାଏ ଓ ଇମ୍ୟୁନିଟି ପାୱାର ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ ।

୫. ମଦ୍ୟପାନ

ବୈଜ୍ଞାନିକଙ୍କ ଅନୁସାରେ ଯେଉଁ ଲୋକମାନେ ଅଧିକ ମଦ୍ୟପାନ କରନ୍ତି ସେମାନଙ୍କୁ ଶ୍ଵାସ ସମ୍ବନ୍ଧୀୟ ରୋଗ ଓ ନିମୋନିଆ ହେବାର ଅଧିକ ସମ୍ଭାବନା ରହିଥାଏ । ଅଧିକ ମଦ୍ୟପାନ କରିବା ଦ୍ଵାରା ବ୍ଯକ୍ତିର ଇମ୍ୟୁନିଟି ସିଷ୍ଟମ କମ୍ଜୋର ହୋଇଥାଏ, ଯାହା ଦ୍ଵାରା ବ୍ଯକ୍ତିର ଶରୀରରେ ସଂକ୍ରମଣରୁ ବଞ୍ଚିବାର କ୍ଷମତା କମ ହୋଇ ଯାଇଥାଏ ।

Leave a Reply

Your email address will not be published. Required fields are marked *