‘ବହୁତ ବୋଝ ନେଲିଣି, ମତେ ମାରି ସାରିଲଣି, ଆଉ ମରିବାକୁ ନେଇ ଡରାଅ ନାହିଁ, ମୋର ଶେଷ ତୁମେ…’ ପୁଣି ଭିଡିଓ ଛାଡିଲେ Anubhav ଓ କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଓଡିଆ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା । ଦୀର୍ଘ କିଛି ବର୍ଷ ହେବ ଅନୁଭବ ଓ ବର୍ଷାଙ୍କ ପାରିବାରିକ ମାମଲା ଚାଲି ଆସୁଛି । ଗତ କିଛି ଦିନ ତଳେ ଅନୁଭବ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ଆଉ ସେଥିରେ ଅନୁଭବ ବର୍ଷାଙ୍କୁ ଭଲ ପାଇବା ତାଙ୍କର ସବୁଠାରୁ ବଡ ଭୁଲ ବୋଲି କହିଥିଲେ ।

ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା ।  ଏବେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ବନ୍ଧୁଗଣ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜିଏମ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ବର୍ଷା ଏବେ ଅନୁଭବଙ୍କ ପୈତୃକ ବାସ ଭବନ ଛାଡିବେ । ଆଉ ଗତ କିଛି ସମୟ ହେବ ଅନୁଭବ ନିଜର ଆଉ ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହି ଭିଡିଓରେ ଅନୁଭବ ଯାହା ସବୁ କହିଛନ୍ତି ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଭାଇରାଲ ହେଉଥିବା ଭିଡିଓରେ ଅନୁଭବ କହିଛନ୍ତି-‘ଏବେ ଏମିତି ଅବସ୍ଥା ହେଇଗଲାଣି କୁହନ୍ତିନି ତମେ ମୋତେ ପୁରା ମାରିସାରିଲଣି । ଆଉ ମରିବାକୁ ନେଇ ମୋତେ ଡର ନାହିଁ । ମୁଁ ଏବେ ଗୋଟେ ଡେଡ ମ୍ୟାନ ଆଉ ଡେଡ ମ୍ୟାନର ଜୀବନ ବଞ୍ଚୁଛି ।

ସମସ୍ତ ମଣିଷଙ୍କ ଭଳି ଯଦି ମୋତେ ଗୋଟେ ଶେଷ ଇଚ୍ଛା ପଚରା ଯାଏ ତା ହେଲେ ମୁଁ କହିବି ମୁଁ ସବୁବେଳେ ବଞ୍ଚିବାକୁ ଚାହେଁ । ଆଉ ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ନିଶ୍ଚୟ ପୂରଣ ହେବ । ଆଉ କଣ କହିବି ମୋ ପାଟି ସିଲ ହେଇଯାଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅନୁଭବ ପୁଣି ଥରେ ନିଜ ମନର କଥା କହିଛନ୍ତି । ଅନୁଭବ ଏହି ସବୁ କଥା କହିବା ବେଳେ ବହୁତ ଦୁଃଖିତ ଜଣା ପଡ଼ୁଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଓ ଅନୁଭବ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ କିଛି କହିପାରିବେ ନାହିଁ । ସେଥିପାଇଁ ଅନୁଭବ ଏହି ଭିଡିଓରେ ବର୍ଷାଙ୍କ ବିଷୟରେ କିଛି ବି କହିଲେ ନାହିଁ ଆଉ ସେ କହିଲେ ତାଙ୍କ ମୁହଁ ସିଲ ହେଇଯାଇଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *