ଶେଷ ନିଃଶ୍ୱାସ ବେଳେ ମା’କୁ ଖୋଜୁଥିଲା ଝିଅ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

ପୁଅ ନାହିଁ ବୋଲି ବଡ ଆଲିଆଳରେ ଝିଅକୁ ବଢାଉ ଥିଲେ ବାପା-ମା । ବୟସ ସିନା 14 ବର୍ଷ ହେଲେ ସେ ଘରର ଝିଅ ନୁହେଁ ବଡ ପୁଅ ଥିଲା । ଉଭୟ ପାଠ ଆଉ ଶାଠରେ ଚମତ୍କାର ଥିଲା ଏହି କୁନି ଝିଅ । ହେଲେ ସେ ଜାଣି ନଥିଲା ଏ ଦୁନିଆରେ ବହୁତ କମ ଦିନର ସେ ଅତିଥି ବୋଲି । ବାପା, ମା, ସାହି ପଡିଶା, ବନ୍ଧୁ ବାନ୍ଧବ କାହାରି ଆଖିରୁ ଲୁହ ସୁଖୁନି । ଝିଅ କହିକି ଯାଇଥିଲା ମୁଁ ଟ୍ୟୁସନ ଯାଉଛି ବାସ ଯାଇଛି ଯେ ଯାଇଛି ଆଉ ଏ ଯାଏଁ ଫେରିନି ।

ଝିଅ ଆଉ କେବେ ବି ଫେରିବ ନାହିଁ । ସାଇକେଲ, ବହି ବସ୍ତାନି ସେମିତି ପଡି ରହିଛି । ହେଲେ ବନ୍ଧୁଗଣ ଝିଅ ଆଉ ଏହି ଦୁନିଆରେ ନାହିଁ । ଝିଅ ରାସ୍ତା ଉପରେ ଚିର ଦିନ ପାଇଁ ସୋଇ ପଡିଛି । ଆଉ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଲୋକେ ।

ମା କ୍ଷଣ କ୍ଷଣ କେ ଅଚେତ ହେଇଯାଉଛି କାରଣ ଆଉ ତାର ଝିଅ ଫେରିବ ନାହିଁ । ସବୁଦିନ ପାଇଁ ଏହି ଦୁନିଆ ଆଉ ନିଜ ପରିବାରକୁ ଛାଡି ଚାଲି ଯାଇଛି ଲକ୍ଷ୍ମୀପ୍ରିୟା । ସକାଳୁ ସକାଳୁ ଟ୍ୟୁସନରୁ ଫେରୁଥିବା ବେଳେ ଛକ ଉପରେ ବାଲି ବୋଝେଇ ହାଇୱାଟି ତାଙ୍କ ଉପରକୁ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଚାଲିଯାଇଥିଲା ଲକ୍ଷ୍ମୀପ୍ରିୟାନଙ୍କ ଜୀବନ ।

କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟ ବାଣପୁର ଛକରେ ଆଜି ସକାଳେ ଘଟିଯାଇଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପବନ ବେଗରେ ମାଡି ଯାଇଥିଲା ଖବର ଆଉ ତା ପରେ ରାସ୍ତା ଉପରେ ଓଲହାଇ ଆସିଥିଲେ ଗାଁ ଲୋକେ । ପରିବାରକୁ ନ୍ୟାୟ ଦେବା ପାଇଁ ରାସ୍ତା ଉପରେ ବସି ରହିଥିଲେ ସମ୍ପର୍କୀୟ  ଓ ସ୍ଥାନୀୟ ଲୋକ ।

ତେବେ ଦୁର୍ଘଟଣା ଘଟେଇ ଥିବା ଗାଡିର କାଗଜ ପତ୍ର ନଥିବା ବେଳେ ଗାଁ ରାସ୍ତାରେ ବେଆଇନ ଭାବେ ଗାଡି ଚାଳନ କରାଯାଉଛି । ଆଉ ଅଭିଯୋଗ କଲେ ଟ୍ରକ ଡ୍ରାଇଭର ମାନେ ନାଲି ଆଖି ଦେଖାଉଥିବା ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି । ଆଉ ଏହା ଫଳରେ ଏଭଳି ଅମୂଲ୍ୟ ଜୀବନ ଗୁଡିକ ଚାଲି ଯାଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *