ଏମିତି ବି ଆସେ ମୃତ୍ୟୁ ! ପୁଣି ନାଚୁ ନାଚୁ ଚାଲିଗଲା ଜୀବନ…କ୍ୟାମେରାରେ ହେଲା କ୍ୟାପଚର, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ନାଚୁ ନାଚୁ ଚାଲିଗଲା ଜୀବନ । ସାଧାରଣତଃ ଆଜିକାଲି ହାର୍ଟଆଟାକ ଯୋଗୁଁ ଅଧିକ ଲୋକଙ୍କ ଜୀବନ ଚାଲି ଯାଉଛି । ଆପଣ ମାନେ ଏହାର କେତେକ ଉଦାହରଣ ଦେଖିଥିବେ ଯେ କିଏ ଷ୍ଟେଜ ରେ ଜୀବନ ହରାଉଛି ତ ଆଉ କାହାର ନାଚୁ ନାଚୁ ଚାଲିଯାଉଛି ଜୀବନ । ବୁଢା ହୁଅନ୍ତୁ ଅଥବା ପିଲା ସମସ୍ତେ ଆଜିକାଲି ଏହିଭଳି ହାର୍ଟଆଟାକ ର ଶିକାର ହେଉଛନ୍ତି ।

ଆଜି ଆମ୍ଭେ ଏଭଳି ଏକ ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁଥିରେ ଜଣେ ଯୁବକ ନାଚୁ ନାଚୁ ଜୀବନ ହରାଉଛନ୍ତି । ତେବେ ଏହି ଘଟଣା ଟି ଘଟିଛି ଗୁଜୁରାଟର ଆନନ୍ଦପୁର ଜିଲ୍ଲା ରେ । ଗୋଟିଏ ଉତ୍ସବ ରେ ଗର୍ବା ଖେଳୁ ଖେଳୁ ୩୧ ବର୍ଷୀୟ ଜଣେ ଯୁବକ ହାର୍ଟ ଆଟାକ ର ଶିକାର ହୋଇଛନ୍ତି । ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଖୁସିର ମାହୋଲ ଭିତରେ ବିରେନ୍ଦ୍ର ସିଂ ନାମକ ଯୁବକ ଜଣଙ୍କ ଗର୍ବା ଖେଳୁଥିଲେ ।

ମାତ୍ର ଅଚାନକ ହାର୍ଟ ଆଟାକା ଆସିବାରୁ ସେ ତଳେ ପଡିଯାଇଥିଲେ । ଆଉ ଖବର ଅନୁସାରେ ତାଙ୍କୁ ତୁରନ୍ତ ଶୋସାଇଟିର ଲୋକେ ମେଡିକାଲ ନେଇଯାଇଥିଲେ । ମାତ୍ର ଅଧା ବାଟରେ ହିଁ ବିରେନ୍ଦ୍ର ପ୍ରାଣ ହରାଇ ଥିଲେ । ହାର୍ଟ ଆଟାକ ଆସିବାରୁ ବିରେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବାର ଡାକ୍ତର କହିଛନ୍ତି । ତେବେ ଆପଣ ମାନେ ଏ ନେଇ କଣ ଚିନ୍ତା କରୁଛନ୍ତି ।

ଆଜିଭଳି ଦିନରେ ଯୁବ ପିଢୀ ମାନଙ୍କୁ ଏ ନେଇ ହାର୍ଟ ଆଟାକ ଆସିବା ପଛରେ କଣ ରହିଛି କାରଣ ? ଏହିଭଳି କେସ ଭାରତରେ କେତେକ ସ୍ଥାନରେ ଦେଖିବାକୁ ମିଳୁଛି ତାହା କହିବା ଅସମ୍ଭବ । ହାର୍ଟ ଆଟକା ର ଆଶଙ୍କା ବର୍ତ୍ତମାନ ଏଭଳି ଭାବରେ ବଢିବାରେ ଲାଗିଛି ଯେ, ଜଣେ ସୁସ୍ଥ ବ୍ୟକ୍ତି ଙ୍କର କେତେବେଳେ କେଉଁଠି ଯେ କଣ ହେବ ତାହା କହିବା ଅସମ୍ଭବ । କିନ୍ତୁ ସେ ଯାହା ହେଉ ନା କାହିଁକି ସତର୍କ ରହିବାକୁ ହେବ ନଚେତ ଏହିଭଳି ଅସୁବିଧାର ସମ୍ମୁଖୀନ ହେବେ ।

ତେବେ ନାଚୁଥିବା ସମୟରେ ହଠାତ ଏହିଭଳି ଭାବରେ ଯୁବକଙ୍କ ଜୀବନ ଚାଲିଯିବାକୁ ନେଇ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ହଠାତ ଜୀବନ ହରାଇବା ଯେ କେତେ କଷ୍ଟ ଦାୟକ ଏହା କେବଳ ଯୁବକଙ୍କ ପରିବାର ଲୋକେ ହିଁ କହିପାରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତ ।

Leave a Reply

Your email address will not be published. Required fields are marked *