‘ମୁଁ ତା’ର 32 ଟା ଦାନ୍ତ ଭାଙ୍ଗି ଦେଇଥାନ୍ତି, ସେ ମତେ କଣ ଭାବିଲ କି ?’ କାହିଁକି ଏମିତି ଗର୍ଜିଲେ Sura ଭାଇ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କଳିଙ୍ଗ ଷ୍ଟାଡିୟମ ସାଧାରଣତ ଗୋଟିଏ ଆନ୍ତର୍ଜାତୀୟ କ୍ରିଡା ଷ୍ଟାଡିୟମ ଭାବରେ ପରିଚିତ ହୋଇଗଲାଣି । ଏବଂ ଚାଲିଥିଲା ଆନ୍ତର୍ଜାତିକ ମହିଳା ଫିପା ବିଶ୍ଵକପ । ତେବେ ଭୁବନେଶ୍ଵର କୁ ଯାଇଥିଲେ ଆର୍ଥଲେଟିକ ଆସୋସିଏସନ ର ସଭାପତି ଭାବରେ ସୁରେଶ ରାଉତରାୟ । ତେବେ ତାଙ୍କୁ ଅପମାନ ମିଳିଛି । ସେ ଏନେଇ କିଛି ଅଭିଯୋଗ କରିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ସୁର ରାଉତରାୟ କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମ କରିବା ଲୋକ ହେଉଛି ସୁର ରାଉତରାୟ । ଜମି ସେ ବାହାର କରିଛନ୍ତି । ଶୁଭ ଦେଇଥିଲେ ହରେକୃଷ୍ଣ ମହତାବ ତଥା ବିଜୁ ପଟ୍ଟନାୟକ । ଏବଂ କ୍ରିଡା ମନ୍ତ୍ରୀ ଥିଲା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ୩୦ କୋଟି ଟଙ୍କା ଦେଇଛନ୍ତି । ଏହା ସହିତ ସୁର କହିଛନ୍ତି ଯେ ତାଙ୍କୁ ପାସ ଦେବାରୁ ସେ ଯାଇଥିଲେ ।

ମାତ୍ର ଗୋଟିଏ ଫରେନର ଆସି ତାଙ୍କ ହାତକୁ ଧରି ପକାଇଲେ । ମାତ୍ର ଓଡିଶା ର ଇଜ୍ଜତ ପାଇଁ ସେ ଫେରି ଆସିଛନ୍ତି ବୋଲି କହିଛନ୍ତି । ନଚେତ ସୁର ତାଙ୍କ ଦାନ୍ତ କୁ ମାରି ୩୨ ଟା ଯାକ ଦାନ୍ତ ତାର ପକେଟ ରେ ପୁରାଇ ଦେଇଥାନ୍ତି । ମାତ୍ର ଖାଲି ଇଜ୍ଜତ ଦୃଷ୍ଟିରୁ ତଥା ଓଡିଶା ମାନ ସନ୍ନମାନ ଦୃଷ୍ଟିରୁ ନୀରବ ହୋଇ ଫେରିଯିବା ଚିନ୍ତା କରି ସେ ଫେରିଆସିଲେ । ମାତ୍ର ଏହା ସଂପୂର୍ଣ୍ଣ ଭାବରେ ଏକ ଲଜ୍ୟାର ବିଷୟ ।

ମାତ୍ର ଓଡିଶା ପୋଲିସ ଭଲ କାମ କରୁଛନ୍ତି ଏବଂ ସେମାନେ ମତେ ସିଧାସଳଖ ଉପରକୁ ନେଇଗଲେ କିନ୍ତୁ ସେଠାରେ ହଠାତ ଗୋଟିଏ ଫରେନର ଆସି ସୁର ଙ୍କୁ ଟିକେଟ ମାଗିଲା । ସୁର କହିଲେ ଯେ ଟିକେଟ ନାହିଁ ପାସ ଅଛି ମାତ୍ର ଫରେନର ଜଣଙ୍କ କହିଲା ଯେ ପାସ ହେବନି ଓନ୍ଲି ଟିକେଟ । ସେ କୌଣସି କଥା ଶୁଣିଲା ନାହିଁ ସିଧାସଳଖ ସୁର ରାଉତରାୟ ଙ୍କ ହାତ କୁ ଧରି ପକାଇ ଥିଲେ ।

ଏହାପରେ ସୁର ରାଉତରାୟ ତାଙ୍କୁ ଚଟକଣି ମାରିବା କଥା ଚିନ୍ତା କରୁଥିଲେ । ମାତ୍ର ସେହି ସମୟରେ ଓଡିଶା ପୋଲିସ ଆସି ତାଙ୍କୁ ପାଛୋଟି କହିଲେ ଚାଲନ୍ତୁ ଆଜ୍ଞା ବସିବେ । ଏହାପରେ ସୁର କହିଲେ ଯେ ମୁଁ ଆଉ ବସିବିନି । ସୁର ରାଉତରାୟ କହିଛନ୍ତି ଯେ ଏଭଳି ଅପମାନ କରିବା କେତେଦୂରେ ଠିକ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *