ଆସିଲା ଖୁସି ଖବର ! ଦୀପିକା ରାଜି ଦିନେଶ ବି ରାଜି…ଏଥର ପଡିବ ହାତଗଣ୍ଠି, ଦେଖନ୍ତୁ କଣ କହିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନର ବ୍ଯବଧାନ ପରେ ଧାରଣା ସ୍ଥଳକୁ ଫେରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ତେବେ ସବୁ ଚର୍ଚ୍ଚାର ପୁର୍ନଛେଦ ପକାଇଛନ୍ତି ପ୍ରମିଳା । ଫେରିବା ପରେ ସେ ନିଜ ମନର କଥା କହିଛନ୍ତି । ଦୀପିକାଙ୍କୁ କୌଣସି ଏକ ଚିଠି ଦେଇଥିବା କଥା ସେ କହିଛନ୍ତି । ଏଥି ସହିତ ନିଜ ଅସୁସ୍ଥତା ପାଇଁ ସେ ଆସି ନପାରିଥିବା କଥା କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସେ ନିଜ ଝିଅ ପାଖକୁ ଫେରି ଆସିଛନ୍ତି ।

ଲୋକେ କହୁଥିଲେ ଯେ ପ୍ରମିଳା କୁଆଡେ ଡଋ ଦୀପିକାଙ୍କୁ ଏକା ଛାଡି ଚାଲିଯାଇଥିଲେ । ମାତ୍ର ସେ କହିଛନ୍ତି ଯେ ସେ ଦୀପିକାଙ୍କୁ ଏକା ଛାଡି ନାହାଁନ୍ତି କି କେବେ ଛାଡିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅ ଦୀପିକାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ କୁଆଡେ ଯାଉ ନାହାଁନ୍ତି । ସେ ରୁହନ୍ତୁ କି ଅବା ନ ରୁହନ୍ତୁ ତାଙ୍କ ନଜର ସଂପୂର୍ଣ୍ଣ ଭାବରେ ଅଛି ଦୀପିକା ଙ୍କ ଉପରେ ।

୧୦ ଦିନ ସେ ଆସିଲେ ନାହିଁ ବୋଲି ତାଙ୍କ ଝିଅ କୁ ବହୁତ ହଇରାଣ କରିଲେ । ପାଲ ଚିରିବା ସହିତ ତାଙ୍କୁ ମାଡ ମଧ୍ୟ ମାରିଲେ । ସେ କହିଛନ୍ତି ଯେ ସେ ସବୁ ଜାଣିଛନ୍ତି ମାତ୍ର ସେ ମଧ୍ୟ ଚୁପ ବସିବା ଲୋକ ନୁହଁନ୍ତି ବୋଲି କହିଛନ୍ତି । ଏବଂ ସେ କହିଛନ୍ତି ଯେ ଏହି ଘଟଣା କିଭଳି ସମାପ୍ତ ହେବ ସେ ନେଇ ଆଲୋଚନା କରିବେ । ଏହା ସହିତ ପ୍ରମିଳା ମା’ ଏହା ମଧ୍ୟ କହିଛନ୍ତି ଯେ ଦିନେଶ ଖରାପ ପିଲା ନୁହନ୍ତି ।

ସେ ବିବାହ ନିମନ୍ତେ ରାଜି କିନ୍ତୁ ବାପା ମା’ ଙ୍କ କଥାରେ ପଡି ଏହିଭଳି ହେଉଛି । ଦିନେଶ ରାଜି ଥିଲେ ଦୀପିକାଙ୍କୁ ବିବାହ କରିବା ନିମନ୍ତେ । ମାତ୍ର ତାଙ୍କ ମା’ କହିଲେ ତୁ ଥାନା କୁ ଜା’ ପଛେ ବିବାହ କରେ ନାହିଁ । ଆଉ ଏହି ସବୁ କାରଣ ଯୋଗୁଁ ଦିନେଶ ମନା କରିଲା । ଆଉ ବର୍ତ୍ତମାନ ମଧ୍ୟ ଦିନେଶର ମନ ଅଛି ବିବାହ ନିମନ୍ତେ ବୁଝାଇଲେ ସେ ମଧ୍ୟ ରାଜି ହୋଇଯିବ କଥା ଅଟକିଛି ତାଙ୍କ ବାପା ମା’ ଙ୍କ ପାଖରେ ,

ସେମାନେ ଜାଣି ଜାଣି ଦିନେଶ ଙ୍କୁ ଲୁଚାଇ ରଖିଛନ୍ତି ତେବେ ସେମାନେ କେତେଦିନ ଆଉ ଲୁଚାଇବେ କଥା ଟି ଚାରିଆଡେ ଧୀରେ ଧୀରେ ପ୍ରଘଟ ହେଲାଣି । କିଏ ଆଉ ତାଙ୍କ ପୁଅ କୁ ଝିଅ ଦେବ ? ମା’ ବାପା ଜାଣିଶୁଣି ନିଜ ପୁଅର ଜୀବନ ବରବାଦ କରୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *