ପୁଣି ଖୋଲିଲା Kishore Bhaina ଙ୍କ ମଟନ ଦୋକାନ, ମାର୍କେଟ ପୁଣି କରିବେ ହଇଚଇ…ଦେଖନ୍ତୁ କେଉଁଠି ?

ସମୟ ର ସହ ସବୁ କିଛି ବଦଳି ଯାଇଥାଏ । ପୁଣି ଏକ ଥର କିଶୋର ଭାଇନା ଙ୍କର ସେହି ମଟନ ସମସ୍ତ ଙ୍କୁ ଖାଇବାକୁ ମିଳିବ । ଏହା ଜାଣି ସାରିଲା ପରେ ଜନତା ଙ୍କ ମଝିରେ ଏକ ଅଦ୍ଭୁତ ପ୍ରକାରର ହଲଚଲ ଟିଏ ସୃଷ୍ଟି ହୋଇ ଯାଇଛି । ବହୁ ଦିନ ରୁ କିଶୋର ଭାଇନାର ହାତ ରନ୍ଧା ସେହି ମଟନ କୁ ଅନେକ ଲୋକ ଝୁରି ବୁଲୁଥିଲେ । ଆମ ସଂସାର ରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଖାଇବାର ସୌକିନ ଅଟନ୍ତି । 

ସେହି ଭଳିଆ ସୌକିନିଆ ମଣିଷ ମାନଙ୍କ ପାଇଁ କିଶୋର ଭାଇନା ଙ୍କର ମଟନ ଠାରୁ ଶ୍ରେଷ୍ଠ ବୋଧ ହୁଏ ଆଉ କିଛି ଥାଇ ପାରେ । ବିଏମସି ଦ୍ଵାରା ଭଙ୍ଗା ଯାଇଥିବାରୁ ବହୁ ଦିନ ଧରି କିଶୋର ଭାଇନା ନିଜ ଦୋକାନ କୁ ବନ୍ଦ କରି ରଖିଥିଲେ । କିଶୋର ଭାଇନା ଙ୍କର କେବଳ ହାତ ରନ୍ଧା ମଟନ ହିଁ ନୁହେଁ ଅପିତୁ ଗ୍ରାହକ ଙ୍କ ସହ ତାଙ୍କର ଯେପରି ବ୍ୟବହାର ରହିଥିଲା, ତାହା ମଧ୍ୟ ଗ୍ରାହକ ମାନଙ୍କର ମନ କୁ କିଣି ନେଇ ଥିଲା ।

ସେଥି ପାଇଁ ତାଙ୍କର ଦୋକାନ ଭାଙ୍ଗି ଯିବା କଥାରେ ଅନେକ ଜନତା ଙ୍କ ମଧ୍ୟରେ ଏକ ଅଦ୍ଭୁତ୍ତ ପ୍ରକାର ହଲଚଲ ସୃଷ୍ଟି ହୋଇ ଯାଇଥିଲା । କିନ୍ତୁ ବର୍ତମାନ ପୁଣି ଆଉ ଏକ ଥର ସେହି ପୁରୁଣା ସ୍ଥାନ ରେ କିଛି ନୂଆ ରୂପ ଓ କିଛି ନୂଆ ଢଙ୍ଗ ରେ କିଶୋର ଭାଇନା ଙ୍କର ଦୋକାନ ଛିଡା ହୋଇ ଯାଇଛି । ବହୁ ଦିନ ଧରି ଦୋକାନ ବନ୍ଦ ରହିଥିବା କାରଣ ରୁ ନିଜର ପ୍ରିୟ ଗ୍ରାହକ ମାନଙ୍କୁ କିଶୋର ଭାଇନା ନିଜର ସେବା ଯୋଗାଇ ପାରୁ ନଥିଲେ । 

ଏପରି ରେ ଅନେକ ଗ୍ରାହକ ମଧ୍ୟ ମଟନ ଖାଇବା ଆଶା ରେ ଆସି ଦୋକାନ ବନ୍ଦ ଥିବା ଦେଖି ଫେରି ଯାଉଥିଲେ । କିନ୍ତୁ ଏପରି ରେ ଆପଣ ମାନେ ଜାଣି ଖୁସି ହେବେ କି ପୁନର୍ବାର କିଶୋର ଭାଇନା ଙ୍କର ସେହି ମଟନ ହଣ୍ଡା ବସି ସାରିଲାଣି । ପୂର୍ବେ ଯେଉଁ ସୈନିକ ସ୍କୁଲ ପାଖରେ ତାଙ୍କର ଦୋକାନ ଟି ଥିଲା ବର୍ତ୍ତମାନ ମଧ୍ୟ ପୁଣି ସେହି ସ୍ଥାନରେ କିଶୋର ଭାଇନା ଙ୍କର ଦୋକାନ ଖୋଲି ଯାଇଛି ।

କିଶୋର ଭାଇନା ପୁଣି ଏକ ଥର ଉଷୁଣା ଭାତ ଓ ମଟନ କସା ନିଜର ଗ୍ରାହକ ମାନଙ୍କୁ ପରୋଷି ଦେବାକୁ ପ୍ରସ୍ତୁତ ହୋଇ ଯାଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଏହାକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *