ଚୀନ ପୁଣି କଲା ଭାରତ ସହିତ ଧୋକା, କରିଲା ଏମିତି ଲଜ୍ୟାଜନକ କାମ

ବର୍ତମାନ ସାରା ଦେଶ କୋରୋନା ଭାଇରସ ର ସଂକ୍ରମଣକୁ ନେଇ ଯୁଧ୍ୟ କାଳୀନ ପରିସ୍ଥିତିରେ ଗତି କରୁଥିବା ସମୟରେ ଏହି ଭାଇରସ ର ସଂକ୍ରମଣ ଶରୀରରେ ହୋଇଛି କି ନାହିଁ ତାହାକୁ ପରୀକ୍ଷା କରିବା ପାଇଁ ଏକ ସ୍ଵତନ୍ତ୍ର କିଟ ର ପ୍ରସ୍ତୁତ କରାଯାଇଛି । ଏହାର ନାମ ପିପିଇ କିଟ ଅଟେ । ଏହି କିଟ ମାଧ୍ୟମରେ ସଂକ୍ରମଣ ର ଚିହ୍ନଟ କରି ସମୟ ପୂର୍ବରୁ ରୋଗୀର ଚିକିତ୍ସା ସମ୍ଭବ ହୋଇ ପାରୁଛି ।

ଚାଇନା ରେ ହେଉଥିବା କରୋନା ମହାମାରୀର ତାଣ୍ଡବରେ ଘଟୁଥିବା କୌଣସି ବି ଖବର ପ୍ରକାଶ ନ କରୁଥିବା ସମୟରେ ବର୍ତ୍ତମାନ ଚୀନର ଏକ ଲଜ୍ୟା ଜନକ କାମ ସାମନାକୁ ଆସୁଛି । ଚୀନ ଦୁନିଆର ପ୍ରାୟ ଦେଶ ଗୁଡିକୁ ପିପିଇ କିଟ କୁ ସପ୍ଲାଏ କରୁଥିଲା । ଭାରତ କୁ ମଧ୍ୟ ୫ ଏପ୍ରିଲ ପର୍ଯ୍ୟନ୍ତ ପ୍ରାୟ ୧ଲକ୍ଷ ୭୦ ହଜାର ପିପିଇ କିଟ ମଧ୍ୟ ସପ୍ଲାଏ ମିଳିଛି ।

Image courtesy: Google

ଚାଇନା ଦ୍ଵାରା ପ୍ରସ୍ତୁତ ଏହି କିଟ ବିଷୟରେ ଏମିତି କିଛି ଖବର ସାମନାକୁ ଆସିଛି ଯାହା କି ଶୁଣିବା ମାତ୍ରେ ଚମକି ଉଠିବ ସାରା ଦୁନିଆ । କାରଣ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଓ ସଂକ୍ରମଣକୁ ରୋକିବା ପାଇଁ ହେଲେ ପ୍ରଥମେ ରୋଗୀକୁ ସଂକ୍ରମଣ ହୋଇଛି କି ନାହିଁ ପରୀକ୍ଷା କରିବା ନିହାତି ଦରକାର । ଏହାପରେ ଚିକିତ୍ସା କରା ଯାଇଥାଏ । ବର୍ତ୍ତମାନର ଖବର ଅନୁସାରେ ପ୍ରଥମ ପର୍ଯ୍ୟାୟ ରେ ବ୍ୟବହୃତ ଏହି କିଟର କ୍କାଲିଟି ପରୀକ୍ଷଣ କରିବାରୁ ୫୦ ହଜାର କିଟ ସଠିକ ଭାବେ କାମ କରି ନଥିଲା ।

ପରୀକ୍ଷଣରେ ପାସ ନ ହେବା କଥା ସାମାନକୁ ଆସିବା ପରେ ସାରା ବିଶ୍ଵ ବର୍ତ୍ତମାନ ଚିନ୍ତିତ ହୋଇ ପଡିଛି । ଏହି କ୍ଵାଲିଟି ପରୀକ୍ଷଣ ବିଷୟରେ ଆଗରୁ ୟୁରୋପ ର କେତେକ ଦେଶ ଏହି ଖରାପ କିଟ ସପ୍ଲାଏ ର ଦୋଷ ଚୀନ ଉପରେ ଲାଗାଇ ଥିବା ସମୟରେ ଆମର ଡ଼ିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ଯାହା କି ଗୁଆର୍ଲିୟର ରେ ଅବସ୍ଥିତ ସେଠାକାର ବୈଜ୍ଞାନିକମାନେ ଏହି ନକଲି କିଟ ପରୀକ୍ଷା କରି ଏହା ଉପରୁ ପରଦା ଉଠାଇଛନ୍ତି । ଦେଶ ଦୁନିଆ ସମ୍ବନ୍ଧରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *