ପୁରା ବିଶ୍ଵ କାରୋନା ସହ ଯୁଝୁଥିବା ସମୟରେ ଲୁଚିଛପି ଚୀନ କଲା ପରମାଣୁ ପରୀକ୍ଷଣ, ଆମେରିକା କହିଲା…

କରୋନା ଭାଇରସ କୁ ନେଇ ସାରା ବିଶ୍ଵରେ ହାହାକାର ପଡି ଥିବା ସମୟରେ ଚୀନ ଏକ କମ ଶକ୍ତିଶାଳି ପରମାଣୁ ବୋମାର ପରୀକ୍ଷା କରୁଛି ବୋଲି ଆମେରିକା ଅଭିଯୋଗ କରିଛି । ଅନ୍ତରାଷ୍ଟ୍ରୀୟ ବୈଠକରେ ଏହି ଭଳି ବିସ୍ଫୋଟକ ନ କରିବା ପାଇଁ ମନା କରାଯାଇ ଥିବା ପରେ ବି ଚୀନ ଏହି ଭଳି ପଦକ୍ଷେପ ନେଇଛି ବୋଲି ଆମେରିକା କହିବା ବେଳେ ଚୀନ ଏହାକୁ ସ୍ଵୀକାର କରି ନାହିଁ । ପ୍ରଥମେ ଟ୍ରେଡ ବାର ଏବଂ ପରେ ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ ଙ୍କ ମୃତ୍ୟୁ କାରଣରୁ ଆମେରିକା ଏବଂ ଚୀନ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଛି ।

ଆମେରିକା ତରଫରୁ ଏହି ବିସ୍ଫୋଟକ ପରୀକ୍ଷଣ କରିବାର ଆରୋପ ଅଧିକ ଶତ୍ରୁତା ସୃଷ୍ଟି କରିବାର ଆଶଙ୍କା ହୋଇଛି । ୱାଲ ଷ୍ଟିଟ ଜର୍ନଲ ଦ୍ଵାରା ଚୀନ କରିଥିବା ଏହି ବିସ୍ଫୋଟକ ବିଷୟରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଆମେରିକାର ବିଦେଶ ବିଭାଗ କହିଛି କି ଚୀନର ପରମାଣୁ ସଂରକ୍ଷଣ ସ୍ଥାନର ଗତିବିଧି କୁ ଲକ୍ଷ କରି ଆଶଙ୍କା କାରାଯାଉଛି କି ଚୀନ ‘ଜିରୋ ୟିଲ୍ଡ’ ର ନିୟମ ଉଲଂଘନ କରୁଛି ।

Image courtesy: Google

ଜିରୋ ୟିଲ୍ଡ ନିୟମ ଅନୁସାରେ ଏପରି ପରମାଣୁ ପରୀକ୍ଷାର ଅନୁମତି ଅଛି ଯେଉଁଥିରେ ବିସ୍ଫୋରକ ଜିନିଷର ପରୀକ୍ଷଣ ଦ୍ଵାରା ତାହାର କୌଣସି ପ୍ରକାରର ପ୍ରତିକ୍ରିୟା ହେବ ନାହିଁ । ଏହି ଆରୋପ ଲଗାଇବା ସମୟରେ ସେଥିପ୍ରତି କୌଣସି ସଠିକ ପ୍ରମାଣ ନ ଥିବା ବେଳେ ଏଥିରେ କୁହାଯାଇଛି କି ଚୀନ ଜିରୋ ୟିଲ୍ଡ ନିୟମର ଉଲଂଘନ କରୁଛି ।

Image courtesy: thearticle

୧୯୯୬ ମସିହାରେ ପରମାଣୁ ହତିଆର ର ସୁରକ୍ଷା ଦିଗକୁ ଦୃଷ୍ଟି ରେ ରଖି କମ୍ପ୍ରେସିଭ ଟେଷ୍ଟ ବ୍ୟାନ କରା ଯାଇଥିଲା । ଚୀନ ଏହି ନିୟମର ପାଳନ କରିବା ସହିତ ଏହି ନିୟମ ଉପରେ ନଜର ରଖିଥିବା ମନିଟର ସେଣ୍ଟର କୁ ଆସୁଥିବା ଡାଟାକୁ ଅଧାରୁ ଚୋରୀ କରି ତାର ପାରଦର୍ଶିତା ଉପରେ ପ୍ରଭାବ ପକାଇଛି । ସିସିଟିଭି ର ରକ୍ଷଣା ବେକ୍ଷଣ ଦାୟିତ୍ଵରେ ଥିବା କର୍ମଚାରୀ କହିଛନ୍ତି ଚୀନରେ ଲାଗିଥିବା ୫ଟି ସେନ୍ସରର ଡାଟା ୨୦୧୮ ମସିହାରେ ଠିକ ଭାବେ ମିଳି ନଥିଲା । କିନ୍ତୁ ୨୦୧୯ ମସିହା ଅଗଷ୍ଟ ମାସରେ ଏହି ଡାଟା ପ୍ରାପ୍ତ କରିବାରେ କୌଣସି ଅସୁବିଧାର ସମୁଖୀନ ନ ହୋଇ ଠିକ ଭାବେ ମିଳି ପାରିଛି ।

Leave a Reply

Your email address will not be published. Required fields are marked *