ଭଲ ଖବର, ଲକଡାଉନ ଭିତରେ ଏହି କମ୍ପାନୀ ଗୁଡିକ ନିଜ କର୍ମଚାରୀ ମାନଙ୍କର ବଢାଇଲେ ଦରମା

ବର୍ତ୍ତମାନ କରୋନା ଭାଇରସ ପାଇଁ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଛି । ଯେଉଁଥି ପାଇଁ ସବୁ ଦୋକାନ ବଜାର, ଗାଡି ଚଳାଚଳ ଏବଂ କମ୍ପାନୀ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଏହା ଦ୍ଵାରା ଅର୍ଥ ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପଡୁଛି । ଯେଉଁଥି ପାଇଁ ଲୋକମାନେ ବହୁତ ଚିନ୍ତାରେ ପଡିଗଲେଣି । କେତେକ କମ୍ପାନୀ ନିଜର କର୍ମଚାରୀମାନଙ୍କୁ ତାଙ୍କର ଦରମା କାଟି କି ଦେଉଛନ୍ତି ତ ଆଉ କେତେକ କମ୍ପାନୀ କର୍ମଚାରୀ ମାନଙ୍କୁ ଜମା ବି ଦରମା ଦେଉ ନାହାଁନ୍ତି । ଏହି କାରଣ ପାଇଁ କର୍ମଚାରୀ ମାନେ ବହୁତ ହଇରାଣ ହେଉଛନ୍ତି । ଏହି ସମୟରେ ଯଦି ବି କୌଣସି କମ୍ପାନୀ ନିଜର କର୍ମଚାରୀମାନଙ୍କର ଦରମା ବଢାଇ ଦେଉଛି ତାହେଲେ ଏହା କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ । ତାହେଲେ ଆସନ୍ତୁ ଜାଣିବା ଏହି ଲକଡାଉନ ସମୟରେ କେଉଁ କମ୍ପାନୀ ଗୁଡିକ ନିଜ କର୍ମଚାରୀ ମାନଙ୍କର ଦରମା ବଢାଇ ଦେଇଛନ୍ତି ।

ଫ୍ରାନ୍ସର ଆଇଟି ସର୍ବିସେଜ କମ୍ପାନୀ କ୍ୟାପଜେମିନ ରେ ୨ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଥିବା ସମୟରେ ସେଥି ମଧ୍ୟରୁ ୧.୨ ଜଣ ଭାରତୀୟ ଅଟନ୍ତି । ଏହି କମ୍ପାନୀ ଲକଡାଉନ ସମୟରେ ୭୦ପ୍ରତିଶତ ଭାରତୀୟ କର୍ମଚାରୀ ବା ୮୪,୦୦୦ କର୍ମଚାରୀଙ୍କ ଦରମା ବଢାଇ ଦେଇଛି । ଏହାଛଡା କମ୍ପାନୀର ଅନ୍ୟ କର୍ମଚାରୀମାନଙ୍କୁ ବି ଇଙ୍କ୍ରିମେଣ୍ଟ ଦିଆଯିବ ବୋଲି କୁହାଯାଇଛି । ଏହି କମ୍ପାନୀ କର୍ମଚାରୀମାନଙ୍କୁ ଭତ୍ତା ଆକାରରେ ମଧ୍ୟ ୧୦,୦୦୦ ଟଙ୍କା ଦେଉଛନ୍ତି ଯେଉଁମାନେ କି କୋଠା ଘରେ ରହୁ ନାହାଁନ୍ତି । ଏହା ସହିତ ମଧ୍ୟ ଏହି କମ୍ପାନୀ ନୂଆ କର୍ମଚାରୀ ମାନଙ୍କୁ ବି ଭର୍ତ୍ତି କରୁଛି ।

ଆଇଟି ସେକ୍ଟର ର ପ୍ରମୁଖ କଗ୍ନିଜେଣ୍ଟ କମ୍ପାନୀର ସିଇଓ ବ୍ରାୟମ ହଙ୍କ୍ରିଜ ତାଙ୍କ କମ୍ପାନୀର ମୋଟ ୧ଲକ୍ଷ ୩୦ହଜାର କର୍ମଚାରୀ ମାନଙ୍କର ଦରମା ଆଗରୁ ସ୍ଥିର କରିଥିଲେ । ତାଙ୍କ କହିବା ଅନୁସାରେ ଏପ୍ରିଲ ମାସ ଠାରୁ ଏସୋସିଏଟ ଏବଂ ତାଙ୍କ ତଳ ବିଭାଗର କର୍ମଚାରୀ ମାନଙ୍କର ବେସିକ ସାଲାରି ଉପରେ ୨୫ ପ୍ରତିଶତ ବୃଦ୍ଧି କରାଯିବ ।

କିନ୍ତୁ ଏହା ପରେ ସେ କହିଛନ୍ତି କି କରୋନା ବିପତ୍ତି ଚାଲି ଥିବା ସମୟରେ ମଧ୍ୟ ତାଙ୍କ କର୍ମଚାରୀ ମାନେ ବହୁତ ପରିଶ୍ରମ କରୁଛନ୍ତି । ଡିଜିଟାଲ ପେମେଣ୍ଟ ଷ୍ଟାଫ ଅଫ ଭାରତ ପେ ର ସିଇଓ କହିଛନ୍ତି କି ତାଙ୍କ କର୍ମଚାରୀ ମାନଙ୍କର ଦରମା ରେ ୨୦ ପ୍ରତିଶତ ବୃଦ୍ଧି କରାଯିବ । ସବୁ ଖବରର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *