ପୁଣି ଦେଖିବାକୁ ମିଳିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ହଜାରା ଏକ୍ସପ୍ରେସ୍ସ ରେ 10 ବଗି ଲାଇନଚ୍ୟୁତ.. ଦୁର୍ଘଟଣା ପଛରେ ଥିବା କାରଣ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପୁଣି ଘଟିଲା ଟ୍ରେନ୍ନ ଦୁର୍ଘଟଣା ଯାତ୍ରୀବାହୀ ଟ୍ରେନ ହେଲା ଲାଇନଚ୍ୟୁତ ଏବଂ ଚାରିଆଡେ ଶୁଭୁଛି ଖାଲି ବିକଳ ଚିତ୍କାର ।  କରମଣ୍ଡଲ ଦୁର୍ଘଟଣା ପରେ ଏବେ ହଜାରା ଏକ୍ସପ୍ରେସ୍ସ ନେଇଗଲା ଜୀବନ । ପୁଣି ଲୋହଦାନବ ନେଇଛି ରକ୍ତ । ହଁ ଦର୍ଶକବନ୍ଧୁ କରମଣ୍ଡଳ ଟ୍ରେନ ଦୁର୍ଘଟଣାକୁ ଲୋକେ ଏଯାଏ ଭୁଲି ନ ଥିବା ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର ଦୁର୍ଘଟଣା ।

ଯେଉଁଥିରେ ଲୋକେ ମାନେ ପ୍ରାଣବିକଳରେ ଜୀବନକୁ ବଞ୍ଚାଇବା ପାଇଁ ଡାକୁଛନ୍ତି । ତେବେ ପଡୋଶୀ ଦେହସ ପାକିସ୍ତାନରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ନବାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ୍ସର ଦଶଟି ବଗି ଲାଇନଚ୍ୟୁତ  ହୋଇଯାଇଛି । କରାଜି ରୁ ଅକ୍ଟୋବା  ଯିବା ରାସ୍ତାରେ ହିଁ  ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ 22 ଜଣକ ମୃତ୍ୟୁ ହୋଇଥିବା ବେଳେ 80 ଜଣ ଭୟଙ୍କର ଭାବରେ ଆହତ ହୋଇଛନ୍ତି ।

ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଶୁଣିବାକୁ ମିଳୁଛି । ସୂଚନା ଅନୁସାରେ ଆହତମାନଙ୍କୁ ନବାବସାହାର ପିପୁଷ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଅଭାବନୀୟ ଘଟଣା  କିପରି ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି । ମାତ୍ର ଏହି ରେଳଦୁର୍ଘଟଣାରେ ବହୁ ଲୋକେ ନିଜ ହାତଗୋଡ ହରାଇଛନ୍ତି । ପାକିସ୍ତାନୀ ରେଳବାହୀର ଉପାଧ୍ୟକ ମହମ୍ମଦ ରେହମାନ କହିଛନ୍ତି କି କ୍ଷତିଗସ୍ତ ବଗିରୁ 22 ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ 80 ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାକୁ ନିଆଯାଇଛି ।

ଏଣୁ ବର୍ତ୍ତମାନ ସୁଧା ଉଦ୍ଧାର କାର୍ଯ୍ୟ ଜାରିରହିଛି ଏବଂ ଅପର ପକ୍ଷରେ ଟ୍ରେନ୍ନ ଦୁର୍ଘଟଣା ପଛରେ କାରଣ ଜାଣିବା ପାଇଁ ମଧ୍ୟ ପୋଲିସ ତା ତଦାରଖ ଆରମ୍ଭ କରିଛି । ସେହିପରି ପାକିସ୍ତାନର ରେଳମନ୍ତ୍ରୀ କହିଛନ୍ତି କି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି କି ରେଳ ସାଧାରଣ ବେଗରେ ଯାଉଥିଲା ଏଣୁ ଏବେ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଆଉ ସେପଟେ ଡାକ୍ତରଖାନା ମାନଙ୍କ ଜରୁରୀକାଳିନ ଚିକିତ୍ସା ପାଇଁ ରେଳମନ୍ତ୍ର ଆଦେଶ ଦେଇଛନ୍ତି । ଏଭଳି ଘଟଣା ପୁନର୍ବାର ଘଟିବା ଲୋକମାନଙ୍କ ଭିତରେ ଟ୍ରେନ ଯାତ୍ରାକୁ ନେଇ ଭୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *