ବନ୍ୟା ପାଣିରେ ଓଡିଶାକୁ ଆସୁଛନ୍ତି ସାପ ଓ କୁମ୍ଭୀର, ଗାଁ ଗଣ୍ଡାରେ ଛକି ରହି କରୁଛନ୍ତି ମଣିଷକୁ ଶିକାର !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବନ୍ୟା ପାଣିରେ ଆସୁଛନ୍ତି ସାପ ଓ କୁମ୍ଭୀର ,ଘରେ ଘରେ ପଶୁଛନ୍ତି …. ଲୁଚି ଲୁଚି ମଣିଷଙ୍କୁ ଶିକାର କରୁଛନ୍ତି । ହଁ ଦର୍ଶକବନ୍ଧୁ ଛତିଶଗଡରୁ ବନ୍ୟା ପାଣି ସହ ଓଡିଶାକୁ ଆସୁଛନ୍ତି ସାପ ଓ କୁମ୍ଭୀର । ଯାହାକୁ ନେଇ ଲୋକେ ଆଜି ବିପଦରେ । ଅପର ପକ୍ଷରେ ଛତିଶଗଡ ତା ଇଛା ଅନୁସାରେ ଗେଟ୍ ସବୁ ଖୋଲିଦେଉଛି ।

ଏଣୁ ହୀରାକୁଦ ଡ୍ୟାମ ପାଣିକୁ ସମ୍ଭାଳି ରଖିପାରୁନି ତେଣୁ ବନ୍ୟା ପାଣିକୁ ନିଷ୍କାସନ କରାଯାଇଛି । ଏବେ ମହାନଦୀରେ ଜଳସ୍ତର ବୃଦ୍ଧି ହେବାକୁ ଲାଗୁଛି ବୈତରଣୀ ନଦୀରେ ମଧ୍ୟ ବନ୍ୟା ପଣି ବୃଦ୍ଧି 16 ଟି ପଞ୍ଚାୟତ ରେ ପାଣି ଘରମାନଙ୍କରେ ପଶୁଚି । ତେବେ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ  ବୈତରଣୀ ନଦୀରେ କୁମ୍ଭୀରମାନେ ବୁଲୁଛନ୍ତି କେବଳ କୁମ୍ଭୀର ନୁହେଁ ତା ଗୋଷ୍ଟୀ ସହ ଓଡିଶାକୁ ଆସିଛନ୍ତି ଏବଂ ଲୋକମାନଙ୍କୁ ଶିକାର କରିବାକୁ ଛକି ବସିଛନ୍ତି ।

ଏଣୁ ଲୋକମାନେ ବାହାରକୁ ବାହାରିବାକୁ ଭୟ ପ୍ରକାଶ କରୁଛନ୍ତି । ସୂଚନା ଅନୁଯାୟୀ ଛତିଶଗଡରୁ କେବଳ ସାପ ଆସିନାହାଁନ୍ତି ବରଂ ସାପ ସହ କୁମ୍ଭୀରମାନେ ମଧ୍ୟ ଛତିଶଗଡରୁ ଅନେକ ସଂଖ୍ୟାରେ ପାଣିରେ ଘୁରି ବୁଲୁଛନ୍ତି । ଅପର ପଟେ ବନ୍ୟା ପାଣି ଆସିବାରୁ ଦେଶରେ ଚାଷଜମି ଗୁଡାକ ନଷ୍ଟ ହୋଇଯାଇଛି । ବଜାରରେ ପନିପରିବା ଦର ଆକାଶ ଛୁଇଁବାରେ ଲାଗିଛି ।

ଚାଷୀମାନଙ୍କ ପରିଶ୍ରମ ବନ୍ୟା ଜଳ ନଷ୍ଟ କରିଦେଇଛି । ଯାହାକୁ ନେଇ ଚାଷୀମାନେ ଦୁଃଖିତ ଅନୁଭବ କରୁଛନ୍ତି । ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ହୀରାକୁଦ ଗୋଟାଏ ପରେ ଗୋଟାଏ ଗେଟ୍ ଖୋଲିବା ଲାଗିଛି ଏହା ଯୋଗୁଁ ତଳିଆ ଅଞ୍ଚଳ ରେ ରହିଥିବା ଲୋକମାନଙ୍କ ଘରେ ବନ୍ୟା ପାଣି ପଶୁଛି । ତେବେ ଖାଲି ବନ୍ୟା ପଶିବାକୁ ନେଇ ଲୋକେ ଚଳିଯାଉଥିଲେ କିନ୍ତୁ ଏବେ ପାଣିରେ ଘରକୁ ପଶୁଛନ୍ତି ସାପ ।

ତେବେ ସାପ ତା ବଂଶ ବୃଦ୍ଧି କରିବାରେ ଲାଗିଥିଲା ବେଳେ କୁମ୍ଭୀର ଗାଁ ଗଣ୍ଡା ସବୁ ଆଡେ ପଶି ଲୋକମାନଙ୍କୁ ଶିକାର କରିବାରେ ଲକ୍ଷ୍ୟ ରଖିଥିବା ଜଣାପଡୁଛି । ତେବେ ଦୁଇଟି ସରୀସୃପ ଓଡିଶାରେ ବିପଦ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *