ପୁଣି ଚର୍ଚ୍ଚାରେ ଭାଇରାଲ ବୟ Trailokya, ଭାଇରାଲ ହେଲା ଏକା ନୂଆ ଗୀତ, ‘ଆଜ୍ଞା ମୁଁ ପଥମ ଶେଣୀରେ ପଢୁଥେଲି ପରୀକ୍ଷା ନଦେଇ ମୋର ଦୁତୀୟ ହେଇଗଲା’ ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଭାଇରାଲ ହୋଇଥିବା କୁନି ପିଲା ତ୍ରିଲୋକ୍ୟ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି କୁନି ପିଲା ଟି ର ଭିଡିଓ ବିଗତ ସମୟ ରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଯେଉଁଥିରେ ପିଲାଟି କହୁଥିଲା ଯେ, ସେ ପ୍ରଥମ ଶ୍ରେଣୀ ରେ ପଢୁଛି ବୋଲି । ପିଲା ଟି ର ଏହି ମଜାଦାର କଥାକୁ ନେଇ ଏକ ଗୀତ ମଧ୍ୟ ବନା ଯାଇଥିଲା । ଯାହା ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା ଏବଂ ଗୀତ ଟି ସୁପରହିଟ୍ ମଧ୍ୟ ହୋଇଥିଲା ।

ତେବେ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚା ରେ ଅଛନ୍ତି ଭାଇରାଲ ବଏ ତ୍ରିଲୋକ୍ୟ । ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସେହି ଭାଇରାଲ ଭିଡିଓ ରେ ତ୍ରୈଲୋକ୍ୟ କଣ କହୁଛନ୍ତି । ବନ୍ଧୁଗଣ ତ୍ରୈଲୋକ୍ୟ ଙ୍କ ଗୋଟିଏ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା ଏବଂ ସେହି ଭିଡିଓ ଲୋକ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

ପୁଣୀ ଚର୍ଚ୍ଚା କୁ ଆସିଛନ୍ତି ତ୍ରୈଲୋକ୍ୟ । ତାଙ୍କର ଅନ୍ୟ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଉକ୍ତ ଭିଡିଓ ରେ ସେ କହିଛନ୍ତି ଯେ, ‘ ଆଜ୍ଞା ନମସ୍କାର ମୁଁ ହେଉଛି ତ୍ରୈଲୋକ୍ୟ ରାୟ । ମୁଁ ପ୍ରଥମ ଶ୍ରେଣୀ ରେ ପଢୁଥିଲି । ମୋର ପରୀକ୍ଷା ନଦେଇ ଦ୍ୱିତୀୟ ଶ୍ରେଣୀ ହୋଇଗଲା । ମୁଁ ବର୍ତ୍ତମାନ ଦ୍ଵିତୀୟ ଶ୍ରେଣୀ ରେ ପଢୁଛି । ‘

ଏହା ସହିତ ତ୍ରୈଲୋକ୍ୟ ସମସ୍ତ ଓଡ଼ିଶା ବାସୀ ଙ୍କୁ ନବବର୍ଷ ର ଅଭିନନ୍ଦନ ଜଣାଇଛନ୍ତି ଏବଂ ଏବଂ ସମସ୍ତ ଙ୍କ ସୁଖ କାମନା କରି ସେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେ ସମସ୍ତଙ୍କୁ ହାତ ଯୋଡ଼ି ନିବେଦନ କରି କହିଛନ୍ତି ଯେ, ସରକାର ଙ୍କ ଦ୍ଵାରା ଲାଗୁ ସମସ୍ତ କୋରନା ନିୟମ କୁ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଡବଲ ଡୋଜ ଟୀକା ନିଅନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ ।

ଏହା ସହିତ ସେ ଏକ ସ୍ଲୋଗାନ ମାଧ୍ୟମରେ ଜନତା ଙ୍କୁ ଏହା କହିଛନ୍ତି ଯେ, “ଆମେ ସବୁ ହେଲେ ସଚେତନ ହେବ ନାହିଁ ଲକଡାଉନ, ହାରିଯିବ ଓମିକ୍ରନ ନିରାପଦ ହେବ ଆମ ଜୀବନ” । ତେବେ ତ୍ରୈଲୋକ୍ୟ ଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଏବଂ ପୂର୍ବ ଭଳି ଏହି ଭିଡିଓ କୁ ମଧ୍ୟ ଦର୍ଶକ ମାନେ ନିଜର ଭଲ ପାଇବା ଦେଇଛନ୍ତି । ତେବେ ଆପଣ ମାନଙ୍କୁ ତ୍ରୈଲୋକ୍ୟ ଙ୍କ ଏଭଳି ମଜାଦାର କଥା କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *