CM Naveen Pattnaik ଙ୍କ ଭିଡିଓ ଭାଇରାଲ ହେବା ପରେ ରାଗିଗଲେ କଂଗ୍ରେସ ବିଧାୟକ Sura Routray, ସିଏମ ଙ୍କୁ ତାତ୍ସଲ୍ୟ କରି କହିଲେ କିଛି ଏମିତି…ଦେଖନ୍ତୁ VIdeo

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଉଭୟ ଭଲ ଚର୍ଚ୍ଚା ଓ ଖରାପ ଚର୍ଚ୍ଚା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା, ନବୀନ ନିବାସ ଭିତରର ଏହି ଭିଡିଓଟି କେଉଁଠୁ ଆସିଲା, ତାକୁ କିଏ ସୁଟିଂ କରିଛନ୍ତି, ଯଦି କରିଛନ୍ତି କେଉଁ ଉଦ୍ଦେଶ୍ୟରେ କଲେ, ଏହା ପଛରେ ଓଡ଼ିଶାବାସୀଙ୍କୁ କିଛି ନିର୍ଦ୍ଦିଷ୍ଟ ମେସେଜ ଦେବାର ଉଦ୍ଦେଶ୍ୟ ରହିଛି କି, ଏହିସବୁ ପ୍ରଶ୍ନକୁ ନେଇ ଏବେ ପାୱାର କରିଡରରେ ଜୋରଦାର ଆଲୋଚନା ହେଉଛି ।

ଯାହା ଜଣାପଡୁଛି, ଭିଡିଓଟି ନବୀନ ନିବାସ ଭିତରର, ତେଣୁ ଏହାକୁ ନବୀନ ନିବାସ ଭିତରର କୌଣସି ବ୍ୟକ୍ତି ହିଁ ସୁଟିଂ କରିଛନ୍ତି । କାରଣ ନବୀନ ନିବାସ ଭିତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସୁଟିଂ କରିବାର ତାକତ ଆଉ କାହାର ନାହିଁ । ତେଣୁ ଏହା କୁହାଯାଇ ପାରେ ଯେ, ଭିଡିଓଟିକୁ ଜାଣି ଜାଣି ନବୀନ ନିବାସ ପକ୍ଷରୁ ହିଁ ଭାଇରାଲ୍ କରାଯାଇଛି ।

ତେବେ କଥା ହେଲା, ନବୀନ ବାବୁ ତାଙ୍କ ବ୍ୟକ୍ତିଗତ ଜୀବନକୁ କେବେ ବାହାରକୁ ଆସିବାକୁ ଦେଇନାହାଁନ୍ତି । ଏଥିପାଇଁ ସେ ଆଗ୍ରାହୀ ନୁହଁନ୍ତି ନା ତାଙ୍କର କିଛି ଅସୁବିଧା ଥାଏ, ନା ଏହା ତାଙ୍କର ପସନ୍ଦ ନୁହେଁ, ତାହା କେବଳ ତାଙ୍କୁ ହିଁ ଜଣା । କିନ୍ତୁ ସେ କେବେ କୌଣସି ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦିଅନ୍ତି ନାହିଁ, କେବଳ ଦିଅନ୍ତି ବିବୃତି । ଯଦି କେବେ ସାକ୍ଷାତକାର ଦେଇଛନ୍ତି, ତେବେ ଇଂରାଜୀ କିମ୍ବା ଜାତୀୟ ଗଣମାଧ୍ୟମକୁ, ଓଡ଼ିଆ ଗଣମାଧ୍ୟମକୁ ପ୍ରାୟ ନୁହେଁ ।

ଯଦିବି ଗଣମାଧ୍ୟମ ପ୍ରତିନିଧି ଯାଆନ୍ତି, ନବୀନ ନିବାସ କୋଠାର ପାହାଚ ଯାଏଁ ହିଁ ଯାଆନ୍ତି । ପିଣ୍ଡା ଉପରକୁ ଉଠିବାକୁ ଅନୁମତି ନଥାଏ । ନବୀନ ଯେତେବେଳେ ନୂଆ ନୂଆ ରାଜନୀତିକୁ ଆସିଥିଲେ, ସେତେବେଳେ ସେ ଗଣମାଧ୍ୟମକୁ କେତେଥର ସାକ୍ଷାତକାର ଦେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଚତୁର୍ଥ ସ୍ତମ୍ଭକୁ ଏଡ଼େଇ ଯିବାକୁ ପସନ୍ଦ କରିଛନ୍ତି ।

ତେବେ ବର୍ତ୍ତମାନ ସେହି କଥା ରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି କି ଆମେ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରୁଛୁ କି ସେ ସୁସ୍ଥ ରୁହନ୍ତୁ ଏବଂ ଭଲରେ ରୁହନ୍ତୁ କିନ୍ତୁ ଏହି ଭିଡିଓ କରିବା କଣ ଦରକାର । ଲୁଙ୍ଗି ପିନ୍ଧି ଭିଡିଓ, ବ୍ୟାୟାମ କଲେ ଭିଡିଓ, ଖାଇଲେ ଭିଡିଓ ଚାଲିଲେ ଭିଡିଓ ।

ତେବେ ସୁର ରାଉତରାୟ କହିଛନ୍ତି କି ଯେତେବେଳେ ଗଣମାଧ୍ୟମରେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି, କିମ୍ବା ପାଖାପାଖି କୌଣସି ନିର୍ବାଚନ ଥାଏ, ଏମିତି ବେଳେ ହିଁ ଏପରି କିଛି ଭିଡିଓ ପଦାକୁ ଆସୁଥିବା ଓଡ଼ିଶାବାସୀ ଦେଖନ୍ତି । ଏହା ସବୁ ଭୋଟ ପାଇଁ ଗୋଟିଏ ଚାଲ । ତେବେ ମୁଖ୍ୟମନ୍ତ୍ରୀ ଙ୍କ ର ଏହି ଭିଡିଓ ଟି କଣ ପାଇଁ ରିଲିଜ କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *