ଅଡୁଆରେ Bollywood ଅଭିନେତା Vicky Kaushal, ଦେଖନ୍ତୁ ଗାଡି ଚୋରୀ କେସ ରେ କେମିତି ଫସିଗଲେ Vicky ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନୂଆବର୍ଷ ୨୦୨୨ ର ଆରମ୍ଭ ହୋଇ ସାରିଛି । କିନ୍ତୁ ଏହି ବର୍ଷ ର ଆରମ୍ଭ ବଲିଉଡ ଅଭିନେତା ବିକି କୌଶଲ ଙ୍କ ପାଇଁ କିଛି ଖାସ ରହିଲା ନାହିଁ । ଗୋଟିଏ ପଟେ ବିକି ଙ୍କୁ ନିଜର ନବ ବିବାହିତା ପତ୍ନୀ କଟ୍ରୀନା କ୍ୟାଫ ଙ୍କୁ ଛାଡ଼ି କାମକୁ ଯିବାକୁ ପଡ଼ିଲା ଏବଂ ଅନ୍ୟ ପଟେ ବର୍ଷ ର ଦ୍ଵିତୀୟ ଦିନରେ ହିଁ ତାଙ୍କ ନାଁ ରେ ପୋଲିସ ଷ୍ଟେସନ ରେ କମ୍ପ୍ଲେନ ଫାଇଲ ହୋଇଗଲା । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ବିକି କୌଶଲ ଏବଂ ସାରା ଅଲ୍ଲୀ ଖାଁ ନିଜ ଆଗାମୀ ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି । ଯେଉଁ କାରଣରୁ ଉଭୟ ମଧ୍ୟପ୍ରଦେଶ ର ଇନ୍ଦୋର ରେ ସୁଟିଂ କରୁଛନ୍ତି । ଉଭୟ ଙ୍କ ଆଗାମୀ ଫିଲ୍ମ ର ସୁଟିଂ ସେଟ ରୁ କିଛି ଦିନ ପୂର୍ବରୁ ଫଟୋ ଗୁଡ଼ିକ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା । ଉଭୟ ଙ୍କୁ ସେଠାରେ ବାଇକ ରେ ବସି ଥିବାର ଦେଖା ଯାଇଥିଲା ।

ତେବେ ଜଣେ ବ୍ୟକ୍ତି ତାଙ୍କ ଉପରେ ଗାଡ଼ି ର ନମ୍ବର ଚୋରାଇବାର ଅଭିଯୋଗ କରିଛନ୍ତି । ତେବେ ଯେଉଁ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ତାଙ୍କ କହିବାନୁସାରେ ଉକ୍ତ ବାଇକ ରେ ନମ୍ବର ପ୍ଲେଟ ରେ ଯେଉଁ ନମ୍ବର ୟୁଜ ହୋଇଛି ତାହା ହେଉଛି ତାଙ୍କ ବାଇକ ର ନମ୍ବର । ଅଭିଯୋଗ କରିଥିବା ବ୍ୟକ୍ତି ଙ୍କ ନାମ ହେଉଛି ଜୟ ସିଂ ୟାଦବ ।

ଏହି ସମ୍ବନ୍ଧରେ ମଧ୍ୟପ୍ରଦେଶ ର ବାଣଗଙ୍ଗା ପୋଲିସ ଷ୍ଟେସନ ର ଏସ.ଆଇ ରାଜେନ୍ଦ୍ର ସୋନି ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ ଏହି ବିବାଦ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ହିଁ ସେ କୌଣସି ପଦକ୍ଷେପ ଗ୍ରହଣ କରିବେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଫିଲ୍ମ ର ଡିଟେଲ ବର୍ତ୍ତମାନ ପର୍ଯ୍ୟନ୍ତ ମେକର୍ସ ରିଭିଲ କରି ନାହାନ୍ତି । କିନ୍ତୁ ଏହା କୁହାଯାଉଛି ଯେ, ଏହି ଫିଲ୍ମ ‘ଲୁକାଛୁପି’ ଫିଲ୍ମ ର ସିକ୍ବାଲ ହୋଇପାରେ ।


ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏତେ ଚର୍ଚ୍ଚା ର ବିଷୟ ସାଜିଛି ତେବେ ଏହା ରିଲିଜ ହେବା ପରେ କେତେ ଚର୍ଚ୍ଚା ରେ ରହିବ ତାହା ଦେଖିବାର ବିଷୟ ଅଟେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *