ଫୁଣି 26 ତାରିଖରେ ହେବ ସାରା ଭାରତ ବନ୍ଦ, ଦେଖନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ ?

ବନ୍ଧୁଗଣ ଆସୁଥିବା ଫେବୃୟାରି ୨୬ ତାରିଖ ଦିନ ଭାରତ ବନ୍ଦ ରହିବ । ଏହି ବନ୍ଦ ଘୋଷଣାକୁ ଭାରତୀୟ ବ୍ୟବସାୟିକ ସଂଗଠନ କରିଛନ୍ତି । କାରଣ ଜିଏସଟିରେ କୌଣସି ଅସୁବିଧା ରହିଛି ଯାହାକୁ ସୁଧାରିବା ପାଇଁ ଭାରତୀୟ ବ୍ଯବସାୟିକ ସଂଘଠନ ଏହି ଡାକରା ଦେଇଛନ୍ତି । ବନ୍ଧୁଗଣ ଏହି ମାସରେ ଆମେ ମାନେ ତିନୋଟି ବନ୍ଦ ଡାକରାର ସାମ୍ନା କରି ସାରିଛୁ । ପ୍ରଥମ ଡାକରା ହୋଇଥିଲା ଫେବୃୟାରି ୬ ତାରିଖରେ ଯାହା କୃଶକ ମାନଙ୍କ ଦ୍ଵାରା ହୋଇଥିଲା । ଏହାପରେ ପେଟ୍ରୋଲ ଦର କମେଇବା ପାଇଁ ଦୁତୀୟ ଡାକରା ହୋଇଥିଲେ କଂଗ୍ରେସ ଦଳ ଓ ଆସୁଥିବା ୨୬ ତାରିଖରେ ଭାରତୀୟ ବ୍ଯବସାୟିକ ସଂଘଠନ ଜିଏସଟି ପାଇଁ ଡକରା ଦେବେ ।

ବନ୍ଧୁଗଣ ଏହି ୨୬ ତାରିଖରେ ଭାରତ କେତେକ ସମୟ ପାଇଁ ବନ୍ଦ ରହିବ ଓ କଣ କଣ ସବୁ ଖୋଲା ରହିବ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆସୁଥିବା ଫେବୃୟାରି ୨୬ ତାରିଖ ଦିନ ଭାରତ କେବଳ ୧୨ ଘଣ୍ଟା ପାଇଁ ବନ୍ଦ ରହିବ । ୨୬ ତାରିଖ ଦିନ ସଖାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ । ଏହି ବନ୍ଦ ଡାକରା ଦିନ ସବୁ ଯାନବାହାନ ବନ୍ଦ ରହିବ ବୋଲି ଜଣା ପଡିଛି ।

ହେଲେ ବନ୍ଧୁଗଣ କିଛି ଜରୁରୀ କାଲ୍ନ ଗାଡି ତଥା ଆମ୍ବୁଲାନ୍ସ, ଅଗ୍ନିସମ ଗାଡି ଓ କିଛି ପ୍ରାଇଭେଟ ଗାଡି ଯାହାର ମେଡିକାଲ କେସ ଥିବ ସେ ସବୁ ଚାଲୁ ରହିବ । ଏହା ବ୍ଯତୀତ ବନ୍ଧୁଗଣ କ୍ଷୀର ଗାଡି, ଛୋଟ ଛୁଆଙ୍କ ଖାଦ୍ୟ ଗାଡି ଓ ମିଡିଆ ଗାଡି ମଧ୍ୟ ଚାଲୁ ରହିବ ।

ଏହା ସହିତ ବନ୍ଧୁଗଣ ବିଦ୍ୟୁତ ଅଫିସ, ଅଗ୍ନିସମ ଅଫିସ, ମେଡିକାଲ ଓ ପୋଲିସ ଅଫିସ ଆଦି ଖୋଲା ରହିବ । ଏହି ଅଫିସ ଗୁଡିକୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରାଇଭେଟ ଅଫିସ ବନ୍ଦ ରହିବ । ସେହି ଦିନରେ ଜରୁରୀ କାଳୀନ ଦୋକାନ ତଥା ମେଡ଼ିସିନ ଦୋକାନ, ପଶୁ ଖାଦ୍ୟ ଦୋକାନ ଓ ଛୋଟ ଛୁଆଙ୍କ ଖାଦ୍ୟ ଦୋକାନ ଆଦି ଖୋଲା ରହିବ ।

ବନ୍ଧୁଗଣ ଏହି ବନ୍ଦ ଡାକରା ପାଖା ପାଖି ୪୦ ହଜାର ବ୍ଯବସାୟିକଙ୍କ ସଂଗଠନ ମାଧ୍ୟମରୁ ଦିଆଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ ନିଶ୍ଚୟ କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *