ଜାଣନ୍ତୁ Bigg Boss ର 14 ଟି ସିଜନ ର କେଉଁ ମାନେ ଥିଲେ ୱିନର ଓ କେତେ ଥିଲା ସେମାନଙ୍କ ୱିନିଙ୍ଗ ପ୍ରାଇସ, କିଏ ଜିତିଥିଲା ସବୁଠୁ ଅଧିକ ପ୍ରାଇସ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ବିଭିନ୍ନ ରିଆଲିଟି ସୋ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ଯେଉଁ ରିଆଲିଟି ସୋ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଭାରତର ନମ୍ବର ୧ ରିଆଲିଟି ସୋ । ଯାହାକୁ ଭାରତର ଅଧିକାଂଶ ଲୋକ ଦେଖିବା ପାଇଁ ପସନ୍ଦ କରନ୍ତି । ବନ୍ଧୁଗଣ ଏହି ସୋର ନାମ ହେଉଛି ‘ବିଗବସ’ । କଲର୍ସ ଚ୍ଯାନେଲରେ ପ୍ରସାରିତ ହେଉଥିବା ଏହି ସୋ ରେ ବହୁତ ବଡ ବଡ ସେଲିବ୍ରେଟି ଆସି ଅଂଶ ଗ୍ରହଣ କରିଥାନ୍ତି । ଏହି ସୋ ମାଧ୍ୟମରେ ସେମାନଙ୍କ ଧର୍ଜ୍ୟ ଓ ତାଙ୍କ ସ୍ଵଭାବର ବିଷୟରେ ଜଣା ପଡିଥାଏ । ଲୋକମାନଙ୍କ ଭୋଟ ଦ୍ଵାରା ଏହି ସୋର ବିଜେତା ନିର୍ଣ୍ଣୟ କରାଯାଇଥାଏ ।

ବନ୍ଧୁଗଣ ଏହି ରିଆଲିଟି ସୋରେ ବହୁତ ବଡ ବଡ ଫିଲ୍ମ ଷ୍ଟାର୍ସ ମାନେ ମଧ୍ୟ ଆସିଥାନ୍ତି । ପ୍ରଥମେ ଏହି ସୋଟି ୨୦୦୬ ମସିହାରେ ଟିଭିରେ ପ୍ରସାରିତ ହୋଇଥିଲା ଯାହାକୁ ବଲିଉଡ ଷ୍ଟାର ହର୍ଷତ ବାର୍ଷି ହୋଷ୍ଟ କରିଥିଲେ । ହେଲେ ବର୍ତ୍ତମାନ ଏହି ସୋକୁ ସଲମାନ ଖାନ ହୋଷ୍ଟ କରୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବିଗବସର ସମସ୍ତ ସିଜନର ବିଜେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବିଗବସ ସିଜନ ୧ଟି ୨୦୦୬ ମସିହାରେ ହୋଇଥିଲା । ଏହାର ବିଜେତା ହୋଇଥିଲେ ବଲିଉଡ ଅଭିନେତା ରାହୁଲ ରୟ ଓ ସେ ଏହି ସୋରୁ ୧ କୋଟି ଟଙ୍କା ମଧ୍ୟ ଜିତି ଥିଲେ ।

୨. ବିଗବସ ସିଜନ ୨ଟି ୨୦୦୮ ମସିହାରେ ହୋଇଥିଲା ଓ ଏହାର ବିଜେତା ହୋଇଥିଲେ ଆଶୁତୋଷ କୌଶିକ । ଆଶୁତୋଷ ଏହି ସୋରୁ ୧ କୋଟି ଟଙ୍କା ପାଇଥିଲେ ।

୩. ବିଗବସ ସିଜନ ୩ଟି ୨୦୦୯ରେ ଆସିଥିଲା ଏହି ସୋର ବିଜେତା ଥିଲେ ବିନ୍ଦୁ ଦାରା ସିଂହ ଓ ସେ ୧ କୋଟି ଟଙ୍କା ମଧ୍ୟ ଜିତିଥିଲେ ।

୪. ବିଗବସ ସିଜନ ୪ଟି ୨୦୧୦ ମସିହାରେ ପ୍ରସାରିତ ହୋଇଥିଲା ଓ ଏହାର ବିଜେତା ଥିଲେ ଶ୍ଵେତା ତିବାରି । ଶ୍ଵେତା ମଧ୍ୟ ଏହି ସୋରୁ ୧ କୋଟି ଟଙ୍କା ଜିତିଥିଲେ ।

୫. ବିଗବସ ସିଜନ ୫ଟି ୨୦୧୧ରେ ହୋଇଥିଲା ଏହାର ବିଜେତା ଥିଲେ ଜୁହୀ ପରମାର । ବିଜେତା ହେବା ସହିତ ସେ ଏକ କୋଟି ଟଙ୍କା ମଧ୍ୟ ଜିତିଥିଲେ ।

୬. ବିଗବସ ସିଜନ ୬ଟି ୨୦୧୨ ମସିହାରେ ହୋଇଥିଲା ଓ ଏହାର ବିଜେତା ଥିଲେ ଉର୍ବଶୀ ଢୋଲକିଆ । ଉର୍ବଶୀ ମଧ୍ୟ ୧ କୋଟି ଟଙ୍କା ଜିତିଥିଲେ ।

୭. ବିଗବସ ସିଜନ ୭ଟି ୨୦୧୩ ମସିହାରେ ହୋଇଥିଲା ଓ ଏହାର ବିଜେତା ଥିଲେ ଗୌହର ଖାନ । ସେ ଏହି ସୋରୁ ୧ କୋଟି ଟଙ୍କା ଜିତିଥିଲେ ।

୮. ବିଗବସ ସିଜନ ୮ଟି ୨୦୧୪ ମସିହାରେ ହୋଇଥିଲା ଓ ଏହାର ବିଜେତା ଥିଲେ ଗୌତମ ଗୁଲାଟି ଓ ସେ ମଧ୍ୟ ଏହି ସୋରୁ ୧ କୋଟି ଟଙ୍କା ଜିତିଥିଲେ ।

୯. ବିଗବସ ସିଜନ ୯ଟି ୨୦୧୫ ମସିହାରେ ହୋଇଥିଲା ଓ ଏହାର ବିଜେତା ଥିଲେ ପ୍ରିନ୍ସ ନରୁଲା । ଏହା ସହିତ ପ୍ରିନ୍ସ ୫୦ ଲକ୍ଷ ଟଙ୍କା ମଧ୍ୟ ଜିତିଥିଲେ ।

୧୦. ବିଗବସ ସିଜନ ୧୦ଟି ୨୦୧୬ରେ ହୋଇଥିଲା ଓ ଏହାର ବିଜେତା ଥିଲେ ମାନବୀର ଗୁଜର । ସେ ଏହି ସୋରୁ 50 ଲକ୍ଷ ଟଙ୍କା ଜିତିଥିଲେ ।

୧୧. ବିଗବସ ସିଜନ ୧୧ଟି ୨୦୧୭ରେ ହୋଇଥିଲା ଓ ଏହାର ବିଜେତା ଥିଲେ ଶିଲ୍ପା ଶିନ୍ଦେ । ସେ ଏହି ସୋରୁ 45 ଲକ୍ଷ ଟଙ୍କା ଜିତିଥିଲେ ।

୧୨. ବିଗବସ ସିଜନ ୧୨ଟି ୨୦୧୮ରେ ହୋଇଥିଲା ଓ ଏହାର ବିଜେତା ଥିଲେ ଦୀପିକା କକ୍କର । ସେ ଏହି ସୋରୁ 50 ଲକ୍ଷ ଟଙ୍କା ଜିତିଥିଲେ ।

୧୩. ବିଗବସ ସିଜନ ୧୩ଟି ୨୦୧୯ରେ ହୋଇଥିଲା ଓ ଏହାର ବିଜେତା ଥିଲେ ସିଦ୍ଧାର୍ଥ ଶୁକ୍ଲା। ସେ ଏହି ସୋରୁ 1 କୋଟି ଟଙ୍କା ଜିତିଥିଲେ ।


୧୪. ବିଗବସ ସିଜନ ୧୪ଟି ୨୦୨୦ ରେ ହୋଇଥିଲା ଓ ଏହାର ବିଜେତା ଥିଲେ ରୁବିନା ଦିଲାଇକ । ସେ ଏହି ସୋରୁ 50 ଲକ୍ଷ ଟଙ୍କା ଜିତିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *