ବାତ୍ୟା ASANI ପରେ ବଙ୍ଗୋପ ସାଗରେ ପୁଣି ଲଘୁଚାପ ! ପ୍ରବଳ ବର୍ଷିବ…ଚିନ୍ତାରେ ଉପକୂଳ ବାସୀ

ବନ୍ଧୁଗଣ ଗତ କିଛି ଦିନ ହୋଇଛି ବାତ୍ୟା ଅସାନି ଯିବାର । ଆଉ ଅସାନି ଯାଉ ଯାଉ ପୁଣି ସ୍ପଷ୍ଟ ହେଲାଣି ଲଘୁଚାପ । ୧୯ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ଶାୟତ ମୌସୁମୀ ବର୍ଷା ବି ହେଇପାରେ ଚିନ୍ତାର କାରଣ । କିଛି ଏଭଳି ଖବର ଏବେ ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଓଡିଶା ଉପରେ ବାତ୍ୟା ଅସାନିର ଭୟ ଟଳି ଥିଲେ ମଧ୍ୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।


ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ।

ଏହା ପରେ ଏହାର ରୂପ ରେଖା ଆଉ ପ୍ରଭାବ କଣ ରହିବ ସେନେଇ ଆକଳନ କରାଯାଇ ପାରିବ ବୋଲି ଆଇଏମଡି କହିଛି । ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୧୫ ତାରିଖ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରକୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ମୌସୁମୀ ବାୟୁ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷ ୨୭ ମେରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ନେଇ ପୂର୍ବାନୁମାନ କରାଯାଇଛି । ଏହା ସ୍ଵାଭାବିକ ତାରିଖ ଠାରୁ ପୂର୍ବରୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅଛି କି ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଗତ କାଲି ତିତ୍ଲାଗଡ ସବୁଠାରୁ ଉତପ୍ତ ସହର ଥିଲା । ଏଠାରେ ଗତ କାଲି ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । 


ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ସେ ଯାହା ବି ହେଉ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *