High Court ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ‘ଓଠରେ ଚୁମ୍ବନ ନୁହେଁ ଅପ୍ରାକୃତିକ ସମ୍ପର୍କ, କିନ୍ତୁ ଯଦି ଏହା…’

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟାରେ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ବନ୍ଧୁଗଣ ଓଠରେ ଚୁମ୍ବନ ଅପ୍ରାକୃତିକ ଶାରୀରିକ ସମ୍ପର୍କ ନୁହେଁ । ଏକ ମାମଲାର ଶୁଣାଣି କରି ମୁମ୍ବାଇ ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ପ୍ରେମର ସହ ସ୍ପର୍ଶ କରିବାକୁ ଉତ୍ପୀଡନ କୁହାଯିବ ନାହିଁ । ଭାରତୀୟ ଦଣ୍ଡ ସଂହିତା ଧାରା 377 ଅନୁସାରେ ଏହା ଅପରାଧ ନୁହେଁ । ଏହା ସହିତ ଉକ୍ତ ଆକ୍ଟ ଅନୁଯାଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । 

ଜାମିନ ପାଇଥିବା ବ୍ୟକ୍ତି ଜଣକ ଜଣେ ନାବାଳକ ଓଠରେ ଚୁମ୍ବନ କରିବା ସହ ବାଳକଙ୍କ ସମ୍ବେଦନଶୀଳ ଅଙ୍ଗରେ ସ୍ପର୍ଶ କରିବାର ଅଭିଯୋଗ ହୋଇଥିଲା । ନାବାଳକଙ୍କ ବାପାଙ୍କ ଅଭିଯୋଗ ମୁତାବକ ଦିନ ଏତାଙ୍କ ଆଲମାରିରୁ ଟଙ୍କା ଚୋରୀ ହେବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପୁଅ ଅନଲାଇନ ଗେମ ଖେଳିବା ପାଇଁ ଏହି ଟଙ୍କା ନେଉଛି । ଘର ପାଖରେ ଥିବା ଦୋକାନକୁ ଯାଇ ପୁଅ ଏହି ଗେମରେ ରିଚାର୍ଜ କରୁଥିଲା ।

ତେବେ ରିଚାର୍ଜ କରୁଥିବା ଦୋକାନୀ ଜଣକ ପୁଅର ଓଠକୁ ଚୁମ୍ବନ ଦେବା ସହିତ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲା । ଆଉ ଏହି ଦୃଶ୍ୟ ପୁଅର ବାପା ନିଜେ ଦେଖିଥିଲେ । ଏହା ପରେ ସେ ଅଭିଯୋଗ କରିଥିଲେ ପରେ ପୋଲିସ ସମ୍ପୃକ୍ତ ଦୋକାନୀକୁ ଗିରଫ କରିଥିଲା । ସମ୍ପୃକ୍ତ ଅଭିଯୁକ୍ତଙ୍କ ଉପରେ ଧାରା 377, 384 ଓ 320 ଅଧୀନରେ ମାମଲା ଦାୟର କରଯାଇଥିଲା । ଏହା ପରେ ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ହିଫାଜତରେ ରଖାଯାଇଥିଲା ।

ପରେ ଅଭିଯୁକ୍ତ ଜଣକ ଜାମିନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ପୂର୍ବରୁ ମଧ୍ୟ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଚାରପତି କନେଡିବାଲା । ସେ କହିଥିଲେ ଯଦି ଅଭିଯୁକ୍ତ ଓ ପୀଡିତଙ୍କ ମଧ୍ୟରେ ସିଧା ସଳଖ ଶାରୀରିକ ସମ୍ପର୍କ ନାହିଁ ତା ହେଲେ ଏହାକୁ ଶାରୀରିକ ଉତ୍ପୀଡନ କୁହାଯାଇ ପାରିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *