ପୁଣି ଫେରିଲା ନାଇଟ କର୍ଫ୍ଯୁ, ଫେବୃଆରୀ 28 ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ କଲେଜ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯେତେବେଳେ ପୃଥିବୀ ରେ ପାପ ର ମାତ୍ରା ବହୁତ ବଢିଯାଏ ସେତେବେଳେ ଅନେକ ପ୍ରକାର ଅଘଟଣ ଘଟିବାର ଦେଖିବାକୁ ମିଳିଥାଏ । ପାପ ର ମାତ୍ରା ବହୁତ ବଢିଯିବା ଦ୍ୱାରା ଭୂକମ୍ପ, ବାତ୍ୟା,ବନ୍ୟା,ସୁନାମି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ । ସେହି ପରି ଭାବରେ ଅନେକ ସମୟ ରେ କେତେକ ମହଆମାରୀ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମହଆମାରୀ ରୋଗ ରେ ଅନେକ ଲୋକଙ୍କ ଜୀବନ ଯାଇଥାଏ । ସେହି ପରି ଏକ ମହଆମାରୀ ରୋଗ ଦେଖା ଦେଇଥିଲା ଯାହାର ନାମ ହେଉଛି କରୋନା । କରୋନା ପାଇଁ ସମଗ୍ର ବିଶ୍ୱ ବହୁତ ଚିନ୍ତିତ ଅଛନ୍ତି ।

ଏହା ସମଗ୍ର ବିଶ୍ୱ କୁ ବହୁତ ମାତ୍ରା ରେ ପ୍ରଭାବିତ କରିଛି । ଦୀର୍ଘ ଏକ ବର୍ଷ ଧରି ସମଗ୍ର ବିଶ୍ୱ ଏହି ମହଆମାରୀ ପାଇଁ ଘରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ରହିଥିଲେ । ପୁନର୍ବାର ଦୀର୍ଘ ଏକ ବର୍ଷ ପରେ କରୋନା ର ଏକ ନୂଆ ରୂପ ଦେଖିବାକୁ ମିଳୁଛି । ସମୟେ ସମୟେ ଏହି ମହଆମାରୀ କୁ ନେଇ ଅନେକ ପ୍ରକାର ରୋଚକ ତଥ୍ୟ ଶୁଣିବାକୁ ମିଳୁଛି । ବର୍ତ୍ତମାନ ସମୟ ରେ ଏହି ନୂଆ ରୂପ ପାଇଁ ପ୍ରାୟତଃ ଅନେକ ରାଜ୍ୟରେ ପୁଣିଥରେ ରାତ୍ର କାଳୀନ କର୍ଫ୍ୟୁ ଜାରୀ କରାଗଲାଣି । ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ ଆହୁରି କିଛି କଥା ।

ବନ୍ଧୁଗଣ କରୋନା ର ଚିନ୍ତା ଦୀର୍ଘ ଏକ ବର୍ଷ ହେବ ଲାଗି ରହିଥିଲା । ମନୁଷ୍ୟ ଏହି ସମୟ ରେ ସମ୍ପୂର୍ଣ୍ଣ ଭାବେ ଘରେ ବନ୍ଦ ହୋଇ ରହିଯାଇଥିଲା । ଏକ ବର୍ଷ ପରେ ଯାଇ ଲକଡାଉନ ଖୋଲା ଯାଇଥିଲା ଯାହା ଫଳରେ ସାଧାରଣ ଜନତା ଟିକେ ଆସ୍ୱସ୍ତି ପାଇଥିଲେ । କିନ୍ତୁ ବର୍ତ୍ତମାନ କରନା ର ନୂଆ ରୂପକୁ ନେଇ ସମସ୍ତେ ବହୁତ ଚିନ୍ତା ରେ ରହିଛନ୍ତି । ସେହିପରି କରନା ର ନୂଆ ରୂପ ଅଧିକ ସଂକ୍ରମଣ ହେବାରୁ ଭାରତ ର ମହାରାଷ୍ଟ୍ର ରାଜ୍ୟର ଅମରାବତୀ ଜିଲ୍ଲା ରେ ପୁଣି ଥରେ ରାତ୍ର କାଳୀନ କର୍ଫ୍ୟୁ ଜାରୀ କରାଯାଇଛି ।

ଆସନ୍ତା କାଲି ରାତି ୧୧ ରୁ ସକାଳ ୬ ଟା ଯାଏ ଏହି କଟକଣା ଜାରି କରାଯିବ । କେବଳ ମହାରାଷ୍ଟ୍ର ନୁହେଁ କେରଳ ରେ ମଧ୍ୟ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାକୁ ଲାଗିଛି । ପୁନେ ରେ ଯେଉଁ କର୍ଫ୍ୟୁ ଲାଗୁଛି ସେଥିରେ ଲୋକଙ୍କୁ ଜରୁରୀ ସେବା ଯୋଗାଉଥିବା ସମସ୍ତ ସଂସ୍ଥା ବାଦ ପଡିବ ।

ପୁନେ ରେ ଯେଉଁ ରାତ୍ର କାଳୀନ କର୍ଫ୍ୟୁ ଜାରୀ କରାଯାଇଛି ତାହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହା ମଧ୍ୟରେ ପୁନେ ର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ମହାରାଷ୍ଟ୍ର ରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୨୮୧ ଟି ନୂଆ ମାମଲା ସାମ୍ନା କୁ ଆସିଛି । ଠିକ ସେହିପରି କେରଳ ରେ ସଂକ୍ରମଣ ବଢ଼ିବାରେ ଲାଗିଛି । କେରଳ ରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୬୫୦ ଟି ନୂଆ ମାମଲା ଦେଖିବାକୁ ମିଳିଛି ।

ଏହା ବ୍ୟତୀତ ଭାରତ ର ଆହୁରି ଅନେକ ରାଜ୍ୟରେ ଏହାର ସଂକ୍ରମଣ ଦେଖିବାକୁ ମିଳିଛି । କିନ୍ତୁ ମହାରାଷ୍ଟ୍ର ଓ କେରଳ ର ଆକ୍ରାନ୍ତ ଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାରତ ର ଆକ୍ରାନ୍ତ ଙ୍କ ମଧ୍ୟରେ ପ୍ରାୟ ୭୬ ପ୍ରତିଶତ ଅଛି । ଭାରତ ରେ ବହୁତ ଦିନ ପରେ ଲକଡାଉନ ଓ ସଟଡାଉନ କୁ ଧୀରେ ଧୀରେ କୋହଳ କରାଯାଇଥିଲା କିନ୍ତୁ ବର୍ତ୍ତମାନ କରନା ପୁଣିଥରେ ଅଧିକ ବ୍ୟାପିବା ଯୋଗୁଁ ଆଉଥରେ ହୁଏ ତ ସେହି ଦିନ ଦେଖିବାକୁ ପଡିପାରେ ବୋଲି ଅନେକ ବିଶେଷଜ୍ଞ ନିଜର ମତ ଦେଇଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *