ଠାକୁର ପୂଜା କରିବା ବେଳେ ଏପରି ଫୁଲ ବ୍ୟବହାର କରନ୍ତୁ ନାହିଁ ! ନଚେତ ସୌଭାଗ୍ୟ ବଦଳରେ ଆସିଥାଏ ଦୁର୍ଭାଗ୍ୟ !

ଠାକୁର ପୂଜା କରିବା ସମୟରେ ଆମେ ଭଗବାନଙ୍କୁ ଫୁଲ, ଫଳ ଆଦି ନୈବେଦ୍ୟ ଅର୍ପଣ କରି ପୂଜା କରିଥାଉ । ତେବେ ପୂଜା ସମୟରେ ଆମେ ବିଭିନ୍ନ ପ୍ରକାର ଫୁଲ ଆଣି ଭଗବାନଙ୍କ ଉପରେ ଚଢାଇ ଥାଉ । ଫୁଲ ମଧ୍ୟ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ହେଲେ କେଉଁ ସବୁ ଫୁଲ ଭଗବାନଙ୍କ ଉପରେ ଚଢାଇବା ଅନୁଚିତ ! କେଉଁ ଫୁଲ ଭଗବାନଙ୍କ ଉପରେ ଚଢାଇବା ଦ୍ଵାରା କୃପା ବଦଳରେ ଭଗବାନଙ୍କର କୋପର ସାମ୍ନା କରିବାକୁ ପଡିଥାଏ ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।

1- ପୋକ ଖାଇଯାଇଥିବା, କଟାଫଟା, ଦୁର୍ଗନ୍ଧଯୁକ୍ତ ଫୁଲ, ଅନ୍ୟ ଦେବତାଙ୍କ ଉପରେ ପୂର୍ବରୁ ଚଢା ହୋଇଯାଇଥିବା ଫୁଲ, ଭୂମୀ ଉପରେ ପଡିଥିବା ଫୁଲ ଭଗବାନଙ୍କ ଉପରେ ଚଢାଇବା ଜମାରୁ ବି ଉଚିତ ନୁହେଁ । ଏପରିକି ଅନ୍ୟ ଗଛରୁ ବିନା ଅନୁମତିରେ ଚୋରାଇ ଆଣିଥିବା ପୁଷ୍ପକୁ ମଧ୍ୟ ଭଗବାନଙ୍କୁ ଅର୍ପଣ କରିବା ଉଚିତ ନୁହେଁ । ବାସୀ ହୋଇଯାଇଥିବା ଫୁଲ ମଧ୍ୟ ଭଗବାନଙ୍କୁ ଚଢାନ୍ତୁ ନାହିଁ ।

କାରଣ ନେକ ଲୋକ ବହୁତ ଫୁଲ ତୋଳି କିମ୍ବା କିଣି ଆଣି ଘରେ ରଖି ତାହାକୁ ବହୁ ଦିନ ଧରି ପୂଜା କରିଥାନ୍ତି । ହେଲେ ଭଗବାନଙ୍କ ଉପରେ ଗତ କଲି ତୋଳା ହୋଇ ରଖିଥିବା ବାସୀ ଫୁଲ ଚଢାଇବା ଅନୁଚିତ । ହେଲେ ବନ୍ଧୁଗଣ ଏପରି କିଛି ଫୁଲ ରହିଥାଏ । ଯେଉଁ ଫୁଲ କିଛି ଦିନ ରହିଲା ପରେ ବି ବାସୀ ହୋଇନଥାଏ ।

 

ପଦ୍ମଫୁଲ 11 ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ । କୁମୁଦ ଫୁଲ 5 ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ । ତୁଳସୀ ପତ୍ର, ବେଲପତ୍ର ଏ ସବୁ କେବେ ବାସୀ ହୋଇନଥାଏ । ବେଲପତ୍ର, ତୁଳସୀ ଓ ଅଁଳାର ଛିଣ୍ଡିଯାଇଥିବା ପତ୍ର ମଧ୍ୟ ଭଗବାନଙ୍କୁ ଚଢାଇ ପାରିବେ । ମଧ୍ୟାହ୍ନ ସ୍ନାନ ପରେ ଫୁଲ ତୋଳିବା ଅନୁଚିତ ।

ଭଗବାନ ନାରାୟଣଙ୍କୁ ଦୁଦୁରା, ଦେବୀଙ୍କୁ ଅରଖ ଫୁଲ, ମନ୍ଦର, ସୂର୍ଯ୍ୟଭଗବାନଙ୍କୁ ଟଗର ଫୁଲ ଚଢାଇବା ଉଚିତ ନୁହେଁ । କୌଣସି ପତ୍ର ବା ଫୁଲକୁ ଭଗବାନଙ୍କୁ ଓଲଟା ଚଢାଇବା ଅନୁଚିତ । ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ କୁମୁଦ, କନିଅର, ମଲ୍ଲି, ଚମ୍ପା, ପଲାସ ପତ୍ର, ପଳାଶ ଫୁଲ ଏହି ସବୁ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ପ୍ରଭୁ ଶିବଙ୍କୁ କେତକୀ, ଗଣେଶଙ୍କୁ ତୁଳସୀ ଚଢାଇବା ବର୍ଜିତ ଅଟେ ।

ତେବେ ବନ୍ଧୁଗଣ ଏହି ସମସ୍ତ ଫୁଲର ନିୟମ ମାନି ପୂଜା କରିବା ଉଚିତ । କରବୀର, ଜବାପୁଷ୍ପ ମା’ ଦୂର୍ଗାଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ଅଟେ । ଯାହା ଶାସ୍ତ୍ରରେ ଭଲ ଭାବେ ଲେଖା ହୋଇ ରହିଛି । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁତ ମାତ୍ରାରେ ନିହାତି ଭାବେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *