Vastu Shastra- ପୂଜା ପାଠ କରୁଥିବା ଲୋକ ନିଶ୍ଚୟ ଜାଣି ରଖନ୍ତୁ ଏହି 15 ଟି କଥା, ପୂଜାରେ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ନିଜ ଘରେ ପୂଜା ପାଠ କରୁଥିବେ । ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ କେତେ ବେଳେ ଫୁଲ ଏବଂ ଫଳ କୁ ଅର୍ପଣ କରୁଥିବେ ଏବଂ ଦୀପ ଧୂପ ଦେଇ ବନ୍ଦନା ମଧ୍ୟ କରୁଥିବେ । ତେବେ ଆସନ୍ତୁ ସେହି ପୂଜା ପାଠ ସଂପର୍କ ରେ କିଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା କିମ୍ବା ଉପାୟ ବିଷୟ ରେ ଆଲୋଚନା କରିନେବା । ୧- ପ୍ରଥମ ରେ ହେଉଛି ଗଣେଶ ଙ୍କୁ ତୁଳସୀ ପତ୍ର ଛଡା ଆଉ ସବୁ ପତ୍ର ତାଙ୍କର ପ୍ରିୟ ।

୨- ଦ୍ଵିତୀୟ ରେ ବିନା ସ୍ନାନ କରି ଯିଏ ତୁଳସୀ ପତ୍ର ତୋଳି ପୂଜା କରେ ତାହା ଈଶ୍ୱର ଗ୍ରହଣ କରନ୍ତି ନାହିଁ ।

୩- ରବିବାର ଦିନ ଦୁବ ତୋଳିବା ଉଚିତ ନୁହେଁ ।

୪- କେତକୀ ପୁଷ୍ପ ଶିବ ଙ୍କୁ ଚଢ଼େଇବା ବାରଣ ଅଟେ ।

୫- କେତକୀ ପୁଷ୍ପ ଦ୍ୱାରା ମାଘ ମାସ ରେ ବିଷ୍ଣୁ ଙ୍କ ପୂଜା ନିଶ୍ଚୟ କରିବା ଉଚିତ ।

୬- ଦେବତାଙ୍କ ସାମ୍ନା ରେ ପ୍ରଜ୍ଵଳିତ ଦୀପ କେବେବି ଲିଭାଇବା ଉଚିତ ନୁହେଁ ।

୭- ଶାଳ ଗ୍ରାମ କୁ ଆବାହନ ଏବଂ ବିସର୍ଜନ କରନ୍ତୁ ନାହିଁ ଏହା ଉଚିତ ନୁହେଁ ।

୮- ତୁଳସୀ ପତ୍ର କୁ ମଧ୍ୟାହ୍ନ ପରେ ତୋଳିବା କିମ୍ବା ସେଵନ କରିବା ଉଚିତ ନୁହେଁ ।

୯- ମାଟିର ମୂର୍ତ୍ତି ର ଆବାହନ ଏବଂ ବିସର୍ଜନ କରିବା ଉଚିତ ଥାଏ ଏବଂ ଶେଷ ରେ ଶାସ୍ତ୍ର ଅନୁସାରେ ଗଙ୍ଗା ରେ ପ୍ରବାହିତ କରନ୍ତୁ ।

୧୦- ପଦ୍ମ ଫୁଲ କୁ ପାଞ୍ଚ ରାତି ଏବଂ ବେଲ ପତ୍ର କୁ ଦଶ ରାତି ଏବଂ ତୁଳସୀ କୁ ଏଗାର ରାତି ରେ ରଖି ତାପରେ ମଧ୍ୟ ପୂଜାରେ ଲଗା ଯାଇ ପାରିବ ।

୧୧- ଶାଳ ଗ୍ରାମ ଉପରେ ଅକ୍ଷତ ଦିଆଯାଇ ନଥାଏ ସିନ୍ଦୁର ମିଶା ଚାଉଳ ଦିଆ ଯାଇ ପାରିବ ।

୧୨- ତରଳି ଯାଇଥିବା ଘିଅ କୁ ପୂଜା ରେ ବ୍ୟବହାର କରିବା ଉଚିତ ନୁହେଁ ।

୧୩- ଦୀପ ରୁ ଦୀପ ଜଳାଇବା ଦ୍ୱାରା ମନୁଷ୍ୟ ଗରିବ ଏବଂ ରୋଗୀ ହୋଇଥାଏ ।

୧୪- ଏହା ଛଡା ପୂଜା ସମୟରେ ଦକ୍ଷିଣା ମୁହାଁ କରି ଦୀପ କୁ ରଖନ୍ତୁ ନାହିଁ ।

୧୫- ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ,ଚୈତ୍ର ର ଶୁକ୍ଳ ପଞ୍ଚମୀ,ଶ୍ରାବଣ ର ପୂର୍ଣ୍ଣିମା ତିଥିରେ ଲକ୍ଷ୍ମୀ ପ୍ରାପ୍ତ ପାଇଁ ଲକ୍ଷ୍ମୀ ପୂଜା କରନ୍ତୁ ନାହିଁ ଏହା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *