ଭଗବାନ ଶିବଙ୍କ ଏହି ମନ୍ଦିରରେ ପ୍ରତିଦିନ ହୋଇଥାଏ ଚମତ୍କାର, ଭଗବାନ ଶିବଙ୍କୁ ମାନୁଥିବା ଲୋକ ନିଶ୍ଚୟ ଦେଖନ୍ତୁ ଏହି Video

ବନ୍ଧୁଗଣ ଭଗବାନ ଶିବଙ୍କର ଭାରତରେ ଅନେକ ମନ୍ଦିର ଅଛି । ସେଥିମଧ୍ୟରୁ କିଛି ମନ୍ଦିର ବିଷୟରେ ଆମେ ମାନେ ଜାଣିଛୁ । ଆଜି ଆମେ ଆପଣ ମାନଙ୍କୁ ଭଗବାନ ଶିବଙ୍କର କିଛି ଏପରି ରହସ୍ୟମୟ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ରହସ୍ୟମୟ ମନ୍ଦିର ଗୁଡିକ ବିଷୟରେ ।

ଅଚଳେଶ୍ଵର ମହାଦେବ ମନ୍ଦିର- ଅଚଳେଶ୍ଵର ମନ୍ଦିର ନାମରେ ଭାରତରେ ଭଗବାନ ଶିବଙ୍କ ଅନେକ ମନ୍ଦିର ଅଛି । ହେଲେ ରାଜସ୍ଥାନର ଧୌଲିପୁରରେ ସ୍ଥିତ ଅଚଳେଶ୍ଵର ମନ୍ଦିର ବାକି ସମସ୍ତ ମନ୍ଦିର ଠାରୁ ଭିନ୍ନ ଅଟେ । ଏହି ମନ୍ଦିରଟି ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ସୀମାରେ ଅବସ୍ଥିତ । ଏହି ମନ୍ଦିରଟି ବହୁତ ପ୍ରାଚୀନ ଅଟେ । ଏହି ମନ୍ଦିରରେ ଥିବା ଶିବଲିଙ୍ଗ ଆପେ ଆପେ ଶ୍ୟାମଳ ରଙ୍ଗ ହୋଇଯାଏ ଏହାର କାରଣ ଆଜି ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ । ଏହି ସ୍ଥାନଟି ଡାକୟାତ ମାନଙ୍କ ନାମରେ ପରିଚିତ ଥିଲା ସେଥିପାଇଁ ଅଧିକାଂଶ ଲୋକ ଏହି ମନ୍ଦିର ବିଷୟରେ ଜାଣି ନଥିଲେ । ହେଲେ ବର୍ତ୍ତମାନ ଏହି ମନ୍ଦିରଟି ବହୁତ ପ୍ରସିଦ୍ଧ ଅଛି ।

ଲକ୍ଷ୍ମେଶ୍ଵର ମହାଦେବ ମନ୍ଦିର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଲକ୍ଷ୍ମେଶ୍ଵର ମହାଦେବ ମନ୍ଦିର । ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିରର ସ୍ଥାପନା ଭଗବାନ ରାମ ଚନ୍ଦ୍ର କରିଥିଲେ । ଲକ୍ଷ୍ମଣଙ୍କ କହିବା ଅନୁଯାଇ ଭଗବାନ ରାମ ଚନ୍ଦ୍ର ଏହି ମନ୍ଦିରର ସ୍ଥାପନା କରିଥିଲେ । ଏହି ମନ୍ଦିରରେ ଥିବା ଶିବଲିଙ୍ଗର ସ୍ଥାପନା ଭଗବାନ ଲକ୍ଷ୍ମଣ କରିଥିଲେ । ଏହି ମନ୍ଦିରରେ ଥିବା ଶିବଲିଙ୍ଗରେ ଏକ ଲକ୍ଷ ଛିଦ୍ର ଅଛି ତେଣୁ ଏହାକୁ ଲକ୍ଷ ଲୀଙ୍ଗ ମଧ୍ୟ କୁହାଯାଏ ।

ଏହି ଲୀଙ୍ଗରେ ଥିବା ସବୁ ଛିଦ୍ର ମଧ୍ୟରୁ ଗୋଟେ ଏପରି ଛିଦ୍ର ଅଛି ଯାହା ପାତାଳକୁ ଯାଇଛି । ସେହି ଛିଦ୍ରରେ ଯେତେ ପାଣି ଅର୍ପଣ କରିଲେ ବି ତାହା ପାତାଳରେ ମିଳେଇ ଯାଏ । ଏହା ପଛରେ ଥିବା ରହସ୍ୟ ବିଷୟରେ କେହି ବି ଜାଣି ନାହାନ୍ତି ।

ବିଜଳି ମହାଦେବ ମନ୍ଦିର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବିଜଳି ମହାଦେବ ମନ୍ଦିର । ଏହି ମନ୍ଦିରଟି ସବୁ ମନ୍ଦିର ଠାରୁ ଦୁର୍ଲଭ ଅଟେ । ହିମାଚଳ ପ୍ରଦେଶର କୁଲୁରେ ଅବସ୍ଥିତ ଏହି ମନ୍ଦିରର ବହୁତ ଇତିହାସ ରହିଛି । ପୌରାଣିକ ମାନ୍ୟତା ଅନୁସାରେ କୁଲୁ ସହରରେ ପାର୍ବତୀ ନଦୀ ଓ ବ୍ଯାସ ନଦୀରେ ସଙ୍ଗମ ପରେ ଏକ ଉଚ୍ଚ ପାହାଡରେ ଏହି ମନ୍ଦିର ରହିଛି ।

ଏହି ସ୍ଥାନରେ ପ୍ରତି ୧୨ ବର୍ଷରେ ଥରେ ବିଜୁଳି ମାରେ ଯାହାଫଳରେ ମନ୍ଦିର ମଧ୍ୟରେ ଥିବା ଶିବଲିଙ୍ଗ ଭାଙ୍ଗିଯାଏ । ଏହା ପରେ ମନ୍ଦିର ପୂଜାରୀ ମାନେ ଶିବଲିଙ୍ଗକୁ କିଛି ମଖନ ଲଗାଇ ପୁଣି ଯୋଡି ଦିଅନ୍ତି ଏହା ପରେ ଶିବଲିଙ୍ଗ ପୂର୍ବ ପରି ଶକ୍ତ ହୋଇଯାଏ । ଏହି ମନ୍ଦିରର ରହସ୍ୟ ବିଷୟରେ କେହି ବି ଜାଣି ନାହାନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *