Vastu Shastra- ପୁଜା ଘରେ ଏହି ଭୁଲ୍ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ୍ ଆସିପାରେ ମହାବିପଦ

ସାଙ୍ଗମାନେ ଆଜି ଆମେ କଥା ହେବା ଘରର ମନ୍ଦିର ବିଷୟରେ କିଛି ତଥ୍ୟ ଉପରେ । କିଛି ଭୁଲ ଆମେ ଆମ ପୂଜା ଘରେ କରିଥାଉ , ଯେଉଁଥି ପାଇଁ ଆମକୁ ଅସଫଳତା ମିଳିଥାଏ , ଆମ ପୂଜାର ଫଳ ଆମକୁ ମିଳି ନଥାଏ । ଆମ ହିନ୍ଦୁ ଧର୍ମରେ ସମସ୍ତଙ୍କ ଘରେ ଗୋଟିଏ ବିଶେଷ ସ୍ଥାନ ପୂଜା ଓ ପ୍ରାର୍ଥନା ପାଇଁ ଅବଶ୍ୟ ରହିଥାଏ । ସେହି ସ୍ଥାନରେ ଆମେ ଆମ ଇଷ୍ଟଦେବଙ୍କ ସ୍ଥାପନା କରିଥାଉ । ଘରେ ପୂଜାଘର ତିଆରି ପାଇଁ ଉତ୍ତମ ଦିଗ ହେଉଛି ପୂର୍ବଦିଗ । ଘରର ମୁଖ୍ୟଦ୍ଵାର ଯେଉଁ କୋଣରେ ଥିଲେ ମଧ୍ୟ ଚଳିବ । କିନ୍ତୁ ପୂଜା ଘର ପୂର୍ବ ଦିଗରେ ରହିବା ଉଚିତ । ଏହା କରିବା ଦ୍ଵାରା ଘରେ ସୁପ୍ରଭାବ ରହିଥାଏ ।

ଆମର ଶାସ୍ତ୍ର ଏବଂ ପୂରାଣ ରେ କୁହାଯାଏ ଯେ ସୁଖ ସମୃଦ୍ଧି ଏବଂ ଶାନ୍ତି ପାଇଁ ଘରର ପୂର୍ବ ଉତ୍ତର ଦିଗରେ ରହିବା ଉଚିତ । କିନ୍ତୁ ପୂଜା ଘର ସହ ଜଡିତ କିଛି ଛୋଟ ଛୋଟ ତଥ୍ୟ ଉପରେ ଯଦି ଧ୍ୟାନ ନ ଦେବା ତା ହେଲେ ବହୁତ ବଡ ସମସ୍ୟା ସୃଷ୍ଟି ହୋଇଥାଏ ଓ ବହୁତ ବଡ ବଡ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ ।

ଆଜି ମୁଁ ଆପଣଙ୍କୁ ପୂଜା ଘର ସହ ଜଡିତ କିଛି ଏମିତି ତଥ୍ୟ କହିବି ଯାହା ଆପଣ ଡେଲି ପୂଜା ଘରେ କରିଥାନ୍ତି । ପୂଜା ଘରେ କିଛି ଭୁଲ କରିବା ଦ୍ଵାରା ଗରିବୀ, ଦରିଦ୍ରତା, ରୋଗ ଭଳି ସମସ୍ୟା ସବୁବେଳ ହୋଇଥାଏ । ତା ସହିତ ଆମକୁ ଅନେକ ଦୁଃଖର ସାମ୍ନା ମଧ୍ୟ କରିବାକୁ ପଡିଥାଏ, ତେବେ ଚାଲନ୍ତୁ ଜାଣିବା ।

୧. କିଛି ଲୋକ ଥାନ୍ତି ଯେଉଁମାନେ ନିଜ ବେଡରୂମ ରେ ପୂଜା ସ୍ଥାନ ତିଆରି କରିଥାନ୍ତି । ଯାହାକି ବାସ୍ତୁ ଶାସ୍ତ୍ର ଅନୁସାରେ ଅନୁଚିତ ଅଟେ। ଶୋଇବା ଘରେ ପୂଜା ସ୍ଥାନ ରଖିଲେ ଆମକୁ ପୂଜାର ଫଳ ମିଳି ନଥାଏ । ଦେବତାଙ୍କ ପବିତ୍ରତାକୁ ଧ୍ୟାନ ରଖିବା ଉଚିତ । ବେଡ ରୁମ ପାଖରେ ପୂଜା ଘର ରଖିବା ଦ୍ଵାରା ପବିତ୍ରତା ରହିନଥାଏ । ଯାହାଦ୍ୱାରା ଆମର ପୂଜା ଭଗବାନଙ୍କ ସ୍ଵୀକାର ମିଳିନଥାଏ ।

୨. ଘରେ ପୂଜା ସମୟରେ ସକାଳେ କିମ୍ବା ସନ୍ଧ୍ୟାରେ ଘିଅର ଦୀପ ଜାଳିବା ଉଚିତ, ଏହା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଶାସ୍ତ୍ର ରେ କୁହାଯାଇଛି ଯେ ଦୀପର ଧୂଆଁରେ ନକରାତ୍ମକ ଊର୍ଜା ଲୋପ ପାଇଥାଏ ଏବଂ ଘରେ ପଜିଟିଭ ଏନର୍ଜିର ବାସ ରହିଥାଏ ।

୩. ବାୟୁ ପୂରାଣ ଅନୁସାରେ ଏହା କୁହାଯାଇଛି ଯେ ସ୍ନାନ ପରେ ହିଁ ଆପଣଙ୍କୁ ଫୁଲ ତୋଳିବା ଉଚିତ । ସ୍ନାନ ନକରି ଯେଉଁ ବ୍ୟକ୍ତି ଫୁଲ ତୋଳିଥାଏ ଭଗବାନ ସେହି ଫୁଲକୁ ଗ୍ରହଣ କରନ୍ତି ନାହିଁ ,ଏବଂ ଆପଙ୍କୁ ପୂଜାର ଫଳ ମିଳିବ ନାହିଁ ।

୪. ପୂଜା କରିବା ସମୟରେ ଚନ୍ଦନ ସିନ୍ଦୁର ଲଗେଇବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଆପଣ ନିଜ ରିଙ୍ଗ ଫିଙ୍ଗର ର ପ୍ରୟୋଗ କରିବେ, ଅନ୍ୟ ଆଙ୍ଗୁଠିର ପ୍ରୟୋଗ କରନ୍ତୁ ନାହିଁ। ପୂଜା ସ୍ଥାନରେ ଚପଲ ପିନ୍ଧି ଯାଆନ୍ତୁ ନାହିଁ । ଚମଡାରେ ତିଆରି ବେଲ୍ଟ କିମ୍ବା ପର୍ସ ପୂଜା ସମୟରେ ନିଜ ପାଖରେ ରଖନ୍ତୁ ନାହିଁ । ଏମିତି କରିବା ଦ୍ଵାରା ଭଗବାନଙ୍କ ଅପମାନ ହୋଇଥାଏ ଏବଂ ଆମକୁ ଅସଫଳତା ମିଳିଥାଏ ।

୫. କିଛିଲୋକ ଛୁଟି ବିତେଇବା ପାଇଁ ବାହାରକୁ ଯାଆନ୍ତି କିମ୍ବା କିଛି କାମ ଥିଲେ କିଛିଦିନ ପାଇଁ ବାହାରକୁ ଯିବାକୁ ପଡିଥାଏ । ଘରରୁ ବାହାରକୁ ଗଲେ ଘରକୁ ତାଲା ପକେଇ ଯାଆନ୍ତି ଏବଂ ଭିତରେ ପୂଜା ଘରେ ମଧ୍ୟ ଭଗବାନଙ୍କୁ ବନ୍ଦୀ କରି ଯାଆନ୍ତି । ବାସ୍ତୁ ବିଜ୍ଞାନ ଅନୁସାରେ ଯଦି ଭଗବାନଙ୍କ ଘରକୁ ତିଆରି କରିଛନ୍ତି ଏବଂ ସେଠାରେ ଦେବୀ ଦେବତାଙ୍କ ପୂଜା କରନ୍ତି ତା ହେଲେ ଏହା ନିୟମିତ ଭାବରେ ପୂଜା କରିବା ଉଚିତ । ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ଆପଣଙ୍କ ନିଜ ଲୋକଙ୍କୁ କହିକି ଯାଆନ୍ତୁ ଏବଂ କୁହନ୍ତୁ ଯେ ନିୟମିତ ଭାବରେ ପୂଜା କରିବା ପାଇଁ । ଏମିତି ନ କରିବା ଦ୍ଵାରା ଭଗବାନଙ୍କ କୃପା ଆମକୁ ମିଳିନଥାଏ ଏବଂ ସେହି ଘର ଉପରେ ଭଗବାନ ରାଗି ଯାଆନ୍ତି ଏବଂ ଘରେ ଦରିଦ୍ରତା ଓ ଅସାନ୍ତି ଲାଗି ରହେ, ତା ସହିତ ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଯେଉଁଠାରେ ଦେବୀ ଦେବତାଙ୍କ ପୂଜା ହୋଇଥାଏ ସେଠାରେ ନିୟମିତ ପୂଜା କରିବା ଉଚିତ ।

୬. ପୁରୁଣା ହୋଇ ଯାଇଥିବା ଫୁଲ, ଧୂପକାଠି ଏବଂ ଖଣ୍ଡିତ ମୂର୍ତିକୁ ପୂଜାଘର ପାଖରେ ରଖନ୍ତୁ ନାହିଁ । କିଛି ଲୋକ ଏଗୁଡ଼ିକୁ ପୂଜା ଘରର କୋଣରେ କୌଣସି ପଲିଥିନରେ ରଖିଦିଅନ୍ତି । ଏହାଦ୍ଵାରା ଆମକୁ ସମୟ ମିଳିଲେ ତାହାକୁ ଆମେ ନଦୀରେ ନେଇ ଭସେଇ ଥାଉ , କିନ୍ତୁ ଏମିତି କରିବା ଅନୁଚିତ ଅଟେ । ଏହା କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତିର ଉତ୍ପନ୍ନ ହୋଇଥାଏ ଯାହା ଆପଣଙ୍କୁ ଅସଫଳତା ଦେଇଥାଏ । ଏହା ଅଶାନ୍ତିର କାରଣ ଏବଂ ଆପଣଙ୍କ ଖୁସିକୁ ଗ୍ରହଣ ଲଗାଇଥାଏ । ଏଥିଦ୍ଵାରା ଆପଣଙ୍କ ପୂଜା ଘର ଅପବିତ୍ର ହୋଇଯାଏ ଏବଂ ଆପଣଙ୍କ ଆୟୁ ମଧ୍ୟ କମିଯାଏ । ସେଥିପାଇଁ ଏହି ପୁରୁଣା ଜିନିଷ ଗୁଡିକୁଘରର ମନ୍ଦିରରୁ ନେଇ ଓସ୍ତ ଗଛ ତଳେ କିମ୍ବା କୌଣସି ନଦୀରେ ପ୍ରବାହିତ କରନ୍ତୁ ।

୭. ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମନ୍ଦିର ଶୌଚାଳୟ ପାଖରେ ହୋଇନଥିବା ଦରକାର । କିଛି ଲୋକ ମନ୍ଦିର ଏବଂ ଶୌଚାଳୟ ଗୋଟିଏ କାନ୍ଥ ମଝିରେ କରିଥାନ୍ତି, ଯାହାଦ୍ଵାରା ଘରର ମନ୍ଦିର ଅପବିତ୍ର ହୋଇଯାଏ । ଯେଉଁଠାରେ ଅପବିତ୍ରତା ରହିଥାଏ ସେଠାରେ ଦୁଃଖ ,ସମସ୍ୟା, ଦରିଦ୍ରତା ମିଳିଥାଏ ଏବଂ ସେହିଠାରେ ଦେବୀ ଦେବତାଙ୍କ ବାସ ରହିନଥାଏ । ସେଥିପାଇଁ ଏହିକଥାର ବିଶେଷ ଧ୍ୟାନ ରଖନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *