ବହୁତ ହ୍ୟାଣ୍ଡସମ ଆଉ ସ୍ମାର୍ଟ ଲାଗନ୍ତି Sunny Deol ଙ୍କ ଦୁଇ ପୁଅ, ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେ ଆଉ କେହି ନୁହନ୍ତୁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ସନି ଦେଓଲ । ଆପଣ ମାନେ ସମସ୍ତେ ସନି ଦେଓଲଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସନି ନିଜ ସମୟରେ ଯେତିକି ଫିଲ୍ମରେ ଅଭିନୟ କରିଛନ୍ତି ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି ।

ଦର୍ଶକ ମାନେ ସନିଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରନ୍ତି । ସନି ଦେଓଲଙ୍କୁ ତାଙ୍କ ଅଭିନୟ ପାଇଁ ୨ଟି ଫିଲ୍ମଫେୟାର ଆୱାର୍ଡ ଓ ୨ଟି ରାଷ୍ଟ୍ରୀୟ ପୁରସ୍କାର ମିଳି ସାରିଛି । ବନ୍ଧୁଗଣ ସନି ଦେଓଲଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୬ ମସିହାରେ ଅଭିନେତା ଧର୍ମେନ୍ଦ୍ରଙ୍କ ଘରେ ହେଉଥିଲା । ସନି ଦେଓଲଙ୍କ ପରିବାର ବଲିଉଡ ସହ ସମ୍ବନ୍ଧିତ ଅଛନ୍ତି ।

ସନି ଦେଓଲଙ୍କ ପିତା ଧର୍ମେନ୍ଦ୍ର ତାଙ୍କ ସମୟରେ ଜଣେ ଦିଗଜ ଅଭିନେତା ଥିଲେ । ନିଜ ପିତା ପରି ସନି ବଲିଉଡରେ ସଫଳତା ହାସିଲ କରିଛନ୍ତି । ସନି ପ୍ରଥମେ ୧୯୮୪ ମସିହାରେ ଫିଲ୍ମ ‘ବେତବ’ରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସନିଙ୍କ କୋଷ୍ଟାର ଥିଲେ ଅଭିନେତ୍ରୀ ଅମୃତା ସିଂହ । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ଓ ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା । ଏହି ଫିଲ୍ମ ପାଇଁ ସନିଙ୍କୁ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା ।

ଏହାପରେ ସେ ୧୯୮୫ ମସିହାରେ ଫିଲ୍ମ ‘ଅର୍ଜୁନ’ରେ ମୁଖ୍ୟ ଅଭିନେତା ଥିଲେ । ଏହି ଫିଲ୍ମରେ ସେ ଏକ ବେରୋଜଗାର ବ୍ୟକ୍ତିର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମଟି ମଧ୍ୟ ସେହି ସମୟରେ ସୁପର ହିଟ ହୋଇଥିଲା । ଏହାପାରେ ସନି ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଚାଲିଥିଲେ । ସନି ବର୍ତ୍ତମାନ ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନେ କଣ ସନିଙ୍କର ଦୁଇଟି ପୁଅଙ୍କ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ସନିଙ୍କର ଦୁଇଜଣ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


କରନ ଦେଓଲ- ସନିଙ୍କର ବଡ ପୁଅର ନାମ ହେଉଛି କରନ ଦେଓଲ । କରନ ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ ନଜର ଆସନ୍ତି । ସେ ଏହି କିଛି ମାସ ପୂର୍ବରୁ ଫିଲ୍ମ ‘ପଲ ପଲ ପାସ’ରୁ ନିଜ ବଲିଉଡ କାରିୟରର ଆରମ୍ଭ କରିଛନ୍ତି । କରନ ଅଭିନୟ କରିବା ଛଡା ଏକ ଡାଇରେକ୍ଟର ମଧ୍ୟ ଅଟନ୍ତି । ସେ ଫିଲ୍ମ ‘ୟମଲା ପଗଲା ଦିବାନା ୨’କୁ ଡାଇରେକ୍ଟ କରିଛନ୍ତି ।

ରାଜବିର ଦେଓଲ- ବନ୍ଧୁଗଣ ସନିଙ୍କର ସାନ ପୁଅର ନାମ ହେଉଛି ରାଜବିର ଦେଓଲ । ରାଜବିର ମଧ୍ୟ ବହୁତ ଅଧିକ ହ୍ୟାଣ୍ଡସମ ଓ ଆକର୍ଷିତ ନଜର ଆସନ୍ତି । କୁହାଯାଉଛି ଯେ ସନି ରାଜବିରଙ୍କୁ ବଲିଉଡରେ ବହୁତ ଶୀଘ୍ର ଲଞ୍ଚ କରିପାରନ୍ତି । ରାଜବିର ଏକ ଅଭିନେତା ରୂପରେ ନୁହେଁ ସେ ଏକ ଡାଇରେକ୍ଟର ରୂପେ ବଲିଉଡରେ ଡେବ୍ୟୁ କରିବେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *