ଏମିତି ପୁଅଙ୍କୁ ଧିକ ! ପୁଅମାନେ ଥାଇ ବି ମା’ର ଶବକୁ କାନ୍ଧ ଦେଲେ 4 ଝିଅ, ପୁଅମାନେ ମା’ ଉପରେ କରୁଥିଲେ ଏମିତି ଅତ୍ୟାଚାର ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ ଏହି Video

ଏହି କଳିଯୁଗରେ ଯେତେବେଳେ ମା ର ଶବକୁ ପୁଅମାନେ ଅଣଦେଖା କରିଦେଲେ ସେହି ସମୟରେ ମା ର ଚାରି ଜଣ ଝିଅ ଆଗକୁ ଆସି ମା ର ଶବକୁ କାନ୍ଧ ଦେବା ସହ ତାଙ୍କର ଅନ୍ତିମ ସଂସ୍କାର ବି କରିଲେ । କହିବାକୁ ଗଲେ ଏହି ଭଳି ଦୃଶ୍ୟ ଆପଣମାନେ ଆଗରୁ କେବେ ବି ଦେଖି ନ ଥିବେ । ଯେଉଁଠି ଚାରି ଜଣ ଝିଅ ନିଜ ମାକୁ କାନ୍ଧେଇ ଶ୍ମଶାନ ନେଇ ଯାଉଛନ୍ତି । ରାଜରାସ୍ତାରେ ଯେତେବେଳେ ଝିଅମାନେ ମା ଙ୍କ ଶବକୁ ନେଇ ଯାଉଥିଲେ ତେବେ ସମସ୍ତେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

କେତେକ ଲୋକମାନଙ୍କ କହିବା ଅଟେ କି ଆମର ଜୀବନକାଳ ମଧ୍ୟରେ ଆମେ ଏହିଭଳି ଦୃଶ୍ୟ କେବେ ବି ଦେଖି ନ ଥିଲୁ । ଝିଅମାନଙ୍କ କହିବା ଅଟେ କି ତାଙ୍କର ଭାଇମାନେ ୧୦ ୧୫ ବର୍ଷ ହେବ ମା କୁ ଘରୁ ବାହାର କରିଦେଲେ । ଖାଇବାକୁ ବି ଦେଲେ ନାହିଁ, ଘର ଭାଙ୍ଗି ଦେଲେ, ଗୋଟିଏ ଗ୍ଳାସ ପାଣି ବି ଦେଉ ନ ଥିଲେ ।

ଆମେ ସମସ୍ତେ ଆମ୍ବୁଲାନ୍ସକୁ ଡାକି ଘରୁ ହସ୍ପିଟାଲ ନେଇ ଗଲୁ ତଥାପି ଦେଖିବାକୁ ଗଲେ ନାହିଁ ।  ଏହା ପରେ ଘରକୁ ବି ନେଇ ଆସିଲୁ ତଥାପି ଆସିଲେ ନାହିଁ । ମା ନିଜେ ଘର କରିଥିଲା, କିନ୍ତୁ ନିଜ ଘରେ ରହି ପାରିଲା ନାହିଁ, ଭଡା ରହିଲା ଓ ଶେଷରେ ସେଠି ହିଁ ମାରିଲା । ଆମେ ଥାନାକୁ ବି ଯାଇଥିଲୁ । ତଥାପି ସେମାନେ ଶୁଣିଲେଣି ।

ଏହା ପରେ ଯେତେବେଳେ ଆମେ ମାର ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କର ଶବକୁ ନବାକୁ ଆସିଛୁ ସେହି ସମୟରେ ସେମାନେ ଆମ ନାଁରେ କେସ କରୁଛନ୍ତି ଓ ଗଣ୍ଡୋଗଳ କରୁଛନ୍ତି । ଏହା ସହିତ ଧମକ ବି ଦେଉଛନ୍ତି କି ହାଣି ଦେବୁ, ମାରିଦେବୁ । ଜଣେ ଝିଅ କହିଲେ କି ମୁଁ ରୋଜଗାର କରି ମା ର ଦେଖାଶୁଣା କରୁଥିଲି ।

ମୁଁ କିଛି ଦିନ ତଳେ ହିଁ ବାହା ହୋଇଛି ତଥାପି ମୁଁ ମୋ ମାର ଦେଖା ଶୁଣା କରୁଛି । କହିବାକୁ ଗଲେ ଏହି ବିବାଦର ମୁଖ୍ୟ କାରଣ ସମ୍ପତ୍ତି ଜଣା ପଡୁଛି । ଝିଅମାନେ ଭାଗ ମାଗିବା କାରଣରୁ ପୁଅମାନେ ମା ଓ ଭଉଣୀଙ୍କୁ ଦେଖି ପାରୁ ନାହାନ୍ତି । ଶେଷରେ ଝିଅମାନେ କହିଲେ କି ଆମର ସମସ୍ତ ଭାଗ ଆମର ସାନ ଝିଅକୁ ମିଳୁ ।

Leave a Reply

Your email address will not be published. Required fields are marked *