ଟ୍ରେନ ରେ ହେଇଗଲା କିଛି ଏମିତି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଟ୍ରେନ ରେ ଯାତ୍ରା କରୁଥିଲେ ନିଶ୍ଚୟ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଚୋରି ବହୁତ ବଢି ଗଲାଣି ଏବଂ ଚୋର ଙ୍କୁ ଧରିବା ପାଇଁ ପୋଲିସ ମାନେ ମଧ୍ୟ ବହୁତ ସତର୍କ ହୋଇ ଗଲେଣି । ତେବେ କିଛି ଚୋର ମାନେ ପୋଲିସ କୁ ଚମକା ଦେବାରେ ମଧ୍ୟ ସଫଳ ହୋଇ ଯାଆନ୍ତି। ତେବେ କିଛି ଚୋର ଏଭଳି ବି ଥାଆନ୍ତି ଯାହାଙ୍କ ଚୋରି କୁ ଦେଖି ଆପଣ ନିଶ୍ଚିତ ହସିବାକୁ ଲାଗିବେ ତେବେ ଆସନ୍ତୁ ଜାଣିନେବା ସେହି ଅଦ୍ଭୁତ ଚୋରି ବିଷୟରେ।


୧- ପ୍ରଥମ ଭିଡିଓ ରେ ଜଣେ ଲୋକ ଏଟିଏମ ଭିତରକୁ ଟଙ୍କା ଉଠେଇବା କୁ ଯାଇଥିଲା ଏବଂ ଟଙ୍କା ମଧ୍ୟ ଉଠେଇଥିଲା ତେବେ ସେହି ସମୟରେ ସେ ଏକ ଅଦ୍ଭୁତ ଘଟଣା ଟି ଘଟେଇ ଥିଲା। ସେ ବ୍ୟକ୍ତି ଜଣକ ଏଟିଏମ ରେ ଥିବା ସାନିଟାଇଜର ବୋତଲ କୁ ଚୋରି କରି ନେଇଥିଲା ତେବେ ଏହି ଚୋରି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

୨- ଦ୍ଵିତୀୟ ଭିଡିଓ ରେ ଛଅ ଜଣ ଚୋର ଗୋଟିଏ ଚୋରି କୁ ଘଟେଇ ଥିଲେ। ତେବେ ପ୍ରଥମେ ଦୁଇ ଜଣ ବ୍ୟକ୍ତି ଗାଡି ରେ ଆସି କାର ଚଳାଉ ଥିବା ବ୍ୟକ୍ତି କୁ ଟାୟାର ପଞ୍ଚର ର ଇଶାରା ଦେଲେ ତେବେ ଯେତେବେଳେ ସେ ଓଲହେଇ ଆସିଲେ ସେତେବେଳେ ଦୁଇ ଜଣ ବ୍ୟକ୍ତି ମିଛ ରେ ତାଙ୍କ ଠାରୁ ଠିକଣା ପଚାରିବା ବାହାନାରେ ଅନ୍ୟ ମନସ୍ଥ କରେଇଲେ ଏବଂ ଆଉ ଦୁଇ ଜଣ ବ୍ୟକ୍ତି ଗାଡ଼ି ରୁ ବ୍ୟାଗ ନେଇ ଫେରାର ହୋଇଗଲେ।

୩- ତୃତୀୟ ଭିଡିଓ ରେ ଜଣେ ବ୍ୟକ୍ତି ଗୋଟିଏ ଦୋକାନ ରେ ନିଜର ଗାଡି ରଖିଲା ଏବଂ ଗାମୁଛା ଓ ଚଷମା କାଢି ରଖି ଭିତରକୁ ଚାଲି ଗଲା। ତେବେ ସେତେବେଳେ ଗୋଟିଏ ଛୋଟ ଛୁଆ ଟି ସେହି ଗାଡି ପାଖକୁ ଆସି ବୁଲିବାକୁ ଲାଗିଲା ଏବଂ ସମୟ ପାଇଁ ଗାଡ଼ିରେ ଚାବି ଲାଗିଥିବାରୁ ଗାଡି କୁ ନେଇ ଫେରାର ହୋଇଗଲା।


୪- ଚତୁର୍ଥ ଭିଡିଓ ରେ ଗୋଟିଏ ସ୍ତ୍ରୀ ଲୋକ ନିଜ ପିଲା ସହ ଏକ ସୁନା ଦୋକାନ ରେ ଚାନ୍ଦି ର କିଛି ଜିନିଷ ଦେଖୁଥିଲେ ତେବେ ନିଜ କଥାରେ ସେ ଦୋକାନୀ କୁ ଲଗେଇ ଗୋଟିଏ ଛୋଟ ପ୍ୟାକେଟ କୁ ନିଜ ମୋବାଇଲ ର ପଛରେ ଲୁଚାଇ ଦେଲେ ଏବଂ ମଉକା ପାଇଁ ତାକୁ ବ୍ୟାଗରେ ପୁରାଇ ଦେଲେ। ତେବେ ଏହାପରେ ଚୋରି ବି ହେଇଗଲା କିନ୍ତୁ ଦୋକାନୀ ଜାଣି ବି ପାରିଲା ନାହିଁ।


୫- ପଞ୍ଚମ ରେ ଗୋଟିଏ ମୋବାଇଲ ଦୋକାନ ରେ ଦୁଇଟି ଝିଅ ମୋବାଇଲ ଦେଖିବାକୁ ଗଲେ ଏବଂ ସେଠାରେ ସିସିଟିଭି କ୍ୟାମେରା ମଧ୍ୟ ଥିବାର ଦେଖିଲେ କିନ୍ତୁ ସେମାନଙ୍କୁ କିଛି ଫରକ ପଡିଲା ନାହିଁ ତେବେ ମୋବାଇଲ ଦେଖିବା ବାହାନାରେ କିଛି ଫୋନ କୁ ଉପରେ ରଖିଲେ ଏବଂ ତା ଭିତରୁ ଚୁପ କରି ଗୋଟିଏ ମୋବାଇଲ ଫୋନ ନିଜ ବ୍ୟାଗରେ ରଖି ଚାଲିଗଲେ।

Leave a Reply

Your email address will not be published. Required fields are marked *