ମିହିର ଦାସଙ୍କ କିଛି କଥା: “ବେଶି ଛାଡିକି ଦୁରକୁ ଯିବା କଥା, ବେଶୀ ପାଖକୁ ରହିବାକୁ ଇଚ୍ଛା ହେଉଛି” Video ଦେଖିଲେ ଆପଣ ବି କାନ୍ଦି ପକେଇବେ !

ବନ୍ଧୁଗଣ ଗତ କାଲି ସାରା ଓଡିଶା ବାସୀଙ୍କ ପାଇଁ ଏକ ମର୍ମାହତ ଖବର ସାମ୍ନାକୁ ଆସିଥିଲା । ଗତ କାଲି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ବନ୍ଧୁଗଣ ଦୀର୍ଘ କିଛି ବର୍ଷ ହେବ ମିହିର କିଡ୍ନି ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ ତେବେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଥିବାରୁ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ଗତ କାଲି ତାଙ୍କର ପରଲୋକ ଘଟିଥିଲା ।

ତେବେ ମିହିର ଯିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମିହିର ନିଜ ପୁଅଙ୍କ ସହ ବସି ଇଣ୍ଟର୍ବ୍ୟୁ ଦେଉଛନ୍ତି । ଏହି ଭିଡିଓଟି ଯେତେ ମନୋରଞ୍ଜନ ଭିତିକ ସେତିକି ହୃଦୟ ବିଦାରକ ମଧ୍ୟ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଏହି ଇଣ୍ଟର୍ବ୍ୟୁରେ ମିହିରଙ୍କୁ ପଚରା ହେଉଛି, ସେ କେଉଁ ସ୍ଥାନକୁ ବାରମ୍ବାର ଯିବା ପାଇଁ ଭଲ ପାନ୍ତି । ଏହାର ଉତ୍ତର ଦେଇ ମିହିର କହିଛନ୍ତି-‘ନାଁ ଆଗରୁ ଥିଲା ଏବେ ନାହିଁ । ଏବେ ମୋର ସବୁଠାରୁ ସୁନ୍ଦର ଜାଗା ହେଉଛି ମୋର ଦୁଇଟି ପୁଅ ଯେଉଁଠି ଅଛନ୍ତି । ଏମାନେ ବଡ ହେବାରୁ ମୋତେ ଛାଡିକି ଦୂରକୁ ଯିବା କଥା ହେଲେ ମୋତେ ବେସୀ ପାଖକୁ ରହିବା ପାଇଁ ଇଛା ହେଉଛି । ଆଗରୁ ମୁ ଡେଇଁ ପଡୁଥିଲି ସବୁଠି କାମ କରିବା ପାଇଁ ହେଲେ ଏବେ ଡେଉଁ ନାହିଁ’ ।

ବନ୍ଧୁଗଣ ଏହି ଇଣ୍ଟର୍ବ୍ୟୁରେ ମିହିରଙ୍କ ପୁଅ ଅଭିନେତା ଅମ୍ଳାନ ଦାସ ମଧ୍ୟ ଉପସ୍ଥିତ ଥିଲେ । ଅମ୍ଳାନଙ୍କୁ ପଚରା ହେଲା ଆପଣଙ୍କୁ ଲ୍ୟାମ୍ବର ଗିନି ଯଦି ନମିଳେ ତା ହେଲେ ଅଟୋରେ ବି ଆଡଜଷ୍ଟ କରିବେ ନିଜ ଜୀବନ ସାଥି ସହ । ଏହି ପ୍ରଶ୍ନର ଉତ୍ତର ଦେଇ ଅମ୍ଳାନ କହିଲେ-‘ମୋତେ ଲ୍ୟାମ୍ବର ଗିନି ଦରକାର । ମୋତେ କିଛି ନଦିଅ ମୋତେ ଗୋଟେ ପାନ ଦୋକାନରେ ବସେଇ ଦିଅ ହେଲେ ଦୋକାନ ଆଗରେ ମୋତେ ଲ୍ୟାମ୍ବର ଗିନି ଦରକାର ।


ମୁ ପାନ ବିକ୍ରି କରିବି ଯାହା ପଇସା ହେବ ମୁ ତେଲ ପକେଇ ଘରକୁ ପଳେଇବି’ । ଏହା ପରେ ମିହିର ସେହି ଗାଡିର ଦାମ ପଚାରୁ ଛନ୍ତି । ମିହିର କହିଛନ୍ତି, ସେହି ଗାଡିଟି ଯେତେ ଡେରିରେ ଆସିବ ତୋ ସଂଘର୍ଷ ସେତେ ଅଧିକ ବଢିବ । ଏହା ପରେ ମିହିର କହିଛନ୍ତି-‘ଭଗବାନ କରନ୍ତୁ ତୋ ଇଛା ପୂରଣ ହେଉ’ ।

Leave a Reply

Your email address will not be published. Required fields are marked *