ଦେଖନ୍ତୁ ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ Mihir Das, ଭାଇରାଲ ହେଉଛି Video

ବନ୍ଧୁଗଣ ଗତ କାଲି ସନ୍ଧ୍ୟା ସମୟରେ ବଡ ଦୁଃଖର ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣି ସମସ୍ତ ଓଡିଶା ବାସୀଙ୍କ ଆଖି ଲୁହରେ ଭରିଯାଇଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟର ବରିଷ୍ଠ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ମିହିର ଦାସଙ୍କ ପରଲୋକ ପରେ ଓଡିଆ ଇଣ୍ଡଷ୍ଟ୍ରି ଓ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା ଥିଲେ ।


ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ।

ଏହା ପରେ ତାଙ୍କ ଚିକିତ୍ସା ଏସିବି ମେଡିକାଲରେ ଚାଲିଥିଲା ହେଲେ ବନ୍ଧୁଗଣ ଗତ କାଲି ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ କେବଳ ମିହିରଙ୍କ ଫଟୋ ଓ ଭିଡିଓ ଭା-ଇ-ରା-ଲ ହେଉଛି । ତେବେ ଗତ କିଛି ସମୟ ହେବ ମିହିରଙ୍କ ଶେଷ ଭିଡିଓଟି ବହୁତ ଚର୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିହିର ଦାସ ଭିଡିଓରେ କହିଛନ୍ତି-‘ନମସ୍କାର ମୋ ଆଚରଣ ଯଦି କାହା ଭାବନାକୁ ଆଘାତ ଦେଇଛି ତେବେ ମୁ ବିନମ୍ରତାର ସହିତ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ଏଭଳି ପାଗଳାମି ଏଭଳି ଭୟଙ୍କର ମୁର୍ଖାମି ମୁ କରି ନାହିଁ । ଯଦି ଦର୍ଶକେ ଲୋକେ ଯେଉଁ ମାନଙ୍କୁ ମୁ ଚଳନ୍ତି ଠାକୁର ସଦୃଶ ଭାବେ ସେମାନଙ୍କୁ ଯଦି ଆଘାତ ଦେଇଛି ସେମାନେ ଯଦି ମୋ ଉପରକୁ ଅଣ୍ଡା ଫୋପାଡିବେ ବା ଗାଳି ମାଡ କରିବେ ମୁ ନତମସ୍ତକ ହୋଇ ତାକୁ ସ୍ଵୀକାର କରିବି’ ।

ଆଗକୁ ମିହିର କହିଛନ୍ତି-‘ଏହା ସହ  ନିଜକୁ ସାବାଟ କରିବା ପାଇଁ ପ୍ରୟାସ ନିଶ୍ଚୟ କରିବି । ତାଙ୍କରି ଯୋଗୁଁ ମୋ ଜୀବନ ମୋ ହାଣ୍ଡିଶାଳ ଓ ମୋ ହାଣ୍ଡିରେ ଚାଉଳ । ତେଣୁ କ୍ଷମା ମାଗିବା ମୋ ପାଇଁ ଗୌରବ ହେବ’ । ତା ହେଲେ ବନ୍ଧୁଗଣ ମିହିର ନିଜ ଶେଷ ଭିଡିଓରେ ଏଭଳି କିଛି କଥା କହିଛନ୍ତି । ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *