ଚିଲିକା ମଝିରେ ଫସି ଯାଇଛନ୍ତି ହାତୀ ପଲ, ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ମନୁଷ୍ୟ ବହୁତ ଭୁଲ କରୁଛି ନିଜ ସୁଖ ସୁବିଧା ପାଇଁ ଜଙ୍ଗଲ ଆଦି କୁ ନଷ୍ଟ କରି ସେଠାରେ ବାସ କରୁଛି କିମ୍ବା ନିଜ ସୁଖ ସୁବିଧା ପାଇଁ ଅନେକ କାରଖାନା ସ୍ଥାପନ ମଧ୍ୟ କରୁଛି । ତେବେ ମଣିଷ ର ଏହି ଭୁଲ ର ପରିଣାମ ଜଙ୍ଗଲ ଭିତରେ ଥିବା ପଶୁ ପକ୍ଷୀ ମାନଂକୁ ଭୋଗିବାକୁ ପଡୁଛି । ସେମାନେ ବାସ ହରା ହୋଇ ଯାଉଛନ୍ତି ଏବଂ ଖାଦ୍ୟ ମଧ୍ୟ ପାଉ ନାହାଁନ୍ତି ।

ତେଣୁ ସେମାନେ ବାଧ୍ୟ ହୋଇ ସହର କୁ କିମ୍ବା ଜଙ୍ଗଲ ବାହାରକୁ ଆସି ଯାଉଛନ୍ତି । ସେମାନେ କାହାକୁ କ୍ଷତି ପହଞ୍ଚାଇବା ପାଇଁ ଆସନ୍ତି ନାହିଁ ବରଂ ନିଜ ଭୋକ କୁ ମେଣ୍ଟେଇବା ପାଇଁ ଅର୍ଥାତ ଖାଦ୍ୟ ର ସନ୍ଧାନ କରି ସେମାନେ ସହର ଭିତରକୁ ଆସି ଯାଉଛନ୍ତି । ତେବେ ଲୋକମାନେ ସେମାନଂକୁ ଦେଖି ଭୟବିତ ହୋଇ ସେମାନଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଏହି କାରଣ ଯୋଗୁଁ ବାଘ,ଭାଲୁ ହାତୀ ଆଦି ଙ୍କ ର ସଂଖ୍ୟା କମିବାରେ ଲାଗୁଛି ।

କିଛି ଲୋକମାନେ ଙ୍କ ଅନୁସାରେ ଯେପରି ସବୁଠାରୁ ବଡ଼ ପଶୁ ଡ଼ାଇନେସର ର ଵଂଶ ଲୋପ ପାଇ ଯାଇଛି ସେହି ପରି ଏବେ ହାତୀ ର ଵଂଶ ମଧ୍ୟ ଲୋକ ପାଇଯିବ । କାରଣ ପ୍ରାୟତଃ ଅନେକ ସମୟରେ ସେମାନଙ୍କ ମୃତ୍ୟୁ ର ଖବର ଶୁଣିବାକୁ ମିଳିଥାଏ କେଉଁଠି କରେଣ୍ଟ ଲାଗି ତ କେଉଁଠି ଖାଲ ରେ ଗଳି । ତେବେ ବର୍ତ୍ତମାନ ଆଉ ଏକ ଖବର ଆସିଛି ଖବର ଟି ହେଉଛିଚିଲିକା ମଝିରେ ଫସିଗଲେ ହାତୀପଲ ।

ଆଖୁ ବାଡ଼ିରେ ଆଖୁ ଖାଇବା ପାଇଁ ଯାଇଥିଲେ । ହେଲେ ଚିଲିକା ମଝିରେ ଥିବା ନଳଘାସ ହିଁ ଭ୍ରମ ସୃଷ୍ଟି କଲା । ନଳଘାସକୁ ଆଖୁ ବୋଲି ଭାବି ହାତୀ ପଲ ଚିଲିକା ମଧ୍ୟରେ ଫସିଗଲେ । ଚିଲିକା କୂଳରେ ଥିବା ରାଜ ଦଳ ମଧ୍ୟରେ ପ୍ରବେଶ କରି ଆଖୁ ବାଡି ସଦୃଶ ଦେଖାଯାଉଥିବା ନଳଘାସ ନିକଟରେ ପହଞ୍ଚି ଗଲେ ହାତୀ ପଲ । ଯେତେବେଳେ ହାତୀ ପଲ ଜାଣିପାରିଲେ ଯେ ସେମାନେ ଭ୍ରମରେ ଫସିଗଲେ ତାପରେ ଫେରିଲେ ।

ତେବେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନସ୍ଥ ସୋରଣ-ମାନସିଂହପୁର ଚିଲିକା କୂଳରେ । କିଛି ମତ୍ସଜୀବୀ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲଙ୍କୁ ଚିଲିକା ମଧ୍ୟରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଆଖୁବାଡିର ଭ୍ରମରେ ଚିଲିକା ମଧ୍ୟରେ ଥିବା ନଳ ଘାସ ନିକଟକୁ ଯାଇଥିଲେ । ଏହି ହାତୀ ପଲଙ୍କ ମଧ୍ୟରେ ୧୬ଟି ହାତୀ ଥିବାବେଳେ ୫ଟି ଛୁଆ ହାତୀ ଅଛନ୍ତି । ଚିଲିକା ମଧ୍ୟରେ ଫସିଥିବା ହାତୀ ପଲ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଟାଙ୍ଗୀ ବନ ବିଭାଗ ରେଞ୍ଜର ରବୀନ୍ଦ୍ର ନାଥ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *