ବନ୍ଧୁଗଣ, ସୂଚନା ଅନୁଯାୟୀ ସକାଳୁ ସକାଳୁ ଅର୍ଚ୍ଚନା କୁ ଭେଟିବା ପାଇଁ ଅର୍ଥାତ ନିଜ ମା’ଙ୍କୁ ଭେଟିବା ପାଇଁ ଇଡି କାର୍ଯ୍ୟଳୟରେ ପହଞ୍ଚିଥିଲା ଅର୍ଚ୍ଚନାର ୫ ବର୍ଷର ପୁଅ । ଯେତେବେଳେ ଇଡି କାର୍ଯ୍ୟଳୟ ଭିତରକୁ ଅର୍ଚ୍ଚନାର ପୁଅ ପଶିଥିଲା ଠିକ ସେତିକି ବେଳେ ଅର୍ଚ୍ଚନା ତାକୁ ଦେଖି ଭାବୋବିହୋଳ ହୋଇଯାଇଥିଲା । କୁଣ୍ଡାଇ ପକାଇ ଭୋ ଭୋ ହୋଇ କାନ୍ଦିଥିଲା । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମା’ ପୁଅ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ପୁଅ ପଚାରିଥିଲା ଯେ ମା’ ତୁ କେବେ ଘରକୁ ଯିବୁ ?
ତୁ କ’ଣ ଏଠାରେ ରହିଥିବୁ ? କ’ଣ ହୋଇଛି ? ଏହିଭଳି ଏଣୁତେଣୁ ଗୁଡାଏ ପ୍ରଶ୍ନ ଅର୍ଚ୍ଚନା ଙ୍କୁ ପଚାରିଥିଲା ତାଙ୍କ ପୁଅ । ଏହାର ଉତ୍ତର କିଛି ମଧ୍ୟ ଦେଇ ନଥିଲା ଅର୍ଚ୍ଚନା । ମନଦେଇ ପଢିବୁ ଠିକ ସମୟରେ ଖାଇବୁ ଏହିଭଳି କହି ଭୋ ଭୋ ହୋଇ କାନ୍ଦି ଉଠିଥିଲା ଅର୍ଚ୍ଚନା । ନିଜ ପୁଅ କୁ କୁଣ୍ଢାଇ ନିଜ ମନର ଅକୁହା ବେଦନା କୁ ଲୁହ ମାଧ୍ୟମରେ ନିଗାଡି ପକାଇଥିଲା । ଏହି ସମୟର ଦୃଶ୍ୟ ସେଠାରେ ସମସ୍ତଙ୍କୁ ଭାବୋବିହୋଳ କରିଥିଲା ।
ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ଗିରଫ ହେବା ଠାରୁ ମା’ ପୁଅ ଙ୍କର କେବେ ମଧ୍ୟ ଭେଟ ହୋଇ ନଥିଲା । ଆଜି ଇଡି କାର୍ଜ୍ୟାଳୟରେ ପ୍ରଥମଥର ଭେଟ ବେସ ସମସ୍ତଙ୍କୁ ଇମୋସୋନ କରିଦେଇଥିଲା । ପାଖରେ ଉପସ୍ଥିତ ଥିଲେ ଅର୍ଚ୍ଚନା ଙ୍କ ବାପା । ଏହି ଦୃଶ୍ୟ ଦେଖି ସାରିବା ପରେ, ସେ ମଧ୍ୟ କାନ୍ଦୁଥିଲେ । ଅର୍ଚ୍ଚନା ତାଙ୍କ ପୁଅ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ ସବୁ ଠିକ ହୋଇଯିବ ।
ସେ ପୁଣି ଘରକୁ ଆସିବେ । ସ୍କୁଲ ନେଇ ତୋତେ ଆଣିବାକୁ ଯିବି, ତୁ ଖାଉଥିବା ତୋ ମନ ପସନ୍ଦ ର ଜିନିଷ ରାନ୍ଧି ତୋତେ ଖୁଆଇବି, ମୋ ବାବା ପରା ଆଉ ଅଳ୍ପ ଦିନ ଟିକିଏ ଅପେକ୍ଷା କରିଯା, ଏହିଭଳି କିଛି କହି ନିଜ ପୁଅକୁ ବୁଝାଇ ଦେଇଥିଲା ଅର୍ଚ୍ଚନା ଆଉ ଆଜି ସୁନ୍ଦରୀ ଅର୍ଚ୍ଚନା ଙ୍କୁ କୋର୍ଟ ରେ ହାଜର କରାଯାଇଛି ।
ଆଉ ସେପଟେ ମଧ୍ୟ କୋର୍ଟରେ ପହଞ୍ଚିଛନ୍ତି ଜଗବନ୍ଧୁ ଚାନ୍ଦ । ଜଗବନ୍ଧୁ ଙ୍କୁ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ଆଉ ରିମାଣ୍ଡ ପରେ ଜଗବନ୍ଧୁ ଙ୍କୁ ପଚାର ଉଚରା କରିବାକୁ ଇଡି ଅଫିସ କୁ ନେବେ ଅଧିକାରୀ ମାନେ । ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କୁ ଏକା ସହିତ ଜେରା କରିବାକୁ ଯୋଜନା କରିଛି ଇଡି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।