‘ଯେଉଁ ଦେହ ପାଇଁ ତୁ ପାଗଳ ଥିଲୁ, ସେହି ଦେହକୁ ଆଜି କଷ୍ଟ ଦେଉଛୁ, ଟିକେ ଟିକେ କଥାରେ ମତେ ତୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଶ୍ଵଶୁର ଘର ଆଗରେ ବୋହୂ ଦୁଇଦିନ ହେବ ଧାରଣାରେ ବସିଛି । ସେଠାରେ ପୋଲିସ ପହଞ୍ଚି ଉଭୟ ମହିଳା ଏବଂ ତାଙ୍କ ଶ୍ଵଶୁର ଘର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଶୀତ, କାକର ଏବଂ ଭୋକ ଉପାସରେ ଦୁଇଦିନ ହେବ ପଡି ରହିଛନ୍ତି ମହିଳା ଜଣଙ୍କ । ଏହି ଘଟଣା ଟି ବର୍ତ୍ତମାନ ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ରାଣୀଗଡା ଗ୍ରାମରେ ।

ବନ୍ତଳା ଥାନା ଅନ୍ତର୍ଗତ ପୋକଟୁଙ୍ଗା ଗ୍ରାମର ଯୋତ୍ସ୍ନା ସାହୁ ଗତ 8 ମାସ ପୂର୍ବେ ରାଣୀଗଡା ଗ୍ରାମର ମାନସ ବାରିକଙ୍କୁ ପ୍ରେମ ବିବାହ କରିଥିଲେ । ରୋଟାରୀ ପାଖରେ ଉଭୟ ସତ୍ୟପାଠ କରିଥିଲେ ବିବାହ ପରେ 3 ମାସ ପର୍ଯ୍ୟନ୍ତ ଭଲରେ ରହିଥିଲେ । କିନ୍ତୁ 3 ମାସ ପରେ ଯୋତ୍ସ୍ନା ଙ୍କ ଶାଶୁ, ଶ୍ଵଶୁର ଏବଂ ଦେଢ ଶାଶୁ ଯୌତୁକ ଆଣିବାକୁ ଅତ୍ୟାଚାର ଆରମ୍ଭ କରିଥିଲେ ।

ଝିଅ ଟି ଚଷା କାଷ୍ଟର ଝିଅ ଏବଂ ଯୁବକ ହେଉଛନ୍ତି ବାରିକ କାଷ୍ଟ ର । ଯୁବତୀ ଜଣଙ୍କ କହିବା ଅନୁଯାୟୀ କୋର୍ଟରେ ବିବାହ ପରେ ଏକ ମାସ ଭଡାରେ ରହିଥିଲେ । ଏହାପରେ ତାଙ୍କ ଶାଶୁ ଶ୍ଵଶୁର ନିଜେ ଗ୍ରହଣ କରି ଉଭୟଙ୍କୁ ଘରକୁ ଆଣିଲେ । ସବୁ ଠିକଠାକ ରେ ରଖିଥିଲେ । ମାତ୍ର 3 ମାସ ଧରି ଯୁବତୀ ଜଣଙ୍କୁ ଖୁବ ପିଟିଥିଲେ । ଶାଶୁଘରର ସମସ୍ତେ ମିଶି ବୋହୂ କୁ ପିଟିଥିଲେ ।

ଏହାପରେ ଯୁବତୀ ଜଣଙ୍କ 498 କେସ କରିଲେ । ଏହାପରେ ତାଙ୍କ ସ୍ଵାମୀ ବେଲ ପାଇଲେ ଏହାପରେ ସେ ନିଜ ସ୍ତ୍ରୀ କୁ ରଖିଲେ । ସେହି ସମୟରେ ମଧ୍ୟ ତାଙ୍କ ଦେଢଶାଶୁ ତାଙ୍କ ସ୍ଵାମୀ ଙ୍କୁ ସଂପୂର୍ଣ୍ଣ ଶିଖାଇ ବୋହୂ କୁ ଖୁବ ମାଡ ମାରନ୍ତି । ବୋହୂ ଜଣକ ଏହା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ସମୁଦାୟ ଯେତେଥର ଫେରାର ହୋଇଛନ୍ତି କେବଳ ତାଙ୍କ ଶାଶୁଘର ଲୋକଙ୍କ ପାଇଁ । ଶାଶୁ, ଶ୍ଵଶୁର ଏବଂ ଦେଢଶାଶୁ ଙ୍କ କାରଣରୁ ତାଙ୍କ ସ୍ଵାମୀ ତାଙ୍କ ପାଖରେ ରହି ପାରୁନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ଏହିଭଳି ଭାବରେ ଯୋତ୍ସ୍ନା ଙ୍କୁ ମାରପିଟ କରିଲେ ଏବଂ ତାଙ୍କୁ ଅନେକ ସମୟରେ ଘରୁ ବାହାର କରି କବାଟ ମଧ୍ୟ ଦେଇ ଦେଉଥିଲେ ସ୍ଵାମୀ ମାନସ ସବୁ ଜାଣି ମଧ୍ୟ କୌଣସି ପ୍ରତିବାଦ କରୁ ନଥିଲେ । କଷ୍ଟ ଅସହ୍ୟ ହେବାରୁ ଯୋତ୍ସ୍ନା ବାଧ୍ୟ ହୋଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମକଦମା ରୁଜୁ କରି ମାନସ କୁ ଗିରଫ କରି ଜେଲ ପଠାଇଥିଲା କିନ୍ତୁ ସେ ଜାମିନରେ ଆସିବା ପରେ ଆଉ ନିଜ ଘରେ ନରହି ଅନ୍ୟତ୍ର ରହୁଛନ୍ତି ଯୋତ୍ସ୍ନା ଦାବି କରୁଛନ୍ତି ଯେ ତାଙ୍କୁ ପୁଣିଥରେ ବୋହୂ ଭାବରେ ଗ୍ରହଣ କରି ନେବା ପାଇଁ । ଏଥିପାଇଁ ସେ ଶ୍ଵଶୁରଘର ବାରଣ୍ଡାରେ ଧାରଣାରେ ବସି ରହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *