ପୁଅ ଆଗରେ ଭାସିଗଲା ବାପା ! କ୍ୟାମେରାରେ କ୍ୟାପ୍ଚର ହେଲା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ, ସମୁଦ୍ରରେ ଖେଳୁ ଖେଳୁ କିପରି ଭାସିଗଲେ ବାପା ଦେଖନ୍ତୁ ଏହି Video

ବନ୍ଧୁଗଣ, କଥାରେ ଅଛି ନିଆଁ, ପାଣି, ପବନ କୁ ଭାରୋଷା କାରିବା ମୂର୍ଖାମି । ତେବେ ଏଭଳି ଏକ ବିଶେଷ କଥା ଦେଖିବାକୁ ମିଳିଛି ଯେ ସମୁଦ୍ର ବେଳାଭୂମି ରେ ପୁଅ ଆଖି ସାମ୍ନା ରୁ ତାର ବାପା ଭାସିଗଲା । ତେବେ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ସମୁଦ୍ର ଢେଉ ରେ ଉଭୟ ବାପା ପୁଅ ଖେଳୁଥିଲେ । ମାତ୍ର ତାଙ୍କ ଖେଳ ଟି ସମୁଦ୍ର ଢେଉ ରେ ଆରମ୍ଭ ହୋଇଥିଲା । ବାପା ଜଣକ ପୁଅକୁ କହୁଥାଏ, ଯେ ରହ ଅବିକା ଢେଉ ଆସିବା ପହଁରିବା । ଏଭଳି ମସ୍ତି ମଜାକ ନିଜ ପୁଅ ସାଙ୍ଗ ରେ କରିଥିଲେ ବାପା ଜଣକ ।

ମାତ୍ର ଦୁଇ ଚାରୋଟି ଛୋଟ ଛୋଟ ଢେଉ ଭାଙ୍ଗି ସାରିବା ପରେ ଏକ ବଡ ଢେଉଟି ଆସିଲା ସେଥିରେ ବାପା ଜଣକ ପୁଅ କୁ କହିଲେ ଦେଖ ଅବିକା ମୁଁ କେମିତି ଯାଇ ପୁଣି ଆସିବି । ଏଭଳି କହି ବାପା ଜଣକ ଲହରୀ ଆସିବା କ୍ଷଣି ସୋଇପଡିଲେ । ଏବଂ ଏହାପରେ ଗୋଟେ ପରେ ଗୋଟେ ଢେଉ ଆସିବାକୁ ଲାଗିଲା ମାତ୍ର ପୁଅଟିର ବାପା ଜଣକ ଚାହୁଁ ଚାହୁଁ ସମୁଦ୍ର ଭିତରକୁ ଭାସିଗଲେ ।

ଏହି ସବୁ ଦୃଶ୍ୟ କୁ ତାଙ୍କର ଜଣେ ବନ୍ଧୁ ନିଜ କ୍ୟାମେରାରେ କଏଦ କରୁଥିଲେ । ସେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ଏବଂ ପଚାରିଲେ ଯେ ପୁଅ ତୋ ବାପା କାହିଁ ଦେଖା ଯାଉନାହିଁ ତ ? ଏଭଳି ବ୍ୟକ୍ତି ଜଣକ ପୁଅ ଟିକୁ ପଚାରିବାରେ ଲାଗିଛି । ବାପା ଙ୍କୁ ନ ପାଇ କୁନି ପୁଅ ଟି ମୋ ବାପା କାହିଁ ବୋଲି ପ୍ରଶ୍ନ ପଚାରିବାକୁ ଲାଗିଲା । ମାତ୍ର ଚାହୁଁ ଚାହୁଁ ପିଲାଟିର ବାପା ସମୁଦ୍ର ବିତରକୁ ଚାଲିଗଲା । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ଏହି ଲୋମହର୍ଷକକାରୀ ଭିଡିଓ ଟି ଦେଖିବା ପରେ ଅନେକ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏବଂ କହିଛନ୍ତି ଯେ ଏଭଳି ସମୁଦ୍ର ଢେଉ ରେ ଖେଳିବା ଉଚିତ ନୁହେଁ । କାରଣ କେତେବେଳେ ଯେ ବଡ ଢେଉ ଆସି ଭିତରକୁ ନେଇ ଚାଲିଯିବ ତାହା କହିବା ଅସମ୍ଭବ । ପିଲାଟିର ବାପା ଜଣକ ସମୁଦ୍ର ଭିତରକୁ ଏଭଳି ହଟାତ ଚାଲିଯିବ ବୋଲି ପିଲାଟି ଚିନ୍ତା କରି ନଥିଲା ।

ତେଣୁ ନିଜ ଜୀବନକୁ ଏଭଳି ଜାଣିଶୁଣି ବ୍ୟର୍ଥ ଭାବରେ ହରାଇବା ଉଚିତ ନୁହେଁ । ସାବଧାନତା ଅବଲମ୍ବନ କରି ଜୀବନ କୁ ଉପୋଭୋଗ କରିବା ଆବଶ୍ୟକ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *