“ଘରେ ଭଲ ଅଛନ୍ତି ସମସ୍ତେ”? ପୁଣି ଚର୍ଚ୍ଚାରେ ସାଂସଦ Anubhav Mohanty, ମିଡିଆ ଆଗରେ ଦେଲେ ଏମିତି ପ୍ରତିକ୍ରିୟା…ଭାଇରାଲ ହେଉଛି Video

ବନ୍ଧୁଗଣ, ଓଲିଉଡ ର ଅଭିନେତା ଅନୁଭବ ବର୍ଷା ଙ୍କୁ ଆପଣ ନିଶ୍ଚିତ ଭାବରେ ଜାଣିଥିବେ । ପ୍ରଥମେ ଆଲବମ ସଙ୍ଗ ଏହାପରେ ଓଡିଆ ଚଳଚିତ୍ର ଜଗତରେ ନୂତନ କରି ପାଦ ରଖିଥିଲେ ନାୟକ ଅନୁଭବ ମହାନ୍ତି । ଏହାପରେ ଅଭିନେତ୍ରୀ ବର୍ଷା ଙ୍କ ସହିତ ଗୋଟେ ପରେ ଗୋଟେ ସୁପରହିଟ ଚଳଚିତ୍ର କରି ସାରିବା ପରେ ଉଭୟ ବନ୍ଧୁତା ରୁ ପ୍ରେମ ରେ ପଡିଯାଇଥିଲେ । ଏବଂ ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ନିଷ୍ପତ୍ତି ନେଲେ ।

ମାତ୍ର କିଛି ଦିନ ବୈବାହିକ ଜୀବନ ଖୁସିରେ ବିତାଇବା ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଆରମ୍ଭ ହୋଇ ବର୍ତ୍ତମାନ ଉଭୟ ଅଲଗା ହେବାକୁ ବସିଛନ୍ତି । ପ୍ରଥମେ ଅନୁଭବ ଏବଂ ବର୍ଷା ଛାଡପତ୍ର ପାଇଁ ଦାବି କରିଥିଲେ । ମାତ୍ର ବର୍ତ୍ତମାନ ଅନୁଭବଙ୍କ ସହିତ ରହିବାକୁ ଚାହୁଁଛନ୍ତି । କେଉଁ କାରଣରୁ ଏତେ ସୁନ୍ଦର ଯୋଡି ବିଛେଦ ପାଇଁ ଆଗେଇ ଆସିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ତେବେ ମାନ୍ୟବର କୋର୍ଟ ଏ ନେଇ କୌଣସି ପ୍ରକାରର ରାୟ ଶୁଣାଇ ନାହାଁନ୍ତି । କୋର୍ଟ ର ଡେଟ ଅନୁସାରେ କେତେବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଉପସ୍ଥିତ ରହି ପାରୁ ନଥିଲେ ତ କେତେବେଳେ ଅନୁଭବ ମହାନ୍ତି ଉପସ୍ଥିତ ହୋଇ ପାରୁ ନଥିଲେ । ମାତ୍ର କୋର୍ଟ ରେ ସମୟ କ୍ରମେ ଉଭୟ ଯାଇ ଉପସ୍ଥିତ ହୋଇ କୋର୍ଟ ଙ୍କ ନିଷ୍ପତ୍ତି କୁ ମନିଥିଲେ । ଅଭିନେତା ଅନୁଭବ ମହାନ୍ତି କିନ୍ତୁ ବର୍ଷା ଙ୍କ ସହିତ ରହିବାକୁ ରାଜି ନାହାନ୍ତି ।

ନିକଟରେ ପୁଣି ଥରେ ଅନୁଭବ ମହାନ୍ତି ଆଜି କୋର୍ଟ କୁ ଯାଇଥିଲେ ଏବଂ ସେଠାରେ ମି-ଡି-ଆ ଭାଇ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅନୁଭବ ମହାନ୍ତି ହାଇକୋର୍ଟ ରୁ ବାହାରି ଆସିଲା ବେଳକୁ ଜଣେ ମି-ଡି-ଆ ଭାଇ ତାଙ୍କୁ ପଚାରିଲେ ଭାଇ ଆଜି କ’ଣ ହେଲା କୋର୍ଟ ରେ ? କିନ୍ତୁ ଅନୁଭବ ପ୍ରତିବଦଳରେ ଉତ୍ତର ଦିଅନ୍ତି ଯେ ଘରେ ଭଲ ଅଛନ୍ତି ସମସ୍ତେ ? ତେବେ ଏହିଭଳି ପ୍ରଶ୍ନ ର ଉତ୍ତର ର ଅର୍ଥ କ’ଣ ହୋଇପାରେ ।

ସେ ଯାହା ହେଉନା କାହିଁକି ଅନୁଭବ ଏଭଳି ଭାବରେ କଥା ବଦଳାଇ ନିଜ ବ୍ୟକ୍ତିଗତ ଜୀବନ ମାଧ୍ୟମରେ କିଛି ଜଣାଇବାକୁ ଚାହୁଁନାହଁନ୍ତି ବୋଲି ମନେ ହେଉଛି । କିନ୍ତୁ ଯଦି ଏହି ପ୍ରଶିଦ୍ଧ ଯୋଡି ପୁନର୍ବାର ଏକାଠି ହୁଅନ୍ତେ ତେବେ ଉଭୟଙ୍କ ଫ୍ୟାନ୍ସ ମାନଙ୍କର ଖୁଶିର ସୀମା ଧାରଣା ର ବାହାରେ ହୋଇଯିବ । ତେବେ ବନ୍ଧୁଗଣ ଆପଣ କ’ଣ ଚାହୁଁଛନ୍ତି ଅନୁଭବ ବର୍ଷା ଏକାଠି ହୁଅନ୍ତୁ ନା ଉଭୟଙ୍କ ମଧ୍ୟରେ ବିଛେଦ ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *