ପତ୍ନୀଙ୍କୁ ଗର୍ଭବତୀ କରିବାକୁ କୋର୍ଟ ଦେଲେ ଛୁଟି, ପୁରା ମାମଲା କଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ଏହି ସମାଜ ରେ ବର୍ତ୍ତମାନ ଅନେକ ଅଦ୍ଭୁତ ଘଟଣା ମାନ ଘଟୁଛି ତେବେ ଆପଣ ମଧ୍ୟ ଅନେକ ଥର ଅନେକ ଅଦ୍ଭୁତ କଥା ଶୁଣିଥିବେ,ଦେଖିଥିବେ କିମ୍ବା ଜାଣିଥିବେ । ତେବେ କିନ୍ତୁ ବର୍ତ୍ତମାନ ଯେଉଁ ଅଦ୍ଭୁତ କଥା ବିଷୟରେ କହିବୁ ତାହା ବିଷୟରେ ଆପଣ ବୋଧ ହୁଏ ଆଗରୁ କେବେ ଜାଣିଥିବେ କି ଶୁଣିଥିବେ । ତେବେ ଆସନ୍ତୁ ସେହି ଖବର ବିଷୟ ରେ ଆଲୋଚନା କରି ନେବା ।

ତେବେ କଏଦୀ କୁ ମିଳିବ ଛୁଟି କାରଣ ହେଉଛି ସ୍ତ୍ରୀ କୁ ଗର୍ଭବତୀ କରିବା ପାଇଁ । ତେବେ ଜୋଧପୁର ହାଇକୋର୍ଟ ୧୫ ଦିନ ପାଇଁ ଜଣେ କଏଦୀ କୁ ଛୁଟି ଦେଇଛନ୍ତି । ତେବେ ଏହି ସମୟ ମଧ୍ୟରେ ଗର୍ଭବତୀ କରିବାକୁ ହେବ । ସ୍ତ୍ରୀ କୁ ଗର୍ଭବତୀ କରିବା ଅଧିକାର ବଳ ରେ ଯୋଧପୁର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତେଣୁ ଦୀର୍ଘ ଦିନ ଧରି ବିଚାର ବିଭାଗୀୟ ହାଜତ ରେ ରହିଛନ୍ତି ତାଙ୍କୁ ପନ୍ଦର ଦିନ ଛୁଟି ଦିଆ ଯାଇଛି ।

ଏହି ପନ୍ଦର ଦିନ ଛୁଟି ମଧ୍ୟରେ ସ୍ତ୍ରୀ କୁ ଗର୍ଭବତୀ କରିବାକୁ ହେବ । ତେବେ ଏଥି ନେଇ ସ୍ତ୍ରୀ ପ୍ରଥମେ କୋର୍ଟରେ ଆବେଦନ କରିଥିଲେ ଏହାକୁ ବିଚାର କରି ଏହିଭଳି ରାୟ ଶୁଣାଇଛନ୍ତି କୋର୍ଟ । ଜଷ୍ଟିସ ସନ୍ଦୀପ ମେହେଟା ଏବଂ ଫରଜାନ୍ତ ଅଲ୍ଲୀ ଙ୍କୁ ନେଇ ଗଠିତ ଖଣ୍ଡ ପୀଠ ଏହି ରାୟ ଶୁଣାଇ ଛନ୍ତି । ଖଣ୍ଡପୀଠ କହିଛନ୍ତି ସ୍ୱାମୀ ମାସାଧିକ ଧରି ଜେଲ ରେ ରହିବାରୁ ସ୍ତ୍ରୀ ର ଶାରୀରିକ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଏହି ଅନୁମତି ଦିଆଯାଇଛି ।

ତେବେ ବନ୍ଦୀରେ ରହିବା ଯୋଗୁଁ ସ୍ତ୍ରୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ଅଧିକାର କ୍ଷୁର୍ଣ୍ଣ ହେଉଛି ହିନ୍ଦୁ ପ୍ରଥା ତଥା ରୁକବେଦ କଥାକୁ ଉଠାଇ କୋର୍ଟ ୧୫ ଦିନ ଛୁଟି ଦେଇଛନ୍ତି । ଫଳରେ ୩୪ ବର୍ଷୀୟ ନନ୍ଦଲାଲ ଓ ତାଙ୍କ ପତ୍ନୀ ରେଖା ଏବେ ମିଶିବାର ସୁଯୋଗ ପାଇଛନ୍ତି ।

ତେବେ ମଣିଷର ଷୋଳ ନିତ୍ୟାନ୍ତ ଆବଶ୍ୟକତା ମଧ୍ୟରେ ଏହା ହେଉଛି ଅନ୍ୟତମ ତେବେ ଗର୍ଭରେ ଛୁଆ ରଖିବା ଜଣେ ମହିଳାଙ୍କ ଅଧିକାର । ଏହି ସମୟରେ ତାର ଅଭିଯୁକ୍ତ ସ୍ୱାମୀ ତା ବ୍ୟବହାର ରେ ଅନେକ ପରିବର୍ତ୍ତନ ମଧ୍ୟ ଆଣିବ ବୋଲି କୋର୍ଟ ଆଶା ରଖିଛନ୍ତି ଏବଂ ଜେଲ ରୁ ଆଗାମୀ ସମୟରେ ବାହାରି ସାଧାରଣ ଜୀବନ ଯାପନ କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *