ବନ୍ଧୁଗଣ, ସୂଚନା ଅନୁଯାୟୀ ରାଇମୋହନ ଙ୍କ ପୋଷ୍ଟମର୍ଟମ କରିଥିବା ବ୍ୟକ୍ତି କହିଛନ୍ତି ଯେ ସେହି ସମୟରେ ମୋର ହାତ ଥରି ଉଠିଲା ମୋର ହୃଦୟ ଥରିଲା । ବ୍ୟକ୍ତି ଜଣଙ୍କ କହିଲେ ଯେ ଏତେବଡ ଲୋକ ତାଙ୍କ ହାତ ପାଖରେ ଆସି ପହଞ୍ଚିଥିଲେ, ମାତ୍ର ସେ ତାଙ୍କୁ କେବେ ଦୂରରୁ ଦେଖି ନଥିଲେ । ପାଖରୁ ଏଭଳି ଭାବରେ ଦେଖି ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ସେତେବେଳେ ତାଙ୍କର ମନେ ପଡିଗଲା ସେହି ଡାଇଲୋଗ “ଏଇ ଅନାନୀ” ।
ଏହି ସବୁ ଜିନିଷ ଗୁଡାକ ତାଙ୍କର ମନ ପଡିଲା ବୋଲି ସେ କହିଛନ୍ତି । ପୋଷ୍ଟମର୍ଟମ ରୁମ ରେ ସମୁଦାୟ ୪୦ ହଜାର ଲୋକ ଙ୍କ କାମ କରିସାରିଛନ୍ତି ବୋଲି କହିଛନ୍ତି ବ୍ୟକ୍ତି ଜଣକ । କିନ୍ତୁ ରାଇମୋହନ ପରିଡା ଯିଏ କି ଦଶନ୍ଧି ଦଶନ୍ଧି ଧରି ଆମ୍ଭକୁ ବିଭିନ୍ନ ଚଳଚିତ୍ର ଦେଇ ଆସିଥିଲେ । ତାଙ୍କର ପୋଷ୍ଟ ମର୍ଟମ କରିବା ସମୟରେ ଏହିଭଳି କଳାକାର କୁ କାଟିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ ଏବଂ ହାତ ଥରୁଥିଲା ।
କିନ୍ତୁ ସମସ୍ତ କାମ କରିବାକୁ ହେବ ସେଥିପାଇଁ ବହୁତ କାମ ସେ ଅତି କଷ୍ଟ ରେ ସମାପନ କରିଛନ୍ତି ବୋଲି କହିଛନ୍ତି । ହାତ ଥରିବା ଫଳରେ ସେ ବହୁତ ଦୁଃଖିତ ହେଲେ ଯାହା ହେଲେ ମଧ୍ୟ ସେ ଗୋଟିଏ କଳାକାର । ସେ ବହୁତ ଚଳଚିତ୍ର କରିଛନ୍ତି ବହୁତ ଭିଲିଆନ ରୋଲ କରିଛନ୍ତି । ମାତ୍ର ଆଜି ପାଖାପାଖି ଦେଖି ସେ ବହୁତ ଦୁଃଖିତ ବୋଲି କହିଥିଲେ ।
ଏତେ ବଡ କଳାକାର କିଭଳି ଆଶ୍ଚର୍ଯ୍ୟ ଜନକ ଭାବରେ ଆସି ତାଙ୍କ ମୃତଦେହ ମୋ ପାଖରେ ପହଞ୍ଚିଲା ମୁଁ ବହୁତ ଦୁଃଖିତ । ମାତ୍ର ତାଙ୍କର ମଢ ଶରୀର ଆସି ପହଞ୍ଚିବ ବୋଲି ସେ କେବେ ଚିନ୍ତା କରିନଥିଲୁ । ତାଙ୍କର ସମସ୍ତ ଚଳଚିତ୍ର କଥା ମାନେ ପଡିଲା । ସେହି ଜିନିଷ ଗୁଡାକ ଆଖିରେ ଜଳଜଳ କରି ଦିଶିଲା ବୋଲି ସେ କହିଛନ୍ତି ।
ଏତେ ବଡ କଳାକାର କେଉଁ କାରଣ ପାଇଁ ଏତେ ବଡ ପଦକ୍ଷପ ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଓଡିଆ ଇଣ୍ଡଷ୍ଟ୍ରୀ ଏବଂ ଯାତ୍ରା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ଅଟେ । ଯାହାକି ଅଭିନେତା ରାଇମୋହନ ପରିଡା ଙ୍କ ସ୍ଥାନ ଅନ୍ୟ କେହି ପୂରଣ କରିପାରିବେ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।