ପୋଲିସ ତଦନ୍ତରେ ଚାଞ୍ଚଲ୍ୟକର ତଥ୍ୟ ! Rai Mohan Parida ଙ୍କର ନଥିଲା କୌଣସି ଆର୍ଥିକ ସମସ୍ୟା, ହେଲେ ସେ…ଦେଖନ୍ତୁ Video

ବନ୍ଧୁଗଣ, ବରିଷ୍ଠ ଅଭିନେତା ରାଇମୋହନ ପରିଡା ଙ୍କ ମୃ-ତ୍ୟୁ କୁ ୨ ଦିନ ବିତିଲାଣି ମାତ୍ର ବର୍ତ୍ତମାନ ମଧ୍ୟ ତାଙ୍କ ପ୍ରଶଂସକ ଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । କାହିଁକି ତାଙ୍କ ପ୍ରିୟ ଅଭିନେତା ଜୀବନ ହାରିଲେ ତଥା କାହିଁକି ଏହିଭଳି ଏକ ଚରମ ନିସ୍ପତି ନେଲେ ? ଆଉ ଏହାକୁ ସହଜରେ ବିଶ୍ଵାସ କରି ପାରୁନାହାଁନ୍ତି ରାଇମୋହନ ପରିଡା ଙ୍କୁ ଭଲ ପାଉଥିବା ଲୋକ ମାନେ । ଏ ନେଇ ମଞ୍ଚେଶ୍ଵର ଥାନା ପୋଲିସ ସହିତ ୪ ଜଣିଆ ମହିଳା ପୋଲିସ ଟିମ ରାଇମୋହନ ଙ୍କ ପ୍ରାଚୀବିହାର ସ୍ଥିତ ଘରକୁ ଯାଇ ତାଙ୍କ ଦୁଇ ଝିଅ, ପତ୍ନୀ, ଜ୍ଵାଇଁ ଏବଂ ପୁତୁରା ଙ୍କୁ ପଚରା ଉଚରା କରିଛନ୍ତି ।

୪ ଘଣ୍ଟା କାଳ ପଚରାଉଚରା କରି ପୋଲିସ ଅନେକ ତଥ୍ୟ ପାଇଛି ଆଉ ଏହାସହ ପୋଲିସ ସ୍ପଷ୍ଟ କରିଛି ଯେ ତାଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା । ଆର୍ଥିକ ସମସ୍ୟା ପାଇଁ ସେ କୌଣସି ମାନସିକ ଚିନ୍ତା ରେ ନଥିଲେ । ଆଉ ଏହା ସହିତ ସ୍ପଷ୍ଟ କରିଛି ଯେ ସେ ଦୀର୍ଘ ଦିନ ଧରି ପାରିବାରିକ ଅଶାନ୍ତି କୁ ନେଇ ମାନସିକ ଚିନ୍ତା ରେ ରହିଥିଲେ ।

ସେଥିପାଇଁ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା କଥା ଚର୍ଚ୍ଚା ହେଉଅଛି । ଏହିଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ୨ ଝିଅ ଏବଂ ପତ୍ନୀ ମାନସିକ ସ୍ତରରେ ଭାଙ୍ଗିପଡିଛନ୍ତି । ଆଉ ସେମାନଙ୍କୁ ପରେ ପଚରା ଉଚରା କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏହା ସହିତ ପୋଲିସ ଜାଣିବାକୁ ପାଇଛି ଯେ ରାଇମୋହନ ପରିଡା ଅନେକ ଲୋକଙ୍କୁ ଅନେକ ଟଙ୍କା ଧାର ଦେଇଛନ୍ତି ।

କିଛି ଲୋକ ଙ୍କ ପାଖରେ ଟଙ୍କା ନିବେଶ ମଧ୍ୟ କରିଛନ୍ତି । ଏହିସବୁ ମଧ୍ୟରୁ ଅଳ୍ପକିଛି ର ହିସାବ ପରିବାର ଲୋକ ଙ୍କ ପାଖରେ ରହିଅଛି । ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ଧାର ନେଇଥିବା ବ୍ୟକ୍ତିମାନେ ବର୍ତ୍ତମାନ ଫେରସ୍ଥ କରିବେ କି ନା ? ଏହାକୁ ନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହେଉଅଛି ।

ତେବେ ରାଇମୋହନ ଙ୍କୁ ଜାଣିଥିବା ଏବଂ ଭଲ ପାଉଥିବା ସମସ୍ତ ବ୍ୟକ୍ତି ସେହି ଦିନକୁ ଅପେକ୍ଷା କରିଛନ୍ତି ଯେ କେଉଁଥିପାଇଁ ରାଇମୋହନ ଏଭଳି ଏକ ଚରମ ନିସ୍ପତି ନେଲେ । ଓଡିଶା ତଥା ଓଡିଆ ଇଣ୍ଡଷ୍ଟ୍ରୀ ଏବଂ ଯାତ୍ରା ଜଗତ ନିମନ୍ତେ ଏହା ଏକ ଅପୂରଣୀୟ କ୍ଷତି ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *