ଛିଃ ଛିଃ ! ଘୋର କଳିଯୁଗ ଭାଇ, ମଉସା ପାପ ସମ୍ପର୍କ ରଖିଲା ନିଜ ଝିଆରୀ ସହ…

ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ରାପଡା ଅଞ୍ଚଳରେ ଏଭଳି ଏକ ଲଜ୍ୟାଜନକ ଘଟଣା ଶୁଣିବାକୁ ମିଳିଛି ଯାହା ଆପଣ ଆଦୌ କେବେ ମଧ୍ୟ ଚିନ୍ତା କରି ନଥିବେ । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ବିବରଣୀ । ସୁମନ ନାମକ ପିଲା ଦୀର୍ଘ ୧୧ ବର୍ଷ ତଳେ ଝୁନୁ ବୋଲି ଗୋଟିଏ ଝିଅ କୁ ଧରି ଆସିଲା ପରେ ଗାଁ ଲୋକେ ପଚାରିଲେ ଯେ ଏହି ଝିଅ ଟି କିଏ ? ସେତେବେଳେ ସେ କହିଲେ ଯେ ମୁଁ ଏହି ଝିଅକୁ ଭଲ ପାଉଛି ତାଙ୍କୁ ଆଣିଛି ଏବଂ ତାଙ୍କୁ ବିବାହ କରିବାକୁ ଚାହେଁ ।

ଏହା ପରେ ସୁମନ ର ବାପା ଏବଂ ଗାଁ ର ଲୋକେ ନେଇ ବିବାହ କରାଇଲେ । ବିବାହ ପରେ ୨ ବର୍ଷ ଦୁହେଁ ଭଲରେ ଚଳିଥିଲେ । ଏହାପରଠାରୁ ଉଭୟଙ୍କ ମଧ୍ୟରେ କଳି ଆରମ୍ଭ ହେଲା । ଏହାପରେ ଆଜିକୁ ପ୍ରାୟ ତିନି ଚାରି ମାସ ହେବ ତାଙ୍କର କମ୍ପୁଟର ସେଣ୍ଟର ରେ ଜନସେବା କେନ୍ଦ୍ର କରିଛନ୍ତି । ସେଠାରେ କମ୍ପୁଟର କାମ କରିବା ପାଇଁ ସୁମନ ର ଶାଳି ର ଭାଣିଜୀ ଙ୍କୁ ଆଣି ରଖିଲେ ।

ଏହା ପରେ ସେହି ଝିଅ ସହିତ ପ୍ରେମ ସମ୍ପର୍କ ଗଢି ଉଠିଲା ଏବଂ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଗଣ୍ଡୋଗଳ ଆରମ୍ଭ ହେଲା । ଏହାପରେ ସୁମନ ଙ୍କ ସ୍ତ୍ରୀ ଝୁନୁ ସେହି ଝିଅ କୁ ନେଇ କେନ୍ଦ୍ରାପଡା ରେ ତାଙ୍କ ଘରେ ଛାଡିକି ଆସିଛନ୍ତି । ଆସିଲା ପରେ ୨ ଦିନ ପରେ ଝୁନୁ ଗାଁ ଲୋକ ଙ୍କୁ କହିଲେ ଯେ ସେହି ଝିଅ ଜୟନ୍ତୀ ନାୟକ ଙ୍କୁ ନେଇ ମୋ ସ୍ଵାମୀ ଫେରାର ହୋଇ ଯାଇଛନ୍ତି ।

ଜନସେବାକେନ୍ଦ୍ର ରେ ଝୁନୁ ଙ୍କର ବଡ ଭଉଣୀ ର ଝିଅ ଆସି ରହିଥିଲା ମାତ୍ର ଝିଆରୀ ସେଠାରେ ମାସେ ରହିବା ପରେ ମଉସା ଏବଂ ଝିଆରୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଝୁନୁ ଙ୍କ ଅନୁପସ୍ଥିତି ରେ ଝିଆରୀ ମଉସା ସହିତ ଲୁଚା ଛପା ପ୍ରେମ କରୁଥିଲା । ଏହାକୁ ଜାଣିପାରି ସ୍ତ୍ରୀ ଝୁନୁ ଝିଆରୀ ଙ୍କୁ ତାଙ୍କ ଘରେ ଛାଡି ଆସିଥିଲେ । ମଉସା କିନ୍ତୁ ଝିଆରୀ କୁ ଝୁରୁଥିଲେ । ଏବଂ ବିଭିନ୍ନ ଆଡ ଦେଖାଇ ଝିଆରୀ କୁ ଦେଖା କରିବାକୁ ତାଙ୍କ ଘରକୁ ଯାଉଥିଲେ ।

ଏହାପରେ ଝିଆରୀ କୁ ନେଇ ମଉସା କେଉଁ ଆଡେ ଫେରାର ମଧ୍ୟ ହୋଇଯାଇଥିଲେ । ଏନେଇ ଝୁନୁ ଥାନାରେ ସ୍ଵାମୀ ଙ୍କ ନାମ ରେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ସ୍ଵାମୀ ଙ୍କୁ ବାନ୍ଧି ଜେଲ ରେ ରଖିଥିଲା । ଏବଂ କିଛି ଦିନ ପରେ ସ୍ଵାମୀ ଜେଲ ରୁ ଘରକୁ ଫେରିଥିଲେ । ମାତ୍ର ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଉଭୟ ମଉସା ଝିଆରୀ ବିବାହ କରି ସାରିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *