Rajeswari ଙ୍କ ଯିବା ପରେ ଭୋ-ଭୋ ହେଇ କାନ୍ଦିଲେ ଅଭିନେତ୍ରୀ Priyambada Ray କହିଲେ ‘ସେ ମୋ ଝିଅ ଥିଲା, ତା’ ମା’ ଯିବା ପରେ ତା’ ମା’ ଶାଢୀ ଦେଇ ମତେ କହିଥିଲା…’

ବନ୍ଧୁଗଣ ସୂଚନାଯୋଗ୍ୟ, ଶେଷ ନିଶ୍ୱାସ ତ୍ୟାଗ କରିଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ । ଚିକିତ୍ସାଧୀନ ଅବସ୍ଥା ରେ ହେଲା ତାଙ୍କ ଦେହାନ୍ତ । ଖଳନାୟିକା ଭୂମିକା ରେ ଘରେ ଘରେ ଥିଲେ ପରିଚିତ । ଶେଷରେ ଜୀବନ ଯୁଦ୍ଧ ରେ ହାରିଗଲେ କ୍ୟାନ୍ସର ପୀଡ଼ିତା ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର । ବୁଧବାର ଦିନ ଏକ ଘରୋଇ ହସ୍ପିଟାଲରେ ବିଳମ୍ୱିତ ରାତିରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୨୦୧୯ ମସିହାରେ ସେ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ବୋଲି ସୂଚନା ଦେଇଥିଲେ । ଚିକିତ୍ସାଧୀନ ହୋଇ ସେ ସୁସ୍ଥ ମଧ୍ୟ ହୋଇ ଆସୁଥିଲେ । ଦୀର୍ଘ ଦିନ ଧରି କ୍ୟାନ୍ସର ସହିତ ଲଢେ଼ଇ କରି ସେ ଏହି ଯୁଦ୍ଧ ରେ ହାରି ଯାଇଛନ୍ତି । ରାଜେଶ୍ୱରୀ ଙ୍କ ଦେହାନ୍ତ ଇଣ୍ଡଷ୍ଟ୍ରୀ ପାଇଁ ନିଶ୍ଚିତ ଭାବରେ ଏକ ଅପୁରଣୀୟ କ୍ଷତି ଅଟେ । ଟେଲିଭିଜନ ରେ ଅଭିନୟ କରି ଘରେଘରେ ସେ ଅଳକା ନାଁ ରେ ବେଶ ପରିଚିତ ମଧ୍ୟ ଥିଲେ ।

ତାଙ୍କର ଅଭିନୟ ନିଆରା ଓ ଭିନ୍ନ ମଧ୍ୟ ଥିଲା । ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ । ତେବେ ତାଙ୍କର ଦେହାନ୍ତ ରେ ତାଙ୍କ ଫାନ୍ସ ମାନଙ୍କ ସହିତ ଟେଲିଭିଜନ ଜଗତ ର ସମସ୍ତ କଳାକାର ମାନେ ମଧ୍ୟ ଭାଙ୍ଗି ପଡିଛନ୍ତି । ଟିଭି ଜଗତ ର ସବୁ କଳାକାର ତାଙ୍କର ଶେଷ ଦର୍ଶନ କରିବାକୁ ମଧ୍ୟ ଆସିଥିଲେ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ରାଜେଶ୍ୱରୀ ଙ୍କ ନିଧନ ଖବର ଶୁଣି ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ପଡ଼ିଛନ୍ତି ଅଭିନେତ୍ରୀ ପ୍ରିୟମ୍ବଦା ରାୟ ।

ତାଙ୍କୁ ମିଡିଆ ସାମ୍ନା ରେ କହିଛନ୍ତି ଯେ, ରାଜେଶ୍ୱରୀ ତାଙ୍କୁ ନିଜ ମାଆ ବୋଲି ମାନୁଥିଲେ । କାରଣ ରାଜେଶ୍ୱରୀ ଙ୍କ ମାଆ ମଧ୍ୟ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ ଏବଂ ଦୀର୍ଘ ବର୍ଷ ହେବ ସେ ଏହି ଦୁନିଆ ଛାଡ଼ି ଚାଲି ଯାଇଥିଲେ । ସେ ନିଜ ମାଆ ଙ୍କ ପାଇଁ ଏକ ଶାଢ଼ୀ ଆଣିଥିଲେ କିନ୍ତୁ ତାଙ୍କ ମାଆ ତାଙ୍କୁ ଛାଡି ଚାଲି ଯାଇଥିଲେ । ତେଣୁ ସେ ନିଜ ମାଆ ଙ୍କୁ ସେହି ଶାଢ଼ୀ ଟି ଦେଇ ପାରି ନଥିଲେ ।

ପରେ ସେ ସେହି ଶାଢ଼ୀ ଟି କୁ ପ୍ରିୟମ୍ବଦା ଙ୍କୁ ମାଆ ବୋଲି ସମ୍ବୋଧନ କରି ପିନ୍ଧିବା ନିମନ୍ତେ ଅନୁରୋଧ କରିଥିଲେ ଏବଂ ପ୍ରିୟମ୍ବଦା ସେହି ନୂଆ ଶାଢ଼ୀ କୁ ପିନ୍ଧିଥିଲେ ମଧ୍ୟ । ସେ ରାଜେଶ୍ୱରୀ ଙ୍କୁ ନିଜର ଝିଅ ବୋଲି ମାନୁଥିଲେ । ଏବେ ତାଙ୍କ ନିଧନ ରେ ସେ ନିରାଶ ହୋଇପଡିଛନ୍ତି ଏବଂ ନିଜର କୋହ କୁ ସମ୍ଭାଳି ପାରୁ ନାହାନ୍ତି । ପରେ ସେ ମିଡିଆ ସାମ୍ନା ରେ ଅନ୍ୟ କିଛି କହିବାକୁ ଅସମର୍ଥ ମଧ୍ୟ ହୋଇ ପଡ଼ିଥିଲେ । ତେବେ ରାଜେଶ୍ୱରୀ ଙ୍କ ନିଧନ ରେ ଆମେ ଅତ୍ୟନ୍ତ ଦୁଃଖିତ ଏବଂ ତାଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଆମେ ମଧ୍ୟ କାମନା କରୁଛୁ ।

Leave a Reply

Your email address will not be published. Required fields are marked *