Draupadi Murmu ହେଲେ ଦେଶର ନୂଆ ରାଷ୍ଟ୍ରାପତି, ଖୁସିରେ Sritam ଙ୍କ ଝାଞ୍ଜ ତଳେ ତଳେ ନାଚିଲେ ମହିଳା ନେତ୍ରୀ..ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ତୃତୀୟ ରାଉଣ୍ଡରେ ସେ ନିର୍ବାଚନ ଜିତିବା ପାଇଁ ଆବଶ୍ୟକୀୟ ଭୋଟ ପାଇଛନ୍ତି । ଫଳରେ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ହୋଇସାରଛି । ତେବେ ସବୁ ରାଉଣ୍ଡ ଭୋଟ ଗଣତି ପରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ । ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ରୌପଦୀଙ୍କୁ ୫ ଲକ୍ଷ ୭୭୭୭ ଭୋଟ ମିଳିଛି । ଯାହାକି ବିଜୟ ପାଇଁ ଆବଶ୍ୟକୀୟ ସଂଖ୍ୟାଠାରୁ ଅଧିକା ।

ତେବେ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ରାଉଣ୍ଡ ଫଳାଫଳ ବି ଦ୍ରୌପଦୀଙ୍କ ସପକ୍ଷରେ ଯାଇଥିଲା । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ନିଜର ପ୍ରତିପକ୍ଷ ଯଶୱନ୍ତ ସିହ୍ନାଙ୍କ ଠାରୁ ଢେ଼ର ଆଗରେ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ୧୦ଟି ରାଜ୍ୟ ବିଧାନସଭାର ଫଳାଫଳ ଗଣତି ହୋଇଥିଲା । ୧୦ଟି ରାଜ୍ୟର ୧୧୩୮ ଖଣ୍ଡ ଭୋଟ ଗଣତି ହୋଇଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଦ୍ରୌପଦୀଙ୍କୁ ୪ ଲକ୍ଷ ୮୩ ହଜାର ୨୯୯ ଖଣ୍ଡ ଭୋଟ ମିଳିଛି ।

ତେବେ ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ରାଉଣ୍ଡର ଫଳାଫଳ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ଖଣ୍ଡ ଭୋଟ ଓ ସିହ୍ନାଙ୍କୁ ୨୦୮ଟି ଭୋଟ ମିଳିଥିଲା । ଫଳରେ ଦ୍ରୌପଦୀ ପ୍ରଥମ ରାଉଣ୍ଡରେ ବହୁ ଆଗରେ ରହିଥିଲେ । ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କ ଭୋଟ ଗଣତି ହୋଇଥିଲା । ୧୫ଟି ଭୋଟ ନାକଚ ହୋଇଥିଲା । ପ୍ରଥମ ରାଉଣ୍ଡ ଭୋଟ ଗଣତି ଫଳାଫଳ ଅନୁସାରେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୩ଲକ୍ଷ ୭୮ହଜାର ରହିଥିବା ବେଳେ ଯଶୱନ୍ତ ସିହ୍ନାଙ୍କ ଭୋଟ ମୂଳ୍ୟ ୧ଲକ୍ଷ ୪୫ହଜାର ୬୦୦ ରହିଥିଲା ।

ତେବେ ରାଜ୍ୟ ବିଜେପି ସଭାପତିଙ୍କ ସହ ଅନ୍ୟ ନେତାଏ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ରହିଥିଲା । ଦଳୀୟ ନେତା ପରସ୍ପର କୁ ମିଠା ଖୁଆଇ ନାଚି ଗାଇ ଉତ୍ସବ ପାଳିଥିଲେ । ପାରମ୍ପରିକ ବାଦ୍ୟରେ ଦୁଲୁକିଥିଲା ରାଜ୍ୟ ବିଜେପି କାର୍ଯ୍ୟାଳୟ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଅନ୍ୟ ରାଜ୍ୟ ସ୍ତରୀୟ ନେତା ଓ କର୍ମୀ ଉତ୍ସବରେ ସାମିଲ ହୋଇଥିଲେ ।

ଅଭିନେତା ଶ୍ରୀତମ ଦାସ ଝାଞ୍ଜ ବଜାଉ ଥିଲେ ଏବଂ ସେହି ତାଳେ ତାଳେ ମହିଳା ନେତ୍ରୀ ମାନେ ମଧ୍ୟ ନୃତ୍ୟ କରୁଥିଲେ । ତେବେ ଦ୍ରୌପଦୀ ମୁର୍ମୁ ୨୦୧୫ ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି  ।

ପ୍ରଥମେ ୨୦୦୦ ଓ ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *