India ରେ ଟଙ୍କା କେଉଁଠି ଓ କିପରି ଛପାଯାଏ ? ଜାଣି ନଥିଲେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟଙ୍କାର ନୋଟ ଦେଖିବାକୁ ସାମାନ୍ୟ ଏକ କାଗଜ ଭଳି ହୋଇଥାଏ । ହେଲେ ଏହି ନୋଟ ଦ୍ଵାରା ହିଁ ଦେଶର ସମସ୍ତ ପ୍ରକାର ଟଙ୍କା କାରବାର କାର୍ଯ୍ୟ ହୋଇପାରିଥାଏ । ତେବେ ପ୍ରତ୍ଯେକଟି ମନୁଷ୍ୟର ଜୀବନ ଧାରଣ ପାଇଁ ତଥା ବ୍ୟକ୍ତିର ସମସ୍ତ ଦରକାରୀ ଆବଶ୍ୟକତା ପୂରଣ କରିବା ପାଇଁ ଟଙ୍କା ନିହାତି ଭାବରେ ଦରକାର ହୋଇଥାଏ । ତେବେ ଏହି ଦରକାରୀ ନୋଟ ଗୁଡିକ ଯେପରି ୧୦, ୨୦, ୫୦, ୧୦୦, ୫୦୦ ଓ ୨୦୦୦ ଟଙ୍କାର ଏହିସବୁ ନୋଟ ଥାଏ ।

ତେବେ ଚାଲନ୍ତୁ ଟଙ୍କାର ନୋଟ ପ୍ରସ୍ତୁତି ବିଷୟରେ କିଛି ତଥ୍ୟ ଆଲୋଚନା କରିବା । ତେବେ ପ୍ରତ୍ଯେକଟି ନୋଟ ତିଆରି କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ପଇସା ବା ଟଙ୍କାର ଖର୍ଚ କରାଯାଇଥାଏ । ଯେପରି ୨୦୦୦ ଟଙ୍କିଆ ନୋଟ ତିଆରି କରିବା ପାଇଁ ୪ ଟଙ୍କା ଦରକାର ପଡିଥାଏ । ୫୦୦ ଟଙ୍କିଆ ନୋଟ ତିଆରି କରିବା ପାଇଁ ୨ ଟଙ୍କା ୬୫ ପଇସାର ଆବଶ୍ୟକତା ପଡିଥାଏ ।

୨୦୦ ଟଙ୍କିଆ ନୋଟ ତିଆରି କରିବା ପାଇଁ ୨ ଟଙ୍କା ୪୮ ପଇସା ଦରକାର ପଡିଥାଏ । ୧୦୦ ଟଙ୍କିଆ ନୋଟ ତିଆରି କରିବା ପାଇଁ ୧ ଟଙ୍କା ୫୧ ପଇସାର ଦରକାର ପଡିଥାଏ । ୫୦ ଟଙ୍କିଆ ନୋଟ ପାଇଁ ୧ ଟଙ୍କା ୨୨ ପଇସା ଓ ୨୦ ଓ ୧୦  ଟଙ୍କା ପାଇଁ ୧ ଟଙ୍କା ଭଳି ଖର୍ଚ ହୋଇଥାଏ । ତେବେ ଭାରତ ଦେଶରେ ୪ ଟି ସରକାରୀ ପ୍ରିଟିଙ୍ଗ ମେସିନ ପ୍ରେସ ରହିଛି । ଯେଉଁଠାରେ ନୋଟ ସରକାର ତଥା ରିଜର୍ଭ ବାଙ୍କର ଅନୁମତି ଦ୍ଵାରା ହିଁ ଟଙ୍କାର ନୋଟ ଛାପିଥାନ୍ତି ।

ତେବେ ଭାରତର ଦିୱାସ, ନାସିକ, ମହିଶୂର ଓ ସଲବୋନୀ ଠାରେ ଟଙ୍କା ପ୍ରିଟିଙ୍ଗ ପ୍ରେସ ରହିଛି । ତେବେ ଏହି ସ୍ଥାନ ମାନଙ୍କରେ ହିଁ ଖାସ୍ କାଗଜ ଓ ଇଙ୍କ ସାହାଜ୍ଯରେ ନୋଟ ପ୍ରସ୍ତୁତ କରାଯାଇଥାଏ । ତେବେ ନୋଟ ତିଆରି ପାଇଁ ଦରକାର ପଡୁଥିବା ଇଙ୍କ ସୁଇଜର୍ଲାଣ୍ଡରୁ ଆସିଥାଏ । ତେବେ ଭାରତୀୟ ନୋଟ ଗୁଡିକର ଚିହ୍ନ ପାଇଁ ଏପରି କିଛି ସଂକେତ ଦିଆଯାଇଥାଏ ।

ଯେଉଁ ସଂକେତକୁ ଦେଖି ଏହା ଭାରତୀୟ ନୋଟ ବୋଲି ବିବେଚିତ ହୋଇଥାଏ । ତେବେ ପ୍ରଥମେ ନୋଟରେ ଥିବା ଗାନ୍ଧୀ ଚିହ୍ନ ତିଆରି କରିବା ପାଇଁ ଇଣ୍ଟାଗଲିଓ ଇଙ୍କ ବ୍ୟବହାର କରାଯାଇଥାଏ । ତେବେ ନୋଟରେ ଥିବା ୟୁନିକ ନମ୍ବର ଛପିବା ପାଇଁ ଫ୍ଲୁଓସେଣ୍ଟ ଇଙ୍କ ବ୍ୟବହାର କରାଯାଇଥାଏ । ଏହା ଛଡା ଅପଟିକାଲ ଭାରିବାଲ ଇଙ୍କ ମଧ୍ୟ ନୋଟ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଇଥାଏ ।

ତେବେ ୪ ଗୋଟି ଦେଶରୁ ନୋଟ ପ୍ରସ୍ତୁତି ପାଇଁ ଦରକାର ପଡୁଥିବା କାଗଜ ପ୍ରସ୍ତୁତି ପ୍ରେସ ରହିଥାଏ । ତେବେ କାଗଜ ଓ ଇଙ୍କ ଗୁଡିକୁ ସଂଗ୍ରହ କରି ସରକାରୀ ପ୍ରେସକୁ ପଠାଯାଇଥାଏ । ଯେଉଁଠାରେ କି ଡିଜାଇଙ୍ଗ କରି ଭାରତୀୟ ନୋଟ ସବୁ ପ୍ରସ୍ତୁତ କରାଯାଇଥାଏ । ତେବେ ଏହି ନୋଟ ପ୍ରସ୍ତୁତି କରିବାର ପ୍ରକ୍ରିୟା କଡା ସିକ୍ଯୁରିଟି ସହିତ କରାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *