ପ୍ରେମରେ ଧୋକାଖାଇ ଭୁବନେଶ୍ଵରରେ ପାଗଳି ହେଇ ବୁଲୁଛନ୍ତି ମହିଳା ଜଣକ ! ପ୍ରେମ ବର୍ବାଦ କରିଦେଇଛି ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରାଜଧାନୀ  ଭୁବନେଶ୍ଵରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ଯେଉଁଥିରେ ମହିଳା ଜଣକ ଆଇ ଲଭ ୟୁ ଓ ଆଇ ହେଟ୍ ୟୁ ବୂଳି କହୁଛନ୍ତି । ହଁ ଦର୍ଶକବନ୍ଧୁ ପ୍ରେମ ମଣିଷ ଜୀବନକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥାଏ । କାହା ଜୀବନକୁ ସୁଧାରି ଥାଏ ତୋ ଆଉ କାହାରି ଜୀବନକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦିଏ ।

ଏହି ମହିଳା ଜଣଙ୍କ ହେଉଛନ୍ତି ତାହାରି ଜଳନ୍ତା ଉଦାହରଣ ଯୌବନ ଥିବା ସମୟରେ ଭୁବନେଶ୍ଵରକୁ ଆସିଥିଲେ ଭବିଷ୍ୟତ ଗଢିବାକୁ । ଅନେକ ଯୁବକମାନେ ତାଙ୍କ ପଛରେ ପଡୁଥିଲେ କିନ୍ତୁ ସେ ସମସ୍ତ କଥାରେ ନ ପଡି ଜଣଙ୍କୁ ନିଜର ମନ ଦେଇଥିଲେ । ଜଣଙ୍କୁ ହିଁ ଆଇ ଲଭ ୟୁ ବୋଲି କହିଥିଲେ ଏବଂ ତାଙ୍କ ସହ ଆଗାମୀ ଜୀବନ ଅତିବାହିତ କରିବାର ସ୍ଵପ୍ନ ଯୋଡିଥିଲେ ।

ଭୁବନେଶ୍ଵରର ପାର୍କ ରାସ୍ତାମାନଙ୍କରେ ହାତରେ ହାତ ମିଶାଇ ଚାଲିଥିଲା । ମାତ୍ର ଜୀବନରେ ଯିଏ ସବୁବେଳେ ସାଙ୍ଗରେ ଥିବି  ବୋଲି ୱାଦା କରିଥିଲେ ସେ ତାଙ୍କୁ ଛାଡି କୁଆଡେ ଚାଲିଗଲା । ମହିଳା ଜଣକ ଅନେକ ଦିନ ତା ଅଫେରା ବାଟକୁ ଚାହିଁ ବସିଥିଲେ କିନ୍ତୁ ପ୍ରେମିକ ଆସିଲା ନାହିଁ । ତେବେ ଠାରୁ ମହିଳା ଜଣକ ପାଗଳ ହୋଇଯାଇଛନ୍ତି କେବଳ ଆଇ ଲଭ ୟୁ ଓ ଆଇ ହେଟ୍ ୟୁ କହୁଛନ୍ତି ।

ଆପଣମାନେ ଦେଖିପାରୁଥିବେ ମହିଳା ଜଣଙ୍କ କିଭଳି ବ୍ୟବହାର କରୁଛନ୍ତି ପୋଲିସ କର୍ମଚାରୀମାନେ ମହିଳାଙ୍କୁ ରାସ୍ତା କଢରୁ ଉଠାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ତାହା ନ ଶୁଣି ଆଇ ଲଭ ୟୁ ବୋଲି କହିଛନ୍ତି । ମହିଳାଙ୍କ ଜୀବନଙ୍କୁ ନଷ୍ଟ କରି  ପ୍ରେମିକ କୁଆଡେ ଚାଲିଗଲା । ଆଜି ବି ମହିଳା ଜଣକ ପ୍ରେମିକର ଅପେକ୍ଷାରେ ପାର୍କ ଓ ରାସ୍ତାରେ ରହୁଛନ୍ତି ।

କେତେ ସ୍ଵପ୍ନ ନେଇ ରାଜଧାନୀ ଭୁବନେଶ୍ଵରକୁ ମାତ୍ର ପ୍ରେମ ଜାଲରେ ପଡି ପାଗଳ ହୁଅନ୍ତି । ଏହି ମହିଳା ଜଣକ ମଧ୍ୟ ପ୍ରେମରେ ପଡି ପାଗଳ ହୋଇଯାଇଛନ୍ତି । ଯାହାକୁ ସାତଜନ୍ମର ସାଥି ଭାବିଥିଲେ ସେ ଗୋଟାଏ ଜନ୍ମ ସାଙ୍ଗରେ ରହିଲା ନାହିଁ । ଏହାକୁ ବିଶ୍ଵାସ କରି ନ ପାରି ପାଗଳ ହୋଇଯାଇଛନ୍ତି ମହିଳା ।

Leave a Reply

Your email address will not be published. Required fields are marked *