ବନ୍ୟା ପାଣିରେ ମାଛ ଧରିବା ପାଇଁ ଯାଇଥିଲା ପୁଅ ମାଛ ବଦଳରେ ଘରକୁ ଆସିଲା ପୁଅର ….. ହୃଦୟ ବିଦାରକ ଦୃଶ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଛ ନେଇଗଲା ଆଜି ପୁଅର ଜୀବନ । ହଁ ଦର୍ଶକବନ୍ଧୁ ଛାଡି ଆଡେ ଅଣ୍ଟା ଉଚ୍ଚର ବନ୍ୟା ପାଣି ଏବଂ ମାଛ ଲୋଭରେ ପାଣିକୁ ଗଲା । ମାଛ ଧରିବା ସମୟରେ ଘଟିଲା ଅଘଟଣ ଆଉ ଶେଷ ରେ ମିଳିଲା ପୁଅର ମୃ-ତ ଶରୀର । ଭଦ୍ରକ ଜିଲ୍ଲା ଧାମ ନଗର ବ୍ଲକ କଡିପଡା ପଞ୍ଚାୟତ କାଞ୍ଜିଆପାଳ ଗାଁ ସୁର୍ଜୟ ଦାସ ର ଆଠତ ବର୍ଷର ପୁଅ ଆକାଶ ଯାଇଥିଲା ମାଛ ଧରିବାକୁ ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ରେ ଗତତିନି ଦିନରୁ ଲଗାତାର ବର୍ଷା ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଓ ନଦୀରେ ପାଣି ଭରିଯାଇଥିଲା । ରାସ୍ତାରେ ଆଣ୍ଠୁଏ ପାଣି ଜମି ଯିବାଆସିବାରେ ଅସୁବିଧା ହେଉଥିଲା । ତେବେ ଆକାଶ ଏହି ସମୟରେ ମାଛ ଧରିବ ବୋଲି କହି ଘରୁ ଯାଇଥିଲା ବହୁ ସମୟ ହେବ ପରେ ମଧ୍ୟ ଆକାଶ ଘରକୁ ନ ଫେରିବାରୁ ଘରଲୋକେ ଓ ସ୍ଥାନୀୟ ବାସିନ୍ଦା ଆକାଶକୁ ଖୋଜିବାକୁ ବାହାରି ପଡିଥିଲେ ।

ବହୁ ସମୟ ଖୋଜା ଖୋଜି କରିଲା ପରେ ମଧ୍ୟ ଆକାଶକୁ ପାଇନଥିଲେ । ତା ପର ଦିନ ସକାଳେ ଗାଁରୁ  ଦେଢ କିଲୋମିଟର ଦୂରରେ ଥିବା ଜଙ୍ଗଲରେ ଆକାଶର ମୃତ ଦେହ ଭାସିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ବାପା ତା ପୁଅକୁ ବଛାଇବା ପାଇଁ ଭଗବାନକୁ ଡାକି ଡାକି କାନ୍ଦୁଛନ୍ତି ମା ; ତାର ଚେତାଶୂନ୍ୟ ହୋଇପଡୁଛି । ପୁଅ ମାଛ ଧରିକି ଆଣିଲେ  ଘରେ ସମସ୍ତେ ଆନନ୍ଦରେ ରାନ୍ଧିକି ଖାଇଥାନ୍ତେ କିନ୍ତୁ  ଏବେ ଘରେ ଦୁଃଖର ପାହାଡ ଖସି ପଡିଛି ।

ଗାଁ ସାରା ପାଣି ଜମିଥିବାରୁ ଆକାଶର ମୃତଦେହ  ବାହାରି ପାରୁନଥିଲା  ଏଣୁ ଶବକୁ ଆଣିବା ପାଇଁ ବୋର୍ଟର ସହାୟତା ଲୋଡ଼ିଥିଲେ । ମାତ୍ର ବୋର୍ଟ ନ ଆସିବାରୁ ଗାଁ ଲୋକେ ପାଣି ଭିତରେ ପଶି ଅଖାରେ ଶବକୁ ଅଳ୍ପ ବାଟ ଆଣିଥିଲେ । ପରେ ପରିବାରଲୋକେ ଥାମ ନଗର ଥାନାକୁ ଖବର ଦେଇ ସ୍ଵର୍ଗରଥ  ଗାଡିରେ ଶବକୁ ଭଦ୍ରକକୁ ନେଇକି ଆସିଲେ ।

ତେବେ ଆଠବର୍ଷର ପୁଅକୁ ହରାଇ ମା’ବାପା ମୁଣ୍ଡ ପିଟି କାନ୍ଦୁଛନ୍ତି ।ସତରେ  ତାଙ୍କ ଦୁଃଖକୁ କିଏ ବା ବୁଝିପାରିବ।

Leave a Reply

Your email address will not be published. Required fields are marked *