ପିକୁ ଦିଲ୍ଲୀରେ ଥାଇ ବି ମୋ ପାଇଁ ବହୁତ ଚିନ୍ତା କରନ୍ତି, ମୁଁ ଲେଟ ନାଇଟରେ ସୁଟିଙ୍ଗ ଉପରେ ଥିଲେ ସେ ବି ଶୁଅନ୍ତି ନାହିଁ

ରାତିରେ ମୁଁ ସୁଟିଙ୍ଗରେ ଥିଲେ, ପ୍ରିୟଙ୍କା ଦିଲ୍ଲୀରେ ଶୁଅନ୍ତି ନାହିଁ । ମୁଁ ଘରେ ପହଞ୍ଚିଲେ ଯାଇ ଶୁଅନ୍ତି । ଆଲବମରୁ ନେଇ ସିରିଏଲ ସବୁଠାରେ ସେ ହେଉଛନ୍ତି ଜଣେ ଅତି ପ୍ରିୟ ତଥା ହ୍ଯାନ୍ଡସମ କଳାକାର ପ୍ରଦୋଶ । ଯାହାଙ୍କୁ ଆପଣ ସିନ୍ଦୁରର ଅଧିକାରର ସିରିଏଲରେ ରାଘବ ନାମରେ ତାଙ୍କୁ ବହୁତ ଦର୍ଶକ ଜାଣିଛନ୍ତି । ତେବେ ରାଘବ ମିଡିଆ ସାମ୍ନାରେ ନିଜର ଲାଇଫଷ୍ଟୋରି ବିଷୟରେ କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ପ୍ରଦୋଶ କହିଛନ୍ତି । ମୋତେ ସିରିଏଲରେ ଦେଖି ଅନେକ ଦର୍ଶକ କୁହନ୍ତି ।

ଯେ ମୁଁ ସିରିଏଲର ନାୟିକା ଇତି ପଛରେ ପଡିଛି । ହେଲେ ମୋର ପ୍ରକୃତ ଲାଇଫପାର୍ଟନର ହେଉଛନ୍ତି ପ୍ରିୟଙ୍କା ରାଉତ । ଯାହାଙ୍କୁ ମୁଁ ଗେଲ୍ହାରେ ପିକୁ ବୋଲି ଡାକେ । ଆମ ରିଲେସନକୁ ଏହି ଅଗଷ୍ଟ ମାସରେ ହିଁ ବର୍ଷେ ପୁରିଲା । ହେଲେ ଆମେ ଦୁହେଁ ଦୁହିଙ୍କ ପାଇଁ କମିଟେଡ ଅଟୁ । ପିକୁ ମଧ୍ୟ ମୋ ପାଇଁ ବହୁତ ଲଭିଙ୍ଗ ଆଉ କ୍ଯାରିଙ୍ଗ । ଏମିତିକି ଯଦି ରାତି ଟାଇମରେ ମୁଁ ସୁଟିଙ୍ଗ ସେଟ ଉପରେ ଥିବି । ତେବେ ପିକୁ ଦିଲ୍ଲୀରେ ଥାଇ ବି ଶୋଇନଥିବେ ।

ମୁଁ ସୁଟିଙ୍ଗ ସେଟରୁ ଫେରିବା ପରେ ଯାଇ ସେ ନିଶ୍ଚିତରେ ଶୋଇବେ । ଯଦିଓ ଆମ ଲଭ ରିଲେସନ ଲଙ୍ଗ ଡିସଟାନ୍ସ । ହେଲେ ଉଭୟ ଉଭୟଙ୍କ ପ୍ରତି ଭଲ ପାଇବା ଆଉ କେୟାର ସବୁବେଳେ ରହିଥାଏ । ଏମିତିକି ମୁଁ ଯେଉଁ ୟୁଟ୍ଯୂବ ଚାନେଲ ଖୋଲିଛି । ଏଇ ୟୁଟ୍ଯୂବ ଖୋଲିବା ପାଇଁ ମଧ୍ୟ ପିକୁ ଆଉ କିଛି ମୋର କିଛି ସାଙ୍ଗ ମାନେ ମୋତେ କହିଥିଲେ । ତାପରେ ମାତ୍ର ୩ ମାସ ମଧ୍ୟରେ ହିଁ ଅଟେ ୟୁଟ୍ଯୂବ ଭଳି ସିସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ସାରା ଦର୍ଶକଙ୍କର ଭଲ ପାଇବା ମିଳିଯାଇଥିଲା ।

କାରଣ ୩ ମାସରେ 100K ହୋଇଯାଇଥିଲା । ତେଣୁ ଲୋକଙ୍କର ଏହିଭଳି ଭଲ ପାଇବା ଓ ଆଶ୍ରୀବାଦ, ମୋ ପାଇଁ ସବୁବେଳେ ବଜାୟ ରହୁ ବୋଲି ମୋର ଆଶା ରହିଛି । ଏହା ସହ ମୁଁ ମୁଁ ମୋ ଅଭିନୟ ମାଧ୍ୟମରେ ଏହିପରି ଭାବରେ ସବୁଲୋକଙ୍କର ମନୋରଞ୍ଜନ ମଧ୍ୟ କରେଇପାରିବି ।

Leave a Reply

Your email address will not be published. Required fields are marked *