ଫୋନରେ ହେଲା ପ୍ରେମ, ଯେବେ ସାମ୍ନାକୁ ଆସିଲା ପ୍ରେମିକକୁ ଦେଖି ଝିଅର ଉଡ଼ିଗଲା ହୋସ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ଏହି ସବୁ ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହିପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ଏକ କଥା ନିଶ୍ଚୟ ଶୁଣିଥିବେ ଯେ ପ୍ରେମ ଅନ୍ଧ ହୋଇଥାଏ । ହେଲେ ବର୍ତ୍ତମାନର ଦୁନିଆରେ ପ୍ରେମ ଅନ୍ଧ ହେବା ସହ ବଧିର ମଧ୍ୟ ହୋଇସାରିଛି । ବର୍ତ୍ତମାନ ଦୁନିଆରେ ଲୋକମାନେ କିଛି ନଶୁଣି ନଦେଖି ଅନ୍ୟ ଜଣକୁ ପ୍ରେମ କରି ବସୁଛନ୍ତି ।

ଆଜିର ମାମଲାରେ ଏକ ଦଶମ ଶ୍ରେଣୀର ଝିଅକୁ ତାର ବୟସର ଦୁଇଗୁଣ ଅଧିକ ବୟସର ବୁଢା ସହ ପ୍ରେମ ହୋଇଥିଲା, କେବଳ ଏତିକି ନୁହେଁ ଝିଅଟି ସେହି ବୃଦ୍ଧ ବ୍ୟକ୍ତି ସହ ବିବାହ କରିବା ପାଇଁ ମଧ୍ୟ କହିଦେଇଥିଲା । ହେଲେ ଯେତେବେଳେ ଝିଅଟି ସେହି ବ୍ୟକ୍ତିକୁ ଦେଖା କରିବା ପାଇଁ ପହଞ୍ଚିଥିଲା ସେତେବେଳେ ଝିଅର ହୋସ ଉଡିଯାଇଥିଲା ।

ଏହି ମାମଲାଟି ଭାଗଲ ପୁର ଗ୍ରାମରେ ହୋଇଥିଲା । ଯେଉଁଠି ୧୦ମରେ ପଢୁଥିବା ଏକ ଝିଅକୁ ରାତିରେ ଏକ ନମ୍ବରରୁ ଫୋନ କଲ୍ ଆସିଥିଲା । ଏହା ପରେ ଝିଅଟି ଯେବେ ସେହି ବ୍ୟକ୍ତିକୁ ଜବାବ ଦେଲା ସେତେବେଳେ ବ୍ୟକ୍ତି ଜଣକ ନିଜ ପ୍ରେମ ଜାଲରେ ଝିଅକୁ ଫସେଇ ଦେଲା । ସେମାନେ ଲଗାତାର ସାତ ଦିନ ପର୍ଯ୍ୟନ୍ତ ଦିନ ରାତି କଥା ହେବାକୁ ଲାଗିଲେ ।

ପ୍ରଥମେ ଯୁବକଟି ବିବାହ କରିବା ପାଇଁ ଝିଅକୁ ପ୍ରପୋଜ କରିଥିଲା । ହେଲେ ପ୍ରଥମେ ଝିଅଟି ମନା କରିଦେଇଥିଲା କିନ୍ତୁ ଯୁବକଟି ନିଜ ବୟସ ୨୦ ବର୍ଷ ବୋଲି କହିଥିବାରୁ ଝିଅଟି ପ୍ରଭାବିତ ହୋଇଥିଲା । କେବଳ ଏତିକି ନୁହେଁ ବ୍ୟକ୍ତି ଜଣକ ଝିଅକୁ ପାଇବା ପାଇଁ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲା, ଏହା ଦ୍ଵାରା ଝିଅଟି ସେହି ବ୍ୟକ୍ତିର ମିଠା କଥା ଶୁଣି ବିବାହ ପାଇଁ ହଁ କହି ଦେଇଥିଲା ।

ଝିଅଟି ହଁ କହିବା ପରେ ବ୍ୟକ୍ତି ଜଣକ ତୁରନ୍ତ ଝିଅକୁ ଦେଖା କରିବା ପାଇଁ କହିଥିଲା । ଏହି ବ୍ୟକ୍ତି ଜଣକର ବୟସ ହେଉଛି ୪୨ ବର୍ଷ ଓ ନାମ ସମ୍ବିର କୁମାର । ଏହି ବ୍ୟକ୍ତି ଜଣକ ହେଉଛନ୍ତି ମୋକାମା ଜିଲ୍ଲାର ନିବାସୀ । ଏହା ପରେ ଝିଅଟି ଘର ବାଲାଙ୍କୁ କୋଚିଙ୍ଗର ବାହାନା କରି ନିଜ ପ୍ରେମିକକୁ ଦେଖା କରିବା ପାଇଁ ଷ୍ଟେସନ ପହଞ୍ଚିଥିଲା । ସେହି ବ୍ୟକ୍ତିକୁ ଦେଖି ଝିଅର ହୋସ ଉଡିଗଲା ଓ ଝିଅଟି ବିବାହ ପାଇଁ ମନା କରିଦେଇଥିଲା ।

ହେଲେ ବ୍ୟକ୍ତି ଜଣକ ଜବରଦସ୍ତ ଝିଅକୁ ଟ୍ରେନରେ ବସାଇ ମୋକାମା ଜିଲ୍ଲାକୁ ନେଇଯାଇଥିଲା । ଯୁବକ ଜଣକ ସେହି ସମୟରେ ଝିଅକୁ ମାରିଦେବାର ଧମକ ମଧ୍ୟ ଦେଇଥିଲା । ହେଲେ ଟ୍ରେନ ଯେତେବେଳେ ଷ୍ଟେସନରେ ପହଞ୍ଚିଥିଲା ସେତେବେଳେ ଝିଅଟି ଏକ ପୋଲିସ କର୍ମୀଙ୍କୁ ଦେଖି ଜୋର ରେ ଚିତ୍କାର କରି ଡାକିଥିଲା । ସେହି ସମୟରେ ପୋଲିସ ଆସି ଆରୋପିକୁ ଗିରଫ କରିଥିଲେ ଓ ଝିଅକୁ ନିଜ ଘରକୁ ପଠାଇ ଥିଲେ । ଝିଅଟି ପୋଲିସ ଅଧିକାରୀ ମାନଙ୍କୁ ସବୁ ସତ କଥା କହିଥିଲା ।

ଦେଶରେ ନୀତି ଦିନ ଘଟୁଥିବା ସମସ୍ତ ଘଟଣା ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *