ଏକୁଟିଆ ହିଁ ନିଜ ପିଲାଙ୍କୁ ପାଳୁଛନ୍ତି ଏହି 5 ଜଣ ଅଭିନେତ୍ରୀ

ବନ୍ଧୁଗଣ ଟିଭି ଜଗତରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ସାଧାରଣତଃ ଅଧିକାଂଶ ସେହି ଟେଲିଭିଜନ ଦୁନିଆର ଅଭିନେତା ମାନଙ୍କ ସହ ବିବାହ କରିଥାନ୍ତି ଓ ସୁଖ ସମୃଦ୍ଧିର ଜୀବନ ଅତିବାହିତ କରିଥାନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଏପରି ୫ଟି ମା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏକୁଟିଆ ନିଜ ପିଲା ମାନଙ୍କୁ ପାଳୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଜୁହି ପରମାର

ଜୁହି ପରମାର ୨୦୧୮ରେ ନିଜ ସ୍ଵାମୀ ସଚିନ ଶ୍ରୋଫଙ୍କ ଠାରୁ ତଲାକ ନେଇଛନ୍ତି । ଏହି ରିଲେସନ ୮ ବର୍ଷ ପର୍ଯ୍ୟନ୍ତ ଯାଇଥିଲା ହେଲେ ଏହି ରିଲେସନରେ ପ୍ରେମ ନଥିଲା । ତଲାକ ପରଠୁ ଜୁହି ନିଜ ଝିଅ ସମୟାରା କୁ ପାଳୁଛନ୍ତି ଓ ଟିଭି ଇଣ୍ଡଷ୍ଟ୍ରିର କ୍ୟାରିୟରକୁ ମଧ୍ୟ ଆଗକୁ ବଢାଉ ଛନ୍ତି ।

୨. ଜେନିଫର ୱିଙ୍ଗେଟ

ଜେନିଫର ଅଭିନେତା କରନ ସିଂହ ଗ୍ରୋଭରଙ୍କ ସହ ବିବାହ କରିଥିଲେ । ହେଲେ ବିବାହର ଦୁଇ ବର୍ଷ ପରେ ଏହି ଦୁଇଜଣଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ଜେନିଫର ଓ କରନଙ୍କର କୌଣସି ପିଲା ଜନ୍ମ ହୋଇନାହିଁ, ହେଲେ ଜେନିଫର ଏକ ଛୁଆକୁ ଆଡଫ୍ଟ କରିଛନ୍ତି । ଆଜି ସେ ବହୁତ ଖୁସିରେ ନିଜ ଛୁଆକୁ ପାଳୁଛନ୍ତି ।

୩. ଦଲଜିତ କୌର


ଦଲଜିତ ସାହିନ ଭାନୋଟଙ୍କ ସହ ପ୍ରେମ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ମଧ୍ୟ ତଲାକ ହୋଇଥିଲା । ଖବର ମିଳିଥିଲା ଯେ, ସାହିନ ନିଜ ପତ୍ନୀ ଦଲଜିତଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଯାହାଫଳରେ ଦଲଜିତ ସାହିନଙ୍କୁ ତଲାକ ଦେଇଥିଲେ । ତଲାକ ପରଠାରୁ ଦଲଜିତ ନିଜ ପୁଅ ଜେଦନ ସହ ବହୁତ ଖୁସିରେ ରହୁଛନ୍ତି ଓ ଏହା ସହିତ ସେ ନିଜ ଟିଭି ଇଣ୍ଡଷ୍ଟ୍ରି କାରିୟରକୁ ମଧ୍ୟ ଗୁରୁତ୍ଵ ଦେଉଛନ୍ତି ।

୪. ଦୀପଶିକା ନାଗପାଲ

ଦୀପଶିକା ଉଭୟ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି । ଦୀପଶିକା ଦୁଇ ଥର ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ଅଧିକ ସମୟ ଯାଇନଥିଲା, ଯାହାପରେ ସେ ନିଜ ଠାରୁ ବୟସରେ ସାନ ଅଭିନେତାକୁ ଡେଟ କରି ବିବାହ କରିଥିଲେ । ହେଲେ ଦୀପିଶିଖାଙ୍କର ପ୍ରଥମ ସ୍ଵାମୀର ୨ଟି ଛୁଆର ମା ଦୀପଶିକା ହୋଇସାରିଥିଲେ । ବର୍ତ୍ତମାନ ଦୀପଶିକା ନିଜ ଦ୍ଵିତୀୟ ସ୍ଵାମୀ ସହ ବହୁତ ଖୁସିରେ ରହୁଛନ୍ତି ।

୫. ଚାହାତ ଖନା

ଚାହାତ ଖନା ମଧ୍ୟ ଦୀପଶିକାଙ୍କ ପରି ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ୧ ବର୍ଷ ମଧ୍ୟରେ ଭାଙ୍ଗିଯାଇଥିଲା । ଏହା ପରେ ସେ ଦ୍ଵିତୀୟ ବିବାହ କରିଥିଲେ । ଦୁତୀୟ ବିବାହ କରିବା ଦ୍ଵାରା ତାଙ୍କର ଦୁଇଟି ପିଲା ଜନ୍ମ ହୋଇଥିଲେ, ହେଲେ ଦୁର୍ଭାଗ୍ୟ ବଶତ ତାଙ୍କର ଦ୍ଵିତୀୟ ବିବାହ ମଧ୍ୟ ଭାଙ୍ଗିଯାଇଥିଲା । ବର୍ତ୍ତମାନ ସେ ନିଜ ପିଲା ମାନଙ୍କ ସହ ଏକା ରହୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *