ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କୁ ନେଇ ସୁବ୍ରମନ୍ୟମ ସ୍ଵାମୀଙ୍କ ଆଶ୍ଚର୍ଯ୍ୟ ଜନକ ଖୁଲାସା, କହିଲେ ଏହି କାରଣରୁ କରାଗଲା ତାଙ୍କର ହତ୍ୟା

ସୁଶାନ୍ତ ସିଂହ ରାଜପୁତ ଙ୍କ ମାମଲାରେ ନୀତିଦିନ ନୂଆ ନୂଆ ସୂଚନା ମିଳୁଛି । ଏବେ ଏହି କେସ କୁ CBI ହ୍ୟାଣ୍ଡେଲ କରୁଛି । CBI ଓ ED ମୁମ୍ବାଇ ରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସହିତ ଅନ୍ୟ କିଛି ଲୋକମାନଙ୍କ ସହିତ ପଚରା ଉଚରା କରୁଛି । ସେଇଠି ଏବେ ସୁଶାନ୍ତ ସିଂହ ରାଜପୁତ ଙ୍କ କେସ ରେ ବିଜେପି ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମନ୍ଯମ ସ୍ଵାମୀ ଲଗାତାର ଆକ୍ଟିଭ ଅଛନ୍ତି । ଏହି ମାମଲାରେ ବୁଧବାର ଦିନ ରାଜ୍ୟସଭା ସାଂସଦ ସୁବ୍ରମନ୍ଯମ ସ୍ଵାମୀ ଆଶ୍ଚର୍ଯ୍ୟଜଣକ କଥା କହିଛନ୍ତି ।

ସେ କହିଲେ ସୁଶାନ୍ତ ସିଂହ ରାଜପୁତ ଜଣେ ଇଣ୍ଡିପେଣ୍ଡେଣ୍ଟ ଓ ପ୍ରତିଭାବାନ ବ୍ୟକ୍ତି ଥିଲେ । ତାଙ୍କୁ ବଲିଉଡ ର କାର୍ଟଲ ଇଗନୋର କରି ପାରି ନଥାନ୍ତା । ଏଥିପାଇଁ ବଲିଉଡ ର କିଛି ଲୋକ ତାଙ୍କୁ ରାସ୍ତାରୁ ହଟାଇଦେଲେ । କହି ଦେଉଛୁ କି ସୁଶାନ୍ତ ସିଂହ ମାମଲାର ଯାଞ୍ଚ ବର୍ତ୍ତମାନ ସିବିଆଇ ସହିତ ନାରକୋଟିକ୍ସ କଣ୍ଟ୍ରୋଲ ବ୍ଯୁରୋ ଯାଞ୍ଚ କରୁଛି ।

BJP ସାଂସଦ ସୁବ୍ରମନ୍ଯମ ସ୍ଵାମୀ ବୁଧବାର ଦିନ ଟ୍ଵିଟ କରି କହିଛନ୍ତି କି, ସୁଶାନ୍ତ ସିଂହ ରାଜପୁତ ଙ୍କ ହତ୍ୟା ପଛରେ ଦୁଇଟି କାରଣ ଅଛି । ପ୍ରଥମ- ସୁଶାନ୍ତ ସିଂହ ରାଜପୁତ ଜଣେ ଇଣ୍ଡିପେଣ୍ଡେଣ୍ଟ ପ୍ରତିଭାବାନ ବ୍ୟକ୍ତି ଯାହାଙ୍କୁ ବଲିଉଡ କାର୍ଟଲ ଇଗନୋର କରି ପାରିବ ନାହିଁ, ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦିଆ ଗଲା । ଦ୍ଵିତୀୟ- ଏହା ବିଷୟରେ ମୁଁ ଆଗକୁ କହିବି, ଏହା ରାଜନୀତି ଅଟେ, କିନ୍ତୁ ମୋତେ ଅଧିକ ରିସର୍ଚ ର ଆବଶ୍ୟକତା ଅଛି ।

ଏହା ପରେ ଅନ୍ୟ ଏକ ଟ୍ଵିଟ ରେ ସୁବ୍ରମନ୍ଯମ ସ୍ଵାମୀ ଲେଖିଲେ କି ଜଣେ ପୋଲିସ ଅଫିସର ମିଡିଆ କୁ କହିଛନ୍ତି କି ଏମ୍ସ ରିପୋର୍ଟ ଏହା କହି ପାରିବ କି ସୁଶାନ୍ତଙ୍କର ମର୍ଡର ହେଇଛି ନା ସେ ସୁସାଇଡ କରିଛନ୍ତି । ଏମ୍ସ ର ପୋସ୍ଟ ମର୍ଟମ ରିପୋର୍ଟ ଏହା କେମିତି କହି ପାରିବ କି ତାଙ୍କର ମର୍ଡର ହେଇଛି ନା ସେ ସୁସାଇଡ କରିଛନ୍ତି, କାରଣ ଆକ୍ଟର ଙ୍କ ବଡି ତ ତାଙ୍କ ପାଖରେ ହିଁ ନାହିଁ । ହଁ ଏତିକି କହି ପାରିବେ କି କୁପର ହସ୍ପିଟଲ ଡାକ୍ତର ସେ ଦିନ କଣ କରିଥିଲେ ଓ କଣ ନୁହେଁ ?

ସୁବ୍ରମନ୍ୟମ ସ୍ଵାମୀ ଙ୍କ ଦ୍ଵିତୀୟ କାରଣ କୁ ନେଇ ମିଡିଆରେ ବିଭିନ୍ନ ପ୍ରକାରର ଅନୁମାନ କରାଯାଉଛି । କଣ ସ୍ଵାମୀ କୌଣସି ରାଜନେତାଙ୍କ ଉପରେ ସିଧା ଆରୋପ ଲଗାଇବେ ? ଏହା ତ ସମୟ ଆସିଲେ ଜଣା ପଡିଯିବ । ଏ ବିଷୟରେ ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *