ପ୍ରେମିକାକୁ ଦେଖା କରିବା ପାଇଁ ଲେଡିଜ ଡ୍ରେସ ପିନ୍ଧି ବାହାରିଲା ପ୍ରେମିକ, ଆଉ ତା’ ପରେ ହେଲା କିଛି ଏମିତି କି…

ପ୍ରେମ ଏକ ଏମିତି ଜିନିଷ କାହାକୁ କେତେବେଳେ ହୋଇଯାଏ ଜଣା ପଡେନି । ଯେତେବେଳେ ପ୍ରେମ ହୁଏ ତାକୁ ପ୍ରେମ ବିନା ଆଉ କିଛି ଦେଖା ଯାଏନି । ପ୍ରେମ ବିଷୟରେ ସତ କୁହନ୍ତି ଲୋକ ଭଲ ପାଇବା ଜଣଙ୍କୁ ଏତେ ଅନ୍ଧ କରିଦିଏ ଯେ ସେ କିଛି ଭଲ ମନ୍ଦ ର ଫରକ୍ ଜାଣି ପାରେନି । ପ୍ରେମ ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଥାଏ । ଆଜି ଆମେ ଏମିତି ହିଁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଲକ ଡାଉନରେ ଏମିତି ଏକ ପ୍ରେମୀର କାହାଣୀ ଗୁଜରାଟରୁ ସାମନାକୁ ଆସିଛି । ଯେଉଁଠି ପ୍ରେମିକ ତା ଗର୍ଲଫ୍ରେଣ୍ଡ୍ କୁ ଦେଖା କରିବା ପାଇଁ ଝିଅଙ୍କ ଡ୍ରେସ ପିନ୍ଧି ଯାଉଥିଲା ।

ରାତି ଅଢେଇଟା ବେଳେ ଯାଉଥିଲା ପ୍ରେମିକା କୁ ଦେଖା କରିବାପାଇଁ

ଏହି ମାମଲା ସୋମବାର ଦିନ ରାତି ଅଢେଇଟା ବେଳେ ଭଲସାଡ଼ ଜିଲ୍ଲାର ପାରଡି ପରିୟା ରୋଡର ଭେଁସଲା ପଡାରେ ଘଟିଥିଲା । ଯେଉଁଠି ଜଣେ ୧୯ ବର୍ଷ ର ଯୁବକ ରାତି ଅଢେଇଟା ବେଳେ ସ୍କୁଟିରେ ଝିଅପିଲା ଙ୍କ ଡ୍ରେସ ପିନ୍ଧି ତାହାର ପ୍ରେମିକା କୁ ଦେଖା କରିବାକୁ ଯାଉଥିଲା । କିନ୍ତୁ ରାସ୍ତା ମଝିରେ ପୁଲିସ ତାକୁ ଧରିନେଲା ଓ ପଚରା ପଚରି ଆରମ୍ଭ କରିବା ପରେ ସବୁ ଘଟଣା ସାମନାକୁ ଆସିଲା ।

ପୁଲିସ ଠାରୁ ବଞ୍ଚିବା ପାଇଁ ପିନ୍ଧିଥିଲା ଝିଅଙ୍କ ଡ୍ରେସ

ଯୁବକ ଟି ପୁଲିସ ଆଗରେ କହିଛି ଯେ ସେ ଗୋଟେ ଝିଅକୁ ବହୁତ ଭଲ ପାଉଛି କିନ୍ତୁ ଏହି ଲକ ଡାଉନ୍ କାରଣରୁ ସେ ତାକୁ ଦେଖା କରି ପାରୁ ନଥିଲା । ଏଥିପାଇଁ ସେ ପୁଲିସ ଓ ଘର ଲୋକଙ୍କ ଡର ରେ ତାକୁ ଏମିତି କରିବାକୁ ପଡିଥିଲା । କହିଦେଉଛୁ କି ସେହି ଯୁବକ ଜଣକ ପଞ୍ଜାବୀ ଡ୍ରେସ ପିନ୍ଧି ମୁହଁ କୁ ଘୋଡାଇ ରଖିଥିଲା । ଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *