ଏହି ସରକାରୀ ଯୋଜନା ଆପଣଙ୍କ ପାଇଁ ବହୁତ ଲାଭକାରୀ, ମାସିକ ପେନସନ ଓ ଲୋନ ସହିତ ମିଳିଥାଏ ଅନେକ ଫାଇଦା

ଏମିତିରେ ତ ନାଗରିକଙ୍କ ପାଇଁ ଅନେକ ସରକାରୀ ଯୋଜନା ଉପଲବ୍ଧ ଅଛି କିନ୍ତୁ ଏହି ସରକାରୀ ଯୋଜନା ମଧ୍ୟରେ ଏକ ଏମିତି ଯୋଜନା ବି ଅଛି ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ । ଯଦି ଆପଣ ଏହି ଯୋଜନାରେ ନିବେଶ କରନ୍ତି ତେବେ ଆପଣଙ୍କୁ ରିଟାୟାରମେଣ୍ଟ ପରେ ଟଙ୍କା ପାଇଁ କୌଣସି ଚିନ୍ତା ହେବ ନାହିଁ କାରଣ ଆପଣଙ୍କୁ ପ୍ରତି ମାସରେ ପେନସନ ର ସୁବିଧା ମିଳିବ । ଏହା ସହିତ ଆପଣଙ୍କୁ ଲୋନ ର ସୁବିଧା ମଧ୍ୟ ମିଳିବ । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

ଭାରତୀୟ ଜୀବନ ବିମା ନିଗମ (L I C) ସୋମବାର ଦିନ ସଂଶୋଧିତ ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା (PMVVY) ବିଷୟରେ ସୂଚନା ଦେଇଛନ୍ତି । ଏହି ପେନସନ ଯୋଜନା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ସଂଶୋଧିତ ଯୋଜନା ମଙ୍ଗଳବାର ଠାରୁ କିଣିବା ପାଇଁ ଉପସ୍ଥିତ ଅଛି । କେନ୍ଦ୍ର ସରକାର ଏହି ଯୋଜନା କୁ ସଂଶୋଧନ କରି ୬୦ ବର୍ଷ ବା ତା ଠାରୁ ଅଧିକ ବୟସର ବ୍ୟକ୍ତି ମାନଙ୍କ ପାଇଁ ଏହି ଦର ରେ ପରିବର୍ତ୍ତନ କରାଯାଇଛି ।

ମିଳିବ ଏତିକି ସୁଧ

ଏହି ଯୋଜନାର ସମୟସୀମା ୧୦ ବର୍ଷ ଅଟେ । ଏଥିରେ ପ୍ରଥମ ବର୍ଷ ୭.୪୦ ହାର ହିସାବରେ ସୁନିଶ୍ଚିତ ପ୍ରତିଫଳ ଦିଆଯିବ । ଏହାକୁ ମାସିକ ହିସାବରେ ଦିଆଯିବ । ଏହା ବର୍ଷକୁ ୭.୬୬ ପ୍ରତିଶତ ସହିତ ସମାନ ହୋଇଥାଏ । ୩୧ ମାର୍ଚ୍ଚ ୨୦୨୧ ପରେ ଏହି ପଲିସି କୁ ବିକ୍ରି କରାଯିବ ତାହାର ପେନସନ ର ଦର ପରେ ସମୀକ୍ଷା କରି ପ୍ରସ୍ତୁତ କରାଯିବ । ଅସନ୍ତୁ ଜାଣିବା ଏହା ଦ୍ଵାରା ଆପଣକୁ କେତେ ପେନସନ ମିଳିବ ।

ସବୁ ମାସରେ ମିଳିପାରେ ୯୨୫୦ ଟଙ୍କାର ପେନସନ

ଗ୍ରାହକ ମାନେ ଏହି ଯୋଜନା ରୁ ଭରଣ କରି ଏହାକୁ କିଣି ପାରିବେ । କିଣାବିକା ସମୟରେ ପେନସନ ଧାରି ମାନେ ମାସିକ, ତ୍ରୟମସିକ, ଷଷ୍ଠ ମାସିକ ଓ ବର୍ଷକ ର ପେନସନ ଚୟନ କରି ପାରିବେ । ତ୍ରୟମାସିକ ରେ ୨୭,୭୫୦ ଟଙ୍କା, ଷଷ୍ଠ ମସିକରେ ୫୫,୫୦୦ ଟଙ୍କା ଓ ବର୍ଷକୁ ୧,୧୧,୦୦୦ ଟଙ୍କା ହୋଇପାରେ ।

ଏମିତି କିଣି ପାରିବେ ଏହି ଯୋଜନା

ଆର୍ଥିକ ଯୋଜନା ହିସାବରେ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଏହି ଯୋଜନାକୁ ତିନି ବର୍ଷ ପର୍ଯ୍ୟନ୍ତ ସମୟ ବଢ଼ାଇ ଦେଇଥିଲେ । ଏଥିପାଇଁ ଏଲ୍ ଆଉ ସି ମଧ୍ୟ ଏହାକୁ ବଢ଼ାଇ ଦେଇଛନ୍ତି । ଏହି ଯୋଜନାକୁ ଚଳାଇବାକୁ ଏକାଧିକାର ଏଲଆଇସି ପାଖରେ ଅଛି । ଏଲ ଆଇ ସି କହିଛି କି ଏହି ଯୋଜନା କିଣିବା ପାଇଁ ଆଗାମୀ ତିନି ଆର୍ଥିକବର୍ଷ ମାନେ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ହେବ । କମ୍ପାନୀ କହିଛି କି ଏହାକୁ ଅଫ୍ ଲାଇନ୍ ସହିତ ୱେବ୍ ସାଇଟ୍ ରେ ଅନ୍ ଲାଇନ୍ କିଣା ଯାଇ ପାରିବ । ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *