ଝିଅର ବିବାହ ପରେ ତାର ଏହି ଜିନିଷ ରଖନ୍ତୁ ପାଖରେ, ହେଇ ଯିବେ ଧନୀ

ବର୍ତ୍ତମାନ ସମୟରେ ମଣିଷକୁ ସୁଖ ଶାନ୍ତିରେ ବଞ୍ଚିବା ପାଇଁ ହେଲେ ପ୍ରଥମେ ଧନର ଆବଶ୍ୟକତା ହୋଇଥାଏ । ଏହି ଧନକୁ ଅର୍ଜନ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାରର ପଦକ୍ଷେପ ନେବା ପାଇଁ ପଛଘୁଞ୍ଚା ଦେଇନଥାଏ । ସେହି ଧନ ଉପାର୍ଜନ କରିବାର ମାର୍ଗ ଯେତେ କଷ୍ଟ ହେଲେ ମଧ୍ୟ ସେ ତାହାକୁ ଖାତିରି ନକରି ଧନ ଉର୍ପାଜନରେ ଲାଗିଥାଏ । କାରଣ ସବୁ ମଣିଷ ଧନୀ ହେବା ପାଇଁ ଚାହାଁନ୍ତି । ଧନ ବିନା ମଣିଷ ସମାଜର ଭୌତିକ ସୁଖରୁ ବଞ୍ଚିତ ହେବା ସହିତ ନିଜର ମାନ ସଂମ୍ମାନ ହରାଇ ଥାଏ । ଧନ ବିନା ମଣିଷ ବହୁତ ସମସ୍ୟାର ସାମାନା ମଧ୍ୟ କରିଥାଏ ।

ଧନ ପ୍ରାପ୍ତି କରିବା ପାଇଁ ଆମେ ଆଜି ଆପଣଙ୍କୁ ଏହା ସହଜ ଏବଂ ସରଳ ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣ ଧନୀ ହେବା ସହିତ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ରହିବ । ଆପଣ ଜାଣିଥିବେ ଝିଅ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଇ ଥାଏ ଏବଂ ସେମାନେ ଆପଣଙ୍କୁ ଧନୀ ହେବାରେ ମଧ୍ୟ ସାହାର୍ଯ୍ୟ କରିଥାନ୍ତି । ଝିଅମାନେ ନିଜ ବାପା ମାଆଙ୍କ ପାଖରେ ବହୁତ ଗେଲ୍ହା ହୋଇଥାନ୍ତି କିନ୍ତୁ ଗୋଟିଏ ଦିନ ସେମାନେ ବିବାହ କରି ନିଜ ଘର ଛାଡି ଅନ୍ୟ ଘରକୁ ଚାଲି ଯାଇଥାନ୍ତି ।

କୁହାଯାଏ କି ଗୋଟିଏ ଝିଅ ବିବାହ କରି ଅନ୍ୟ ଘରକୁ ଗଲା ପରେ ତା ନିଜ ଘରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି କାରଣ ଝିଅ ମାନଙ୍କୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଝିଅର ବିବାହ ପରେ ବି ଆପଣଙ୍କ ଘରେ ଲକ୍ଷ୍ମୀ ରୁହନ୍ତୁ ତାହେଲେ ଏହି ଉପାୟ ନିହାତି ଭାବେ କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କ ଘର ସହିତ ଆପଣଙ୍କ ଝିଅର ଘରେ ବି ଲକ୍ଷ୍ମୀ ସବୁବେଳେ ରହିବେ ।

ଝିଅକୁ ଉପହାର ସ୍ୱରୂପ ରୂପାର ପାଉଁଜି ଦିଅନ୍ତୁ

ଶାସ୍ତ୍ର ଅନୁସାରେ ଯେଉଁ ମହିଳା ସକାଳେ ଏବଂ ସନ୍ଧ୍ୟାରେ ସଜବାଜ ହୋଇଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି ଏବଂ ତାଙ୍କ ଘରେ ମା ସବୁବେଳେ ବାସ କରିଥାନ୍ତି । ମହିଳା ମାନେ ପାଦରେ ପିନ୍ଧୁଥିବା ପାଉଁଜି ତାଙ୍କ ପାଦର ସୁନ୍ଦରତା ବଢାଇବା ସହିତ ତାଙ୍କୁ ବହୁତ ଲାଭ ବି ମିଳିଥାଏ । ରୂପା ପାଉଁଜି ଚନ୍ଦ୍ରମାଙ୍କର ପ୍ରତୀକ ହୋଇଥାଏ । ଯେଉଁ ଘରେ ମହିଳାଙ୍କର ପାଉଁଜି ଛନ ଛନ ଶବ୍ଦ କରିଥାଏ ସେଠାରେ ଦେବୀମାନେ ନିଜର କୃପା ଦୃଷ୍ଟି ରଖିଥାନ୍ତି । ଏଥିପାଇଁ ଝିଅଙ୍କୁ ଉପହାରରେ ରୂପାର ପାଉଁଜି ଦିଅନ୍ତୁ ।

ବିବାହ ପୂର୍ବରୁ ଝିଅର ପାଦର ଗୋଟିଏ ପାଉଁଜି ରଖନ୍ତୁ ଆଲମାରି ଭିତରେ

ଝିଅର ବିବାହ ସମୟରେ ଆପଣ ଯେଉଁ ଉପହାର ସ୍ୱରୂପ ରୂପା ପାଉଁଜି ଦେଇଥିବେ ସେହି ପାଉଁଜିରୁ ଗୋଟିଏ ପଟ ଝିଅ ବିଦା ହେବା ସମୟରେ ଆପଣ ରଖି ଦିଅନ୍ତୁ ଏବଂ ଅନ୍ୟ ପଟକୁ ଝିଅକୁ ନିଜ ସହିତ ନେବା ପାଇଁ ଦେଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରକୁ ବହୁତ ଧନ ଆସିବ ଏବଂ ଆପଣ ବହୁତ ଧନୀ ହୋଇ ଯିବେ । ଆପଣଙ୍କୁ ଏହା ଭାଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *